Monday, May 25, 2026 02:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରକାରୀ ବିଜ୍ଞାପନରେ ମୁହଁ, ଏମ୍‌ପି/ଏମ୍‌ଏଲଏଙ୍କ ପକେଟ ଗରମ

by Our Correspondent
30 Mar, 2016- 07:27 PM
in Politics
1 min read
0
ସରକାରୀ ବିଜ୍ଞାପନରେ ମୁହଁ, ଏମ୍‌ପି/ଏମ୍‌ଏଲଏଙ୍କ ପକେଟ ଗରମ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଟିଭି ପରଦାର ଇନକ୍ରେଡିବୁଲ୍‌ ଇଣ୍ଡିଆ ବିଜ୍ଞାପନରେ ମୁହଁ ଦେଖାଇ ସରକାରୀ ତହବିଲରୁ ଟଙ୍କା ନେଇଛନ୍ତି ଶାସକ ଦଳର ଦୁଇ ଜଣ ଏମପି ଏବଂ ଜଣେ ଏମଏଲଏ । ହୀରୋରୁ ନେତା ପାଲଟିଥିବା ଏହି ଏମପି ଓ ଏମଏଲଏ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ଓ ଆକାଶ ଦାସ ନାୟକ । ବିଭିନ୍ନ ଟିଭିକୁ ଢ଼ାଲ କରି କେବଳ ୨୦୧୧-୧୨ ମସିହାରେ ସିଦ୍ଧାନ୍ତଙ୍କ ବିଜ୍ଞାପନ ୨୫ ଲକ୍ଷ ପାଇଥିବା ବେଳେ ଅନୁଭବ୧୦ ଲକ୍ଷ ଏବଂ ଆକାଶଙ୍କ ବିଜ୍ଞାପନକୁ ଯାଇଛି ୨୦ ଲକ୍ଷ । ପର୍ଯ୍ୟଟନ ବିଭାଗ ଚତୁରତାର ସହ ସେମାନଙ୍କୁ ସିଧାସଳଖ ଅର୍ଥ ନ ଦେଇ ଟିଭି ଜରିଆରେ ଟଙ୍କା ଗଣିଛନ୍ତି ।

ଏହି ତଥ୍ୟ ଯେତିକି ଲଜ୍ଜାଜନକ ସେତିକି ସାଂଘାତିକ । ସାଂଘାତିକ ଏଇଥିପାଇଁ କି ଜଣେ ଏମପି/ଏମଏଲଏ ସରକାରଙ୍କ ସହ କୌଣସି ଲାଭଜନକ ବେପାରରେ ବିଲକୁଲ ରହିବା କଥା ନୁହେଁ । ସେ ଫିଲ୍ମ ହୀରୋ କି ମଡ଼େଲ୍‌ ହୋଇପାରନ୍ତି । ମାତ୍ର ସାମ୍ବିଧାନିକ ବ୍ୟବସ୍ଥାରେ ଜଣେ ନିର୍ବାଚିତ ପ୍ରତିନିଧି । ସରକାରୀ ବିଜ୍ଞାପନରେ ମୁହଁ ଦେଖାଇ ସରକାରଙ୍କ ପଇସା ନେବା  ଯେ କେତେ ଗର୍ହିତ ତାହା ସେମାନେ ଜାଣି ଅଜଣା ହୋଇଛନ୍ତି ବୋଧେ ।
ରାଜ୍ୟରେ ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ପାଇଁ  ପର୍ଯ୍ୟଟନ ବିଭାଗ ୨୦୦୫ ମସିହାରୁ ଇନକ୍ରେଡିବୁଲ୍‌ ଇଣ୍ଡିଆ ନାମରେ ବିଜ୍ଞାପନ ଚଳାଇଛି । କିଛି ପ୍ରମୁଖ ଓଡ଼ିଆ ଟିଭି ଚାନେଲରେ ପ୍ରସାରିତ ହେଉଛି ବିଜ୍ଞାପନ । କେଇ ବର୍ଷ ହେଲା ଏହି ବିଜ୍ଞାପନରେ ସିଦ୍ଧାନ୍ତ, ଅନୁଭବ ଓ ଆକାଶଙ୍କ ମୁହଁ ରହିଛି । ସିଦ୍ଧାନ୍ତ ମେସର୍ସ ପ୍ରିଜମ୍‌ ଟିଭି ବିଜ୍ଞାପନରେ ଆସିଥିଲା ବେଳେ ଅନୁଭବ କନକ ଟିଭି ଓ ଆକାଶ ଓଟିଭି ବିଜ୍ଞାପନରେ ଆସିଛନ୍ତି ।  ପର୍ଯ୍ୟଟନ ବିଭାଗ  ହୀରୋରୁ ନେତା ବନିଥିବା ଏହି ତିନିଜଣଙ୍କ ପକେଟକୁ ସିଧାସଳଖ ଟଙ୍କା ନ ଦେଇ ସେମାନଙ୍କ ପାରିଶ୍ରମିକକୁ ମିଶାଇ ବିଜ୍ଞାପନ ବାବଦରେ ଗୋଟିଏ ବର୍ଷରେ ୫୫ ଲକ୍ଷ ଟଙ୍କା ଗଣିଛି । ସରକାରୀ ତହବିଲରୁ ପର୍ଯ୍ୟଟନ ବିଭାଗ ଏହି ଟଙ୍କା ଗଣିଛନ୍ତି । କୌତୁହଳର କଥା, ଏହି ଏମପି ଓ ଏମଏଲଏଙ୍କୁ ସୁରକ୍ଷା ଦେବାକୁ ସରକାର ବଢ଼ିଆ ଚାଲ୍‌ ଖେଳିଛନ୍ତି । ଏମଏଲଏ ଏବଂ ଏମପି ହୋଇପାରନ୍ତି, ମାତ୍ର ପ୍ରତିଷ୍ଠିତ କଳାକାର ଭାବେ ବିଜ୍ଞାପନ କରିବାରେ ଅସୁବିଧା ନାହିଁ ବୋଲି ତିନିଙ୍କ ସପକ୍ଷରେ ଅଯାଚିତ ଓକିଲାତି କରିଛି ପର୍ଯ୍ୟଟନ ବିଭାଗ ।

ତେବେ ବିଭାଗର ଏହି ଯୁକ୍ତି ପଛରେ ଅଜ୍ଞତା କିମ୍ବା ମୁର୍ଖାମୀ ରହିଥିବା ବିଶ୍ୱାସ ହେଉନାହିଁ । ବରଂ ସବୁ ଜାଣି ଅଜଣା ଭଳି ସରକାରୀ କା ମାଲ୍‌ ଦରିଆ ମେଁ ଡାଲ୍‌ ନ୍ୟାୟରେ ଆଇନକାନୁନ କଥା ଭୁଲିଯାଇଛି ପର୍ଯ୍ୟଟନ ବିଭାଗ । ତେଣେ ପଇସା ମାୟାରେ ବନ୍ଧା ଆମ ହୀରୋମାନେ ନିଜର ପଦପଦବୀ, ମର୍ଯ୍ୟାଦା ଓ ଆଇନ କାନୁନ୍‌କୁ ଆଖି ଠାର୍‌ ମାରିବାକୁ ଦୁଃସାହାସ କରିଛନ୍ତି । ସେମାନେ ବୋଧେ ଜାଣିନାହାନ୍ତି ଏମିତିରେ ତାଙ୍କ ପଦବୀ ଚାଲିଯିବାର ଭରପୂର ଆଶଙ୍କା ଅଛି ।

Previous Post

କୋଉଟା ସତ? ଦାସ ନା ଦାସବର୍ମା

Next Post

ଡି ବ୍ରଦର୍ସ ଲିଙ୍କ୍‌ ! ୦୦୦୧ ମଉଜରେ ଯୁବ ବିଧାୟକ

Next Post
ଡି ବ୍ରଦର୍ସ ଲିଙ୍କ୍‌ ! ୦୦୦୧ ମଉଜରେ ଯୁବ ବିଧାୟକ

ଡି ବ୍ରଦର୍ସ ଲିଙ୍କ୍‌ ! ୦୦୦୧ ମଉଜରେ ଯୁବ ବିଧାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA