Monday, May 25, 2026 07:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦେବାଶିଷଙ୍କୁ ନେଇ ବିଜେଡ଼ିରେ ଅସନ୍ତୋଷ

by Our Correspondent
11 Jun, 2018- 07:15 PM
in Latest News, Politics
1 min read
0
ଦେବାଶିଷଙ୍କୁ ନେଇ ବିଜେଡ଼ିରେ ଅସନ୍ତୋଷ

ଭୁବନେଶ୍ୱର: ବିଧାୟକ ଦେବାଶିଷ ନାୟକ ଏବେ ବିଜେଡ଼ି ପାଇଁ ଭାରି ହୋଇଛନ୍ତି । ତାଙ୍କର ହମବଡ଼ା ନୀତି ବହୁକ୍ଷେତ୍ରରେ ଦଳକୁ ଅଡୁଆରେ ପକାଉଛି । ସହଯୋଗୀ ନେତାମାନଙ୍କୁ ସେ ପାସଙ୍ଗରେ ନେଉ ନ ଥିବା ନେଇ ବହୁ ଅଭିଯୋଗ ଆସିଛି । ନିଜ ବରୀ ନିର୍ବାଚନମଣ୍ଡଳୀଠାରୁ ଆରମ୍ଭ କରି ଦଳୀୟ ପର୍ଯ୍ୟବେକ୍ଷକ ଥିବା ଖୋର୍ଦ୍ଧା ଜିଲ୍ଲାରେ ସବୁ ନେତାଙ୍କୁ ନେଇ ଚାଲିବା ବଦଳରେ ଦେବାଶିଷ ଦଳକୁ ଗୋଷ୍ଠୀଭୁକ୍ତ କରି ବିଭାଜନମୁହାଁ କରାଉଥିବା ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ, ଭୁବନେଶ୍ୱରରେ ଦଳୀୟ ନିଷ୍ପତ୍ତିକୁ ତାଙ୍କର ଖାତିର ରହୁ ନ ଥିଲା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ କୁ ମଧ୍ୟ ତାଙ୍କର ଭୃକ୍ଷେପ ନ ଥିବା କୁହାଯାଇଛି ।

ଦେବାଶିଷଙ୍କ ହାମବଡ଼ା ନୀତିରୁ ବେଶୀ ପ୍ରଭାବିତ ହୋଇଛି ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଂଗଠନ । ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ଦେବାଶିଷ । ମାତ୍ର ଜିଲ୍ଲାରେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସେ ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କୁ ପଚାରୁନାହାନ୍ତି କି ତାଙ୍କର ସହଯୋଗ ଲୋଡୁନାହାନ୍ତି । ଗତ ଦୁଇ ମାସ ମଧ୍ୟରେ ଜିଲ୍ଲାରେ ଯେତେ କାର୍ଯ୍ୟକ୍ରମ କରିଛନ୍ତି ସେଥିରେ ସଭାପତିଙ୍କୁ ଡାକି ନ ଥିବାରୁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ସେହିଭଳି ନିକଟରେ ବିଜେଡ଼ିରେ ଯୋଗ ଦେଇଥିବା ମାନସ ମଙ୍ଗରାଜଙ୍କୁ ତାଙ୍କ ଚିଲିକା ନିର୍ବାଚନମଣ୍ଡଳୀରେ କୌଣସି କାର୍ଯ୍ୟକ୍ରମରେ ଦେବାଶିଷ ସାମିଲ କରୁନାହାନ୍ତି । ସେଠାରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଧରି ଏକପାଖିଆ କାର୍ଯ୍ୟକ୍ରମ କରୁଥିବାରୁ ମାନସ ଅଣନିଶ୍ୱାସୀ ହୋଇପଡ଼ିଥିବା ଜଣାପଡ଼ିଛି । ରଘୁନାଥ ସାହୁ ଓ ମାନସ ମଙ୍ଗରାଜଙ୍କ ମଧ୍ୟରେ କୌଣସି ତିକ୍ତତା ନ ଥିଲା ବେଳେ ଦେବାଶିଷଙ୍କ କୁଟନୀତି ଦଳ ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି ।
ନିଜ ନିର୍ବାଚନମଣ୍ଡଳୀ ବରୀରେ ମଧ୍ୟ ଦେବାଶିଷଙ୍କ ନିଜର କାଟତି ନାହିଁ କି ଜନସମ୍ପର୍କ ନାହିଁ । ଦଳୀୟ ନେତାଙ୍କୁ ଏକାଠି ନେଇ ଚାଲିବାରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ଦେବାଶିଷ ସବୁବେଳେ ନବୀନ ପଟ୍ଟନାୟକଙ୍କ ନାଁରେ ହିଁ ଭୋଟ ପାଆନ୍ତି । ନିର୍ବାଚନମଣ୍ଡଳୀ ଲୋକେ ବ୍ୟକ୍ତିଗତ ଭାବେ ତାଙ୍କୁ ନାକ ଟେକନ୍ତି । ମୁସଲିମ୍ ବହୁଳ ବ୍ରହ୍ମବରଦା ଅଞ୍ଚଳର ଜଣେ ଆଗଧାଡ଼ିର ବିଜେଡ଼ି କର୍ମୀ କହିଛନ୍ତି, ଏଥର ଯଦି ଦେବାଶିଷ ଟିକେଟ୍ ପାଆନ୍ତି ତେବେ ଆମେ ଆଖିବୁଜି ବିଜେପିକୁ ଭୋଟ ଦେବୁ । ଦେବାଶିଷଙ୍କ ଭଳି ବ୍ୟକ୍ତିଙ୍କୁ ଆଉ ବିଧାୟକ ଭାବେ ଆମେ ଦେଖିବାକୁ ଚାହୁଁନୁ ବୋଲି ସେ ସ୍ପଷ୍ଟ ମତ ଦେଇଛନ୍ତି । ଖାଲି ବ୍ରହ୍ମବରାଦ ନୁହେଁ, ସମଗ୍ର ନିର୍ବାଚନମଣ୍ଡଳୀରେ ଦେବାଶିଷଙ୍କ ଉପରେ ସବୁ ନେତା ଓ କର୍ମୀଙ୍କ ରାଗ । ଦଳକୁ ସୁଦୃଢ଼ କରିବା ବଦଳରେ ଦିନକୁ ଦିନ ସେ ଦୁର୍ବଳ କରୁଥିବା ସବୁଆଡୁ ଅଭିଯୋଗ ହେଉଛି ।
ବିଜେଡ଼ିକୁ ଦେବାଶିଷ ଗଣମାଧ୍ୟମରେ ସବୁବେଳେ ଅସୁବିଧାରେ ପକାଉଥିବାର ମଧ୍ୟ ଅଭିଯୋଗ ରହିଛି । ବିଜେଡ଼ିର ମୁଖପାତ୍ର ଓ ପାନେଲିଷ୍ଟ ତାଲିକାରେ ତାଙ୍କ ନାଁ ନ ଥିଲେ ମଧ୍ୟ ସେ ମନଇଚ୍ଛା ସବୁ ଟିଭିରେ ଯାଇ ବସିବା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ପସନ୍ଦ ହୋଇନି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ଦୁଇଥର ତାଗିଦ୍ କରିସାରିଲେଣି ବୋଲି ଜଣେ ଦଳୀୟ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ କୁ ଖାତିର ନ କରି ଟିଭିରେ ଦଳ ପାଇଁ ବାଇଟ୍ ଦେବା ଏବଂ ଡିବେଟ୍ ରେ ବସିବା ଦଳୀୟ ଶୃଙ୍ଖଳାର ଅବମାନନା ବୋଲି ସେ କହିଛନ୍ତି । ତାଙ୍କ ମନ୍ତବ୍ୟ ଦଳକୁ ସୁହାଇବା ପରିବର୍ତ୍ତେ ଅଧିକ କ୍ଷତିଗ୍ରସ୍ତ କରୁଛି ବୋଲି ଦଳର ଅନେକ ନେତା ମତ ଦେଇଛନ୍ତି ।
ଏହି ସବୁ ଅଭିଯୋଗ ସଂକ୍ରାନ୍ତରେ ଦେବାଶିଷଙ୍କ ମତାମତ ଜାଣିବାକୁ ଚେଷ୍ଟା କରିଥିଲୁ । ହେଲେ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।
Previous Post

ଧର୍ମେନ୍ଦ୍ରଙ୍କ ଶିବିରରେ ବୈଜୟନ୍ତ କମ୍ପନ !

Next Post

ତଥାଗତଙ୍କ ପରିବର୍ତ୍ତନ !

Next Post
ତଥାଗତଙ୍କ ପରିବର୍ତ୍ତନ !

ତଥାଗତଙ୍କ ପରିବର୍ତ୍ତନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA