Thursday, April 30, 2026 03:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ତୃତୀୟ ସଂକ୍ରମିତ ଦିଲ୍ଲୀ ଫେରନ୍ତା; ଓଡ଼ିଶାରେ କରୋନା ଷ୍ଟେଜ୍-୩ ସମ୍ଭାବନା

by Our Correspondent
27 Mar, 2020- 01:35 PM
in Latest News, News
1 min read
0
ତୃତୀୟ ସଂକ୍ରମିତ ଦିଲ୍ଲୀ ଫେରନ୍ତା; ଓଡ଼ିଶାରେ କରୋନା ଷ୍ଟେଜ୍-୩ ସମ୍ଭାବନା
ଭୁବନେଶ୍ୱର: ଗତକାଲି ସୁଦ୍ଧା ରାଜ୍ୟରେ କରୋନା ସ୍ଥିତି ଷ୍ଟେଜ୍-ଟୁ ରେ ଥିବା କୁହାଯାଉଥିଲା । ମାତ୍ର ଭୁବନେଶ୍ୱରର ଆଉ ଜଣେ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ଏହା ଷ୍ଟେଜ୍ ଥ୍ରୀ କୁ ଚାଲିଯାଇଥିବାର ଆଶଙ୍କା ଛିଡ଼ା କରାଇଛି । ଏଇଥିପାଇଁ ଯେ ପୂର୍ବରୁ ସଂକ୍ରମଣର ଶିକାର ଦୁଇ ବ୍ୟକ୍ତି ବିଦେଶରୁ ଫେରିଥିଲେ । ଅର୍ଥାତ୍ କେବଳ ବିଦେଶରୁ ଆସୁଥିବା ବ୍ୟକ୍ତି ସଂକ୍ରମଣର ଶିକାର ହେଉଥିବା ଅଥବା ସଂକ୍ରମଣ ସମ୍ଭବନା ଅଧିକ ବୋଲି କୁହାଯାଉଥିଲା । ମାତ୍ର ତୃତୀୟ ପଜିଟିଭ୍ ବ୍ୟକ୍ତି ଦିଲ୍ଲୀ, ହରିଆନା ବୁଲି ଆକ୍ରାନ୍ତର ଶିକାର ହୋଇଥିବାରୁ ଏହା ଏବେ ସାମାଜିକ ସଂକ୍ରମଣର ସମ୍ଭାବନା ସୃଷ୍ଟି କରିଛି ।
ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଚଗୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ ଲୋକମାନେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କୋଭେଡ୍-୧୯ ପଜିଟିଭ୍ ରାଜ୍ୟର ତୃତୀୟ ବ୍ୟକ୍ତିଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ବାଗଚୀ ।
ସଂପୃକ୍ତ ବ୍ୟକ୍ତି ଜଣଙ୍କର ବୟସ ୬୦ ବର୍ଷ । ମାର୍ଚ୍ଚ ୭ରେ ସେ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରୁ ହରିୟାଣା ରିୱାଡ଼ା ଯାଇ ୧୦ ତାରିଖରେ ଇଣ୍ଡିଗୋ ବିମାନ 6E 2014 ରେ ପତ୍ନୀ ଓ ଝିଅ ସହ ଭୁବନେଶ୍ୱର ଫେରିଥିଲେ । ମାର୍ଚ୍ଚ ୧୩ରେ ଅସୁସ୍ଥ ଅନୁଭବ କରିଥିଲେ ସଂପୃକ୍ତ ବ୍ୟକ୍ତି । ମାର୍ଚ୍ଚ ୧୬ ରେ ବିଧାନସଭା ଡିସପେନସାରିକୁ ଚିକିତ୍ସା ପାଇଁ ଯାଇଥିଲେ । ୨୧ ରେ କର କ୍ଲିନିକ୍ କୁ ଯାଇ ୨୩ ରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ୨୪ ତାରିଖରେ ସେଠୁ ଡିସଚାର୍ଜ ହୋଇ ୨୫ରେ କ୍ୟାପିଟାଲ ହସ୍ପିଟାଲ୍ ଯାଇଥିଲେ । ସେହିଦିନ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । କାଲି ସଂଧ୍ୟାରେ ରିପୋର୍ଟ ପଜିଟିଭ୍ ଆସିଛି ।
ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା ପ୍ରକ୍ରିୟା ଚାଲିଛି । ତାଙ୍କ ପତ୍ନୀ, ଝିଅ ଓ ଡ୍ରାଇଭରଙ୍କୁ ଆଇସୋଲେସନ୍ ରେ ରଖାଯାଇଛି । ୧୦ ତାରିଖରେ ଏମାନଙ୍କ ସହ ଦିଲ୍ଲୀରୁ ଆସିଥିବା ଇଣ୍ଡିଗୋ ବିମାନଯାତ୍ରୀ ଏବଂ କର କ୍ଲିନିକ୍ ସହ ସଂପୃକ୍ତ ଲୋକମାନେ ୧୦୪ କୁ ଫୋନ୍ କରି ଆବଶ୍ୟକ ପରାମର୍ଶ ନେବା ସହ କ୍ୱାରେଣ୍ଟାଇନ୍ ରେ ରହନ୍ତୁ ବୋଲି ବାଗଚୀ ପରାମର୍ଶ ଦେଇଛନ୍ତି ।
Previous Post

ବ୍ୟାଙ୍କ ଋଣୀଙ୍କୁ ତିନି ମାସିଆ ଆଶ୍ୱସ୍ତି; ଇଏମଆଇରୁ ରକ୍ଷା!

Next Post

ଗରିବ, ଖଟିଖିଆଙ୍କ ପାଇଁ ନବୀନଙ୍କ ୨୨୦୦ କୋଟିର ପ୍ୟାକେଜ୍

Next Post
ଗରିବ, ଖଟିଖିଆଙ୍କ ପାଇଁ ନବୀନଙ୍କ ୨୨୦୦ କୋଟିର ପ୍ୟାକେଜ୍

ଗରିବ, ଖଟିଖିଆଙ୍କ ପାଇଁ ନବୀନଙ୍କ ୨୨୦୦ କୋଟିର ପ୍ୟାକେଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA