Thursday, April 30, 2026 06:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ତିତଲି ପ୍ରଭାବିତ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ର ସରକାର

by Our Correspondent
06 Dec, 2018- 10:43 PM
in Latest News, News
1 min read
1
ତିତଲି ପ୍ରଭାବିତ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ର ସରକାର
ଭୁୁବନେଶ୍ୱର: ଗତ ଅକ୍ଟୋବର ମାସରେ ଓଡ଼ିଶାକୁ ଗ୍ରାସିଥିଲା ଭୟଙ୍କର ତିତଲି । ବାତ୍ୟା, ବର୍ଷା ଓ ମାଟି ଅତଡ଼ା ଖସି ୬୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଗଲା । ୧୭ ଟି ଜିଲ୍ଲାର ୬୦ ଲକ୍ଷ ଲୋକ ପ୍ରଭାବିତ ହେଲେ । ୫୭ ହଜାର ଘରଦ୍ୱାର ଭାଙ୍ଗିଗଲା । ତିତଲି କ୍ଷୟକ୍ଷତି ପାଇଁ ସରକାରଙ୍କୁ ଦୋଷ ଦେଇ ବିଜେପି ନେତାମାନେ ଧୂମ୍ ବର୍ଷିଲେ । ପ୍ରଭାବିତ ଅଞ୍ଚଳ ବୁଲି ବୟାନବାଜି କଲେ । ହେଲେ କେନ୍ଦ୍ରରେ ଥିବା ତାଙ୍କ ଦଳର ସରକାର ରାଜ୍ୟର ତିତଲି ପୀଡ଼ିତଙ୍କ ପାଇଁ ଦରଦ ଦେଖାଇବାକୁ ଭୁଲିଯାଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି(ଏନଡିଆରଏଫ) ରୁ ତିନୋଟି ରାଜ୍ୟକୁ ଅତିରିକ୍ତ ସହାୟତା ଦିଆଯାଇଥିବା ବେଳେ ତାଲିକାରେ ଓଡ଼ିଶା ନାହିଁ ।
ପ୍ରାକୃତିକ ବିପର୍ଯ୍ୟୟର ଶିକାର କେରଳକୁ ୩୦୪୮ କୋଟି, ଆନ୍ଧ୍ରପ୍ରଦେଶକୁ ୫୩୯.୫୨ କୋଟି ଓ ନାଗାଲାଣ୍ଡକୁ ୧୩୧୬ କୋଟି ଟଙ୍କା ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆଜି ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଏହି ଅନୁଦାନ ମଂଜୁର ହୋଇଛି । ଆଶ୍ଚର୍ଯ୍ୟର କଥା, ତିତଲି ପ୍ରଭାବିତ ଆନ୍ଧ୍ରପ୍ରଦେଶକୁ ବିଚାର କରାଯାଇଥିବା ବେଳେ ଓଡ଼ିଶା କଥା ଆଜି କମିଟିର ବିଚାରକୁ ଆସିନାହିଁ । ନଭେମ୍ବର ପ୍ରଥମ ସପ୍ତାହରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ.କେ.ସାହିଙ୍କ ନେତୃତ୍ୱରେ ଏକ ୭ ଜଣିଆ କେନ୍ଦ୍ରୀୟ ଟିମ୍ ତିତଲି ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଆସି କ୍ଷୟକ୍ଷତି ଆକଳନ କରିଥିଲେ । ତେବେ କେନ୍ଦ୍ରୀୟ ଟିମ୍ ରିପୋର୍ଟ ଉପରେ କାହିଁକି ପଦକ୍ଷେପ ନିଆଯାଇନି ତାହା ସ୍ପଷ୍ଟ ହୋଇନାହିଁ ।
ଓଡ଼ିଶା ସରକାରଙ୍କ ପକ୍ଷରୁ ତିତଲି କ୍ଷୟକ୍ଷତି ପାଇଁ କେନ୍ଦ୍ରୀୟ ସହାୟତା ମଗାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅକ୍ଟୋବର ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷୟକ୍ଷତିଜନିତ ସ୍ମାରକପତ୍ର ପ୍ରଦାନ କରିଥିଲେ । କ୍ଷତି ଭରଣା ପାଇଁ ୨୭୭୦.୨୮ କୋଟି ଟଙ୍କା ଆକଳନ ହୋଇଥିଲା ବେଳେ ଏନଡିଏଫ୍ ରୁ କେନ୍ଦ୍ରୀୟ ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ ୨୦୧୪.୦୯ କୋଟି ମାଗିଥିଲେ । ଅନ୍ତରୀଣ ସହାୟତା ବାବଦକୁ ୧୦୦୦ କୋଟି ମାଗିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଓଡ଼ିଶାକୁ ଟଙ୍କାଟେ ଦେଇନାହାନ୍ତି ।
Previous Post

ସଫା ହେଲେ ଜେନା

Next Post

ବିଜେପିକୁ ଧକ୍କା: ବିଜାତଳାରେ ବିଜେଡ଼ିର ବିପୁଳ ବିଜୟ

Next Post
ବିଜେପିକୁ ଧକ୍କା: ବିଜାତଳାରେ ବିଜେଡ଼ିର ବିପୁଳ ବିଜୟ

ବିଜେପିକୁ ଧକ୍କା: ବିଜାତଳାରେ ବିଜେଡ଼ିର ବିପୁଳ ବିଜୟ

Comments 1

  1. ବିମଳ ପ୍ରସାଦ says:
    7 years ago

    କେନ୍ଦ୍ର ସରକାରଙ୍କ ଅସହିଷ୍ଣୁତାର ଉଦାହରଣ।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA