Saturday, May 30, 2026 10:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡେରିରେ ହେଉ ପଛେ ମନେପଡ଼ିଲେ..

by Our Correspondent
28 Jan, 2020- 11:57 PM
in Latest News, News
1 min read
0
ଡେରିରେ ହେଉ ପଛେ ମନେପଡ଼ିଲେ..
Spread the love

ଭୁବନେଶ୍ୱର: ଶାସ୍ତ୍ରୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଓଡ଼ିଆ ଜାତିର ଗର୍ବ ଓ ଗୌରବ ଡ. ସୁନନ୍ଦା ପଟ୍ଟନାୟକ ଇହଲୀଳା ସମ୍ବରଣ କରିବାର ୧୦ ଦିନ ବିତିଗଲା । ନିଜ ଜନ୍ମମାଟିରେ ଅସମ୍ମାନିତ, ଅନାଦର ରହି ଦୀର୍ଘ ଚାରି ଦଶନ୍ଧି ତଳୁ କୋଲକତାକୁ ଘର କରି ସେହିଠାରେ ହିଁ ଆଖି ବୁଝିଥିଲେ । ତାଙ୍କ ମୃତ୍ୟୁ ଖବର ଜାଣି ଆମର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଶୋକବାର୍ତ୍ତା ଦେଲେ । ଗଣମାଧ୍ୟମରେ ତାଙ୍କ ଜୀବନୀ ଖବର ପ୍ରସାରିତ ହେଲା । ବାସ୍ ସେତିକିରେ ସରିଯାଇଥିଲା ସ୍ୱର୍ଗତା ସୁନନ୍ଦାଙ୍କ ପ୍ରତି ଓଡ଼ିଆ ଜାତିର କର୍ତ୍ତବ୍ୟ । ସରକାରୀ, ବେସରକାରୀ କୌଣସି ଗୋଟିଏ ଅନୁଷ୍ଠାନ ବି ସୌଜନ୍ୟତାବଶତଃ ତାଙ୍କ ପାଇଁ ଶୋକସଭାଟେ ଆୟୋଜନ କରି ନ ଥିଲେ । ସମ୍ଭବତଃ ବିଭିନ୍ନ ଫୋରମ୍ ରେ ସମାଲୋଚିତ ହେଲା ପରେ ରାଜ୍ୟ ସରକାରଙ୍କ ସଦବୁଦ୍ଧି ଜାଗ୍ରତ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଏଥିପାଇଁ ଆଗ୍ରହ ଦେଖାଇଛନ୍ତି ।

ଆସନ୍ତାକାଲି(ବୁଧବାର) ସଂଧ୍ୟାରେ ସ୍ୱର୍ଗତା ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶୋକସଭା(ସୁନନ୍ଦା ସ୍ମୃତି ଓ ସଂଗୀତ ସଂଧ୍ୟା) ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଆୟୋଜନ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହାର ଆୟୋଜନ ଦାୟିତ୍ୱ ନେଇଥିବା ବେଳେ ସହଯୋଗୀ ଦାୟିତ୍ୱରେ ଅଛନ୍ତି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ।
ଏତିକିରେ ଅଟକିନାହାନ୍ତି ରାଜ୍ୟ ସରକାର । ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଆଉ କେତେକ ଆଖିଦୃଶିଆ ପଦକ୍ଷେପ ନେଇଛନ୍ତି ।
ପ୍ରଥମତଃ, ସୁନନ୍ଦା ସମ୍ମାନ ଏବଂ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ । ସେହିପରି ଶାସ୍ତ୍ରୀୟ ସଙ୍ଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର୍’ ପ୍ରତିଷ୍ଠା କରାଯିବ ।
ଦ୍ୱିତୀୟରେ, ପୁରୀ ଓ କଟକରେ ଥିବା ତାଙ୍କ ବାସଭବନକୁ ତାଙ୍କ ପରିବାରର ଲୋକଙ୍କ ଅନୁମତିକ୍ରମେ ସ୍ମୃତି ସଦନ ଭାବରେ ବିକଶିତ କରାଯିବ ।
ତୃତୀୟରେ, ସୁନନ୍ଦା ପଟ୍ଟନାୟକଙ୍କ ଦ୍ୱାରା ବ୍ୟବହୃତ ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀରେ ସଂରକ୍ଷିତ ରଖାଯିବ । ସ୍ୱର୍ଗତା ପଟ୍ଟନାୟକଙ୍କ ବ୍ୟବହୃତ ଜିନିଷକୁ ଦାନ କରିବା ପାଇଁ ତାଙ୍କ ପରିବାର ଲୋକଙ୍କୁ ଅନୁରୋଧ କରାଯିବ ।
ଶେଷରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ସ୍ୱର୍ଗତା ସୁନନ୍ଦା ପଟ୍ଟନାୟକଙ୍କ ଜୟନ୍ତୀ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପାଳନ କରାଯିବ ।
Previous Post

ଆଉ ଦୌଡ଼ିବାକୁ ପଡ଼ିବନି ଥାନା

Next Post

ତପ୍ତପାଣି ଘାଟିରେ ଓଲଟିଗଲା ବସ୍; ୭ ମୃତ, ୪୦ ଆହତ

Next Post
ତପ୍ତପାଣି ଘାଟିରେ ଓଲଟିଗଲା ବସ୍; ୭ ମୃତ, ୪୦ ଆହତ

ତପ୍ତପାଣି ଘାଟିରେ ଓଲଟିଗଲା ବସ୍; ୭ ମୃତ, ୪୦ ଆହତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA