Monday, May 25, 2026 06:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତଥାଗତଙ୍କ ପରିବର୍ତ୍ତନ !

by Our Correspondent
12 Jun, 2018- 11:40 AM
in Latest News, Politics
1 min read
0
ତଥାଗତଙ୍କ ପରିବର୍ତ୍ତନ !
ଭୁବନେଶ୍ୱର: ଓଡ଼ିଶାରେ ବିଜେଡ଼ି-ବିଜେପି(ଧର୍ମେନ୍ଦ୍ର ପ୍ରଧାନ) ଲଢ଼େଇ ଜୋର୍ ଚାଲିଥିବା ବେଳେ ପାର୍ଲିଆମେଣ୍ଟ ସେଣ୍ଟ୍ରାଲ୍ ହଲ୍ ରେ ଧର୍ମେନ୍ଦ୍ରଙ୍କ ସହ ବିଜେଡ଼ି ସାଂସଦଙ୍କ ଗମାତ୍ ଏବଂ ସେହି ଗମାତ୍ ର ଫଟୋକୁ ତଥାଗତ ଟୁଇଟରରେ ଛାଡ଼ିବା ଘଟଣାଟି ନିକେଟ ଅତୀତରେ ବେଶ୍ ଚର୍ଚ୍ଚା ହୋଇଥିଲା । ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ତଥାଗତ ଟୁଇଟରରେ କାହିଁକି ଛାଡ଼ିଲେ, ତାହା ପଛର ଉଦ୍ଦେଶ୍ୟ କ’ଣ ଇତ୍ୟାଦି ବିଭିନ୍ନ ପ୍ରଶ୍ନ ଉଠିଲା । ସେହି ସ୍ମୃତି ଲୋକଙ୍କ ମନରୁ ନ ଲିଭୁଣୁ ଏବେ ତଥାଗତଙ୍କ ଖବରକାଗଜକୁ ସେମାନେ ନୂଆ ରୂପରେ ଦେଖୁଛନ୍ତି । ଏନଡ଼ିଏ ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଛି ତଥାଗତଙ୍କ ଖବରକାଗଜ । ତଥାଗତ ବିଜେପି ଆଡକୁ ଢ଼ଳିଲେଣି କି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।
ତଥାଗତଙ୍କ ଖବରକାଗଜ ଏଡଟୋରିଆଲ୍ ପଲିସିରେ ପରିବର୍ତ୍ତନ ଏଇଥିପାଇଁ କୁହାଯାଉଛି କି ନିର୍ଦ୍ଦିଷ୍ଟ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ତାଙ୍କ ମନ୍ତ୍ରଣାଳୟର ବିଜ୍ଞାପନକୁ ପ୍ରଥମ ପୃଷ୍ଠାରେ ସ୍ଥାନିତ କରାଯାଉଛି । ଧର୍ମେନ୍ଦ୍ରଙ୍କ ବୟାନ ଓ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଉଛି । ପୂର୍ବରୁ ସେଭଳି ଦେଖାଯାଉ ନ ଥିବାରୁ ଲୋକେ ଏହାକୁ ପରିବର୍ତ୍ତନ ବୋଲି କହୁଛନ୍ତି । ଗଣମାଧ୍ୟମ ସହ ସଂପୃକ୍ତ ବ୍ୟକ୍ତିବିଶେଷ ଜାଣନ୍ତି ଯେ ତଥାଗତଙ୍କ ବିନା ଇସାରାରେ ତାଙ୍କ ଖବରକାଗଜର ପତ୍ରଟିଏ ବି ହଲେନି । ପଲିଟିକାଲ୍ ଷ୍ଟୋରି ତିଆରି ହୁଏନି । ସୁତରାଂ ଯାହା ହେଉଛି ସବୁ ତଥାଗତଙ୍କ ଇସାରାରେ । ଅର୍ଥାତ୍ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁତ୍ୱ ଦେଇ ତାଙ୍କ ଖବର ଛାପିବା ସମ୍ପୂର୍ଣ୍ଣ ରୂପେ ତଥାଗତଙ୍କ ନିଷ୍ପତ୍ତି ।
ରାଜନୈତିକ ସମୀକ୍ଷକଙ୍କ ମତରେ, ଧର୍ମେନ୍ଦ୍ରଙ୍କୁ ତଥାଗତ ଗୁରୁତ୍ୱ ଦେବା ଅର୍ଥ ବିଜେଡ଼ି ପ୍ରତି ତାଙ୍କର ବୈରାଗ୍ୟ ମନୋଭାବ ବୋଲି ବୁଝିବାକୁ ପଡ଼ିବ । ହୋଇପାରେ ଆସନ୍ତା ନିର୍ବାଚନରେ ବିଜେଡ଼ି ଟିକେଟ ତାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ସେ ବୁଝିସାରିଲେଣି । ବେଳକାଳ ଦେଖି ସେ ଧର୍ମେନ୍ଦ୍ରଙ୍କ ଆଡକୁ ଢ଼ଳି ବିଜେପି ଟିକେଟରେ ଢ଼େଙ୍କାନାଳ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବାର ଲକ୍ଷ୍ୟ ରଖି ଥାଇପାରନ୍ତି ।
ଢ଼େଙ୍କାନାଳର ରାଜନୈତିକ ସ୍ଥିତି ଅନୁଧ୍ୟାନ କଲେ, ସେଠାରେ ତ୍ରିମୁଖୀ ଲଢ଼େଇ ଥୟ ବୋଲି କୁହାଯାଉଛି । କେ.ପି.ସିଂହଦେଓ ଏବେ ପୂରା ସକ୍ରିୟ ହୋଇଛନ୍ତି । ତଥାଗତ ମଧ୍ୟ ଅଞ୍ଚଳକୁ ଅଧିକ ସମୟ ଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଇଥିବା ସୁଧୀର ସାମଲ ମଧ୍ୟ ସାଂଗଠନିକ କାର୍ଯ୍ୟକ୍ରମରେ ସମାନ୍ତରାଳ ଭାବେ ସକ୍ରିୟ ହୋଇଛନ୍ତି । ବିଜେପିର ସେଭଳି କୌଣସି ନିର୍ଦ୍ଦିଷ୍ଟ ପ୍ରାର୍ଥୀ ନ ଥିଲେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଢ଼େଙ୍କାନାଳ ଗଡ଼ ସମ୍ଭାଳୁଛନ୍ତି । ଚର୍ଚ୍ଚା ହେଉଛି, ତଥାଗତଙ୍କର ନିଜସ୍ୱ ସ୍ଥିତି ଆଦୌ ଭଲ ନ ଥିଲା କି ନାହିଁ । ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନର ଆର୍ଶିବାଦ ଯୋଗୁଁ ଲଗାତର ୩ ଥର ବିଜେଡ଼ି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଢ଼େଙ୍କାନାଳରେ ବିଜେଡ଼ିକୁ ଶକ୍ତିଶାଳୀ କରିବା ପଛରେ ତାଙ୍କର କିଛି ଭୂମିକା କି ଅବଦାନ ନାହିଁ ।
କୁହାଯାଉଛି, ସୁଧୀର ସାମଲ ବିଜେଡ଼ିକୁ ଆସିବା ପରେ ଲୋକସଭା ଟିକେଟ ପାଇଁ ଆଶାୟୀ ଥିବାରୁ ତଥାଗତ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ତେଣୁ ତାଙ୍କ ପାଇଁ ବିକଳ୍ପ ବାଟ ହୋଇଛି ବିଜେପି । ବିଜେପିର କେହି ସେଭଳି ପ୍ରାର୍ଥୀ ନ ଥିବାରୁ ତାଙ୍କ ପାଇଁ ସୁଯୋଗ ରହିଛି । ହୁଏତ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ତଥାଗତ । ତେଣୁ ଧର୍ମେନ୍ଦ୍ରଙ୍କୁ ସନ୍ତୁଷ୍ଟରେ ରଖି ସେ ନିଜ ପାଇଁ ସୁରକ୍ଷିତ ଜାଗା ଚାହୁଁଛନ୍ତି । ସବୁଠାରୁ ବଡ଼କଥା ହେଉଛି, ବିଜେଡ଼ିରେ ଥିବା କିଛି ବିଜେପିପ୍ରେମୀ ବ୍ଲକ୍/ଏନଏସି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଓ ସରପଞ୍ଚଙ୍କୁ ମେଳି କରୁଛନ୍ତି ତଥାଗତ । ତଥାଗତଙ୍କ ଏହି ମତିଗତି ସ୍ଥାନୀୟ ବହୁ ବିଜେଡ଼ି ନେତାଙ୍କୁ ଆଚମ୍ବିତ କରିଛି ।
ନିଜ ନିର୍ବାଚନମଣ୍ଡଳୀରେ ତଥାଗତଙ୍କ କାର୍ଯ୍ୟକ୍ରମର ତରିକା ଏବଂ ତାଙ୍କ ଖବରକାଗଜର ଆଭିମୁଖ୍ୟରେ ପରିବର୍ତ୍ତନରୁ ତଥାଗତ ବିଜେପି ଆଡକୁ ଢ଼ଳିଥିବା ଚର୍ଚ୍ଚା ହେଉଛି । ତେବେ ଏ ସମ୍ପର୍କରେ ମୁହଁ ଖୋଲିନାହାନ୍ତି ତଥାଗତ ।
ପ୍ରକାଶଥାଉକି, ବିଜୟ ମହାପାତ୍ର ଗଠନ କରିଥିବା ଓଡ଼ିଶା ଗଣ ପରିଷଦରେ ତଥାଗତ ୨୦୦୦ ମସିହାରେ ଯୋଗଦେଇ ପାର୍ଟିର ସେକ୍ରେଟାରି ଜେନେରାଲ୍ ହୋଇଥିଲେ । ତେବେ ୨୦୦୪ ନିର୍ବାଚନ ପୂର୍ବରୁ ସେ ଓଜିପି ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ । ଢ଼େଙ୍କାନାଳ ଆସନରୁ ସେବେଠାରୁ ସେ କ୍ରମାଗତ ଭାବେ ବିଜେଡ଼ି ଟିକଟରେ ନିର୍ବାଚନ ଜିତି ଆସୁଛନ୍ତି ।
Previous Post

ଦେବାଶିଷଙ୍କୁ ନେଇ ବିଜେଡ଼ିରେ ଅସନ୍ତୋଷ

Next Post

ସାଂସଦ ପଦ ଛାଡ଼ିଲେ ବୈଜୟନ୍ତ

Next Post
ସାଂସଦ ପଦ ଛାଡ଼ିଲେ ବୈଜୟନ୍ତ

ସାଂସଦ ପଦ ଛାଡ଼ିଲେ ବୈଜୟନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA