Thursday, April 30, 2026 08:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସଫା ହେଲେ ଜେନା

by Our Correspondent
06 Dec, 2018- 05:37 PM
in Latest News, Politics
1 min read
0
ସଫା ହେଲେ ଜେନା

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପଛରେ ପଡ଼ିବା ଶ୍ରୀକାନ୍ତ ଜେନାଙ୍କୁ ମହଙ୍ଗା ପଡ଼ିଛି । ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ଆଜି ତାଙ୍କୁ ଅପମାନଜନକ ଭାବେ ବିଦା କରାଯାଇଛି । ତାଙ୍କ ଗୋଷ୍ଠୀର କୁହାଯାଉଥିବା ଶରତ ରାଉତଙ୍କୁ ମଧ୍ୟ ଇସ୍ତାହାର କମିଟିର ଆବାହକ ପଦରୁ ହଟାଯାଇଛି । ଶ୍ରୀକାନ୍ତଙ୍କ ଜାଗାରେ ଗଣେଶ୍ୱର ବେହେରାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଥିବା ବେଳେ ଶରତଙ୍କ ଜାଗାରେ ବିସ୍ମୟ ମହାପାତ୍ରଙ୍କୁ ଆବାହକ ପଦ ଦିଆଯାଇଛି । ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଏଆଇସିସି ପକ୍ଷରୁ ସାଧାରଣ ସମ୍ପାଦକ ଅଶୋକ ଗେହେଲଟ୍ ଇସ୍ତାହାର କମିଟି ଘୋଷଣା କରିଛନ୍ତି ।

ଇସ୍ତାହାର କମିଟିରେ ଗଣେଶ୍ୱର ବେହେରା ଅଧ୍ୟକ୍ଷ ଥିବା ବେଳେ ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମାରି ସୁରିନ୍, ନଟବର ଖୁଣ୍ଟିଆ, ପ୍ରଫେସର ଲିକତ୍ ଅଲ୍ଲୀ, ସତ୍ୟପ୍ରକାଶ ନାୟକ ସଦସ୍ୟ ଅଛନ୍ତି । ବିସ୍ମୟ ମହାପାତ୍ରଙ୍କୁ ଆବାହକ ରଖାଯାଇଛି । ଏଆଇସିସି ପକ୍ଷରୁ ଜାରି ତାଲିକାରେ ପୂର୍ବରୁ ଘୋଷିତ ଶ୍ରୀକାନ୍ତ ଜେନାଙ୍କ ବଦଳରେ ଗଣେଶ୍ୱର ବେହେରା ଅଧ୍ୟକ୍ଷ ବୋଲି ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ପୂର୍ବଘୋଷିତ ତାଲିକାରେ ଥିବା ଶରତ ରାଉତଙ୍କ ନାଁ ଉଲ୍ଲେଖ ନ ରହି ବିସ୍ମୟ ମହାପାତ୍ର ଆବାହକ ହେଲେ ବୋଲି ଉଲ୍ଲେଖ କରାଯାଇଛି ।
ଦଳରେ ଥାଇ ଦଳର ଅନିଷ୍ଟ କରୁଥିବା ଶକ୍ତିଙ୍କ ଉଦ୍ଦେଶ୍ୟରେ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ପଞ୍ଚାୟତ ସମ୍ମିଳନୀରେ ବର୍ଷୁଥିଲେ ନିରଞ୍ଜନ ପଟ୍ଟନାୟକ । ସେପଟେ ସ୍ୱାଧିନତା ସଂଗ୍ରାମୀ ପଡ଼ିଆରେ ସାମାଜିକ ନ୍ୟାୟ ଅଭିଯାନ ବ୍ୟାନରରେ ଦଳିତ,ଆଦିବାସୀ ଓ ପଛୁଆବର୍ଗଙ୍କ ଉପେକ୍ଷାକୁ ନେଇ ଭାଷଣରେ ଗର୍ଜୁଥିଲେ ଶ୍ରୀକାନ୍ତ ଜେନା ଓ କୃଷ୍ଣ ଶଗରିଆ । ଖଣି ଚୋର କଂଗ୍ରେସକୁ ଚଳାଇ ପାରିବେନି କହି ପଟ୍ଟନାୟକ ପରିବାରକୁ ଟାର୍ଗେଟ୍ କରୁଥିଲେ ଶ୍ରୀକାନ୍ତ । ଠିକ ଏତିକିବେଳକୁ ଏଆଇସିସି ପକ୍ଷରୁ ଆସିଥିଲା ଇସ୍ତାହାର କମିଟି ବିଜ୍ଞପ୍ତି । ଯେଉଁଥିରେ ଶ୍ରୀକାନ୍ତ ଜେନା ବଳି ପଡ଼ିଥିଲେ । ସାମ୍ବାଦିକଙ୍କଠାରୁ ଶ୍ରୀକାନ୍ତ ଏହା ଜାଣିଲା ପରେ କହିଥିଲେ, ମୁଁ ଦୁଃଖିତ ନୁହେଁ । ପଦବୀ ଯେତେବେଳେ ମାଗି ନ ଥିଲି ଚାଲିଗଲା ବୋଲି କାହିଁକି ଦୁଃଖ କରିବି । ନିରଞ୍ଜନ କହିଥିଲେ, ଏହା ଏଆଇସିସି ନିଷ୍ପତ୍ତି । ମୋର ସେଥିରେ କିଛି ଭୂମିକା ନାହିଁ ।
ତେବେ ସେ ଯାହା ହେଉ, ଯେଉଁ ଓବିସି ଓ ଦଳିତ ବର୍ଗ ସପକ୍ଷରେ ଶ୍ରୀକାନ୍ତ ଯୁକ୍ତି ବାଢ଼ି ନିରଞ୍ଜନଙ୍କ ପାଇଁ ଗାତ ଖୋଳୁଥିବା କୁହାଯାଉଥିଲା ସେହି ଗାତରେ ନିଜେ ପଡ଼ିଛନ୍ତି । ଦଳିତ ବର୍ଗର ନେତାଙ୍କୁ ତାଙ୍କ ଜାଗାରେ ନିଯୁକ୍ତି ଦିଆଯାଇଛି । ରାଜ୍ୟ କଂଗ୍ରେସ ପାଇଁ ଶ୍ରୀକାନ୍ତ ଜେନାଙ୍କ ଭଳି ନେତାଙ୍କର ଆଉ ଆବଶ୍ୟକତା ନାହିଁ ବୋଲି ଖୋଦ୍ ହାଇକମାଣ୍ଡ ବାର୍ତ୍ତା ଦେଇଥିବା କୁହାଯାଉଛି ।
ନିରଞ୍ଜନ ପଟ୍ଟନାୟକ ଓ ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ ଅହି ନକୂଳ ସମ୍ପର୍କ ଆଜିର ନୁହେଁ, ବହୁ ପୁରୁଣା । ନିରଞ୍ଜନଙ୍କୁ ପିସିସି ସଭାପତି ପଦରେ ବସାଇ ନ ଦେବା ପାଇଁ ଶ୍ରୀକାନ୍ତ ଚକ୍ରାନ୍ତ ଖଂଜିଥିଲେ ବୋଲି ଚର୍ଚ୍ଚା ହୋଇଥିଲା । ଗତ ଏପ୍ରିଲ୍ ମାସରେ ହାଇକମାଣ୍ଡ ନିରଞ୍ଜନଙ୍କୁ ସଭାପତି ଦାୟିତ୍ୱ ଦେବା ବେଳେ ଶ୍ରୀକାନ୍ତ ଜେନାଙ୍କୁ ବି ସନ୍ତୁଷ୍ଟ କରିବାକୁ ଚାହିଁଥିଲେ । ତାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରିଥିଲେ । ତେବେ ଘରେ ନ ପଶୁଣୁ ଚାଳ ବାଜିବା ନ୍ୟାୟରେ ଶ୍ରୀକାନ୍ତ ନିରଞ୍ଜନଙ୍କୁ ଲକ୍ଷ୍ୟ କରି ତାଙ୍କ ଗେମ୍ ଆରମ୍ଭ କରିଥିଲେ । ଇସ୍ତାହାର ମୁଖବନ୍ଧ ଶୀର୍ଷକରେ କଂଗ୍ରେସ କମିଟି ସଦସ୍ୟ ଓ ଏଆଇସିସି ସଦସ୍ୟଙ୍କୁ ଚିଠି ଲେଖି କଂଗ୍ରେସ କ୍ଷମତାକୁ ଆସିଲେ ଓବିସି କିମ୍ବା ଏସିବିସି ବର୍ଗରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରସ୍ତାବ ରଖିଥିଲେ । ଖାଲି ସେତିକି ନୁହେଁ କଂଗ୍ରେସ କ୍ଷମତାକୁ ଆସିଲେ ବେଆଇନ ଖଣି ମାଲିକଙ୍କ ଖଣି ବାତିଲ କରି ସେମାନଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ ହେବ ବୋଲି ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ଜରିଆରେ ଶ୍ରୀକାନ୍ତ ନିରଞ୍ଜନଙ୍କୁ ତୀର ଖଂଜିଥିଲେ ବୋଲି ଚର୍ଚ୍ଚା ହୋଇଥିଲା ।
ସେପଟେ କୃଷ୍ଣ ଶଗରିଆଙ୍କୁ ମତେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ବଦନାମ ଓ ହଟାଇବା ପାଇଁ କୁଆଡ଼େ ଶ୍ରୀକାନ୍ତ ଷଡ଼ଯନ୍ତ୍ର ରଚିଥିଲେ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ନରସିଂହଙ୍କ ସମ୍ପର୍କ ପ୍ରସଙ୍ଗ ଉଠାଇଥିଲେ ଶଗରିଆ । ଏହାକୁ ଉଭୟ ଶ୍ରୀକାନ୍ତ ଓ ଶଗରିଆ ଅସ୍ୱୀକାର କରିଥିଲେ ମଧ୍ୟ କଂଗ୍ରେସ ମହଲରେ ଏହା ଢ଼େର୍ ଚର୍ଚ୍ଚା ହୋଇଥିଲା । ନିରଞ୍ଜନ ଓ ନରସିଂହଙ୍କୁ ଟାର୍ଗେଟ୍ କରି ଶ୍ରୀକାନ୍ତ କଂଗ୍ରେସକୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଥିବା ବିରୋଧୀ ଶିବିରରେ ଆଲୋଚନା ହେଉଥିଲା । ତେବେ ଚର୍ଚ୍ଚାର ସତ୍ୟାସତ୍ୟ ବୋଧହୁଏ କଂଗ୍ରେସ ନେତୃତ୍ୱର ଅନୁଭବ ହୋଇଛି । ଯେଉଁଥିପାଇଁ ଅଚାନକ ଭାବେ ତାଙ୍କ ହାତରୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦ କାଢ଼ି ନିଆଯାଇଛି ।
Previous Post

ମହିଳା ସଂରକ୍ଷଣ ବିଲ୍: ସବୁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଲେ ନବୀନ

Next Post

ତିତଲି ପ୍ରଭାବିତ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ର ସରକାର

Next Post
ତିତଲି ପ୍ରଭାବିତ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ର ସରକାର

ତିତଲି ପ୍ରଭାବିତ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ର ସରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA