Saturday, May 30, 2026 11:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତପ୍ତପାଣି ଘାଟିରେ ଓଲଟିଗଲା ବସ୍; ୭ ମୃତ, ୪୦ ଆହତ

by Our Correspondent
29 Jan, 2020- 12:07 PM
in Latest News, News
1 min read
0
ତପ୍ତପାଣି ଘାଟିରେ ଓଲଟିଗଲା ବସ୍; ୭ ମୃତ, ୪୦ ଆହତ
Spread the love

ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ, ମୃତକଙ୍କ ପରିବାରକୁ ୨ ଲକ୍ଷ ସହାୟତା

ବ୍ରହ୍ମପୁର: ବ୍ରହ୍ମପୁରଠାରୁ ପ୍ରାୟ ୬୦ କିମି ଦୂରରେ ଥିବା ତପ୍ତପାଣି ଘାଟିରେ ଗତକାଲି ମଧ୍ୟରାତ୍ରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘନ କୁହୁଡ଼ି ଭିତରେ ବସ୍ ଟି ଚାରି ଗଡ଼ା ଦେଇ ଘାଟି ତଳକୁ ଖସିପଡ଼ିଥିଲା ।ଏହି ଦୁର୍ଗମ ଇଲାକାର ଘଞ୍ଚ ଜଙ୍ଗଲରେ ବସ୍ ଭିତରେ ଚାପି ହୋଇ ଯାଇଥିଲେ ୫୦ ଜଣ ଯାତ୍ରୀ । ଘଟଣାସ୍ଥଳରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଯାତ୍ରୀମାନଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଏବଂ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ୧୪ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତାହତଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି ।
ରାୟଗଡ଼ା ଟିକିରିରୁ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଆସୁଥିଲା ‘ମାରୁତି’ ନାମକ ଏହି ଯାତ୍ରୀବାହୀ ବସ୍ । ରାତି ପ୍ରାୟ ୩ ଟାରେ ଏହା ତପ୍ତପାଣି ଘାଟି ଅତିକ୍ରମ କଲା ବେଳେ ପାଳୁଖୋଳା ପାଖରେ ଘାଟିରୁ ତଳକୁ ଖସିପଡ଼ିଥିଲା । ଘନ କୁହୁଡ଼ି ନା ବ୍ରେକ୍ ଫେଲ୍ ଯୋଗୁଁ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ବସ୍ ଭିତରେ ଯାତ୍ରୀମାନେ ଗଭୀର ନିଦ୍ରାରେ ଶୋଇଥିଲା ବେଳେ ତାହା ଘାଟି ଉପରୁ ଚାରି ଗଡ଼ା ଦେଇ ତଳକୁ ଖସିଥିଲା । ତଳେ ଘଞ୍ଚ ଜଙ୍ଗଲ ଏବଂ ପାଖରେ ଥିବା ଏକ ପାଣି ଟାପରେ ପଡ଼ିଥିଲା ବସ୍ । ଚାପି ହୋଇଯାଇଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବାକୁ ଆର୍ତ୍ତ ଚିକ୍ରାର କରିଥିଲେ ମଧ୍ୟ ବାହାରି ପାରି ନ ଥିଲେ । ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା । ପୁଲିସ, ଫାୟାର୍ ଓ ଓଡ୍ରାଫ୍ ଟିମ୍ ଖବର ପାଇ ସେଠାରେ ପହଞ୍ଚିବା ବେଳକୁ ଡେରି ହୋଇଯାଇଥିଲା ।
ବସ୍ ରେ ଚାପି ହୋଇ ରହିଥିବା ୭ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବେଳେ ୧୩ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କୁ ପଠାଯାଇଥିଲା । ପ୍ରାୟ ୩୫ ଜଣ ଆହତଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଜିଲ୍ଲା ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟରେ ସହଯୋଗ କରିଥିଲେ ।

ମୃତକଙ୍କ ପରିବାରକୁ ୨ ଲକ୍ଷ

୭ ଜଣଙ୍କ ଜୀବନ ନେଇଥିବା ତପ୍ତପାଣି ଘାଟିର ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
Previous Post

ଡେରିରେ ହେଉ ପଛେ ମନେପଡ଼ିଲେ..

Next Post

ପାଣ୍ଡିଆନ୍ ଙ୍କ 5-T ହାର୍ଡ ୱାର୍କ; ଫୋକସ୍ ରେ ହିଞ୍ଜିଳି, ଦିନଯାକ ବୁଲିବେ ୨୫ ହାଇସ୍କୁଲ

Next Post
ପାଣ୍ଡିଆନ୍ ଙ୍କ 5-T ହାର୍ଡ ୱାର୍କ; ଫୋକସ୍ ରେ ହିଞ୍ଜିଳି, ଦିନଯାକ ବୁଲିବେ ୨୫ ହାଇସ୍କୁଲ

ପାଣ୍ଡିଆନ୍ ଙ୍କ 5-T ହାର୍ଡ ୱାର୍କ; ଫୋକସ୍ ରେ ହିଞ୍ଜିଳି, ଦିନଯାକ ବୁଲିବେ ୨୫ ହାଇସ୍କୁଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA