Monday, May 25, 2026 10:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମଙ୍କୁ ସଙ୍ଖୋଳିଲେ ବୈଜୟନ୍ତ

by Our Correspondent
13 Sep, 2018- 10:12 AM
in Latest News, Politics
1 min read
0
ଦାମଙ୍କୁ ସଙ୍ଖୋଳିଲେ ବୈଜୟନ୍ତ
ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ହେଲା ପରେ ଦାମୋଦର ରାଉତଙ୍କୁ ଆଜି ପ୍ରଥମେ ଭେଟି ସଙ୍ଖୋଳିଛନ୍ତି ବିଜେଡ଼ିର ଅନ୍ୟତମ ବହିଷ୍କୃତ ନେତା ବୈଜୟନ୍ତ ପଣ୍ଡା । ସକାଳ ୮ଟା ୪୫ ମିନିଟ୍ ରେ ଦାମ ରାଉତଙ୍କ ସରକାରୀ ବାସଭବନରେ ବୈଜୟନ୍ତ ପହଞ୍ଚି ୧୫ ମିନିଟ୍ କାଳ ନିବୃତ୍ତ ଆଲୋଚନା କରି ଫେରିଛନ୍ତି । ଦାମଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଅନ୍ୟାୟ କହିବା ସହ ଆଜିର ସାକ୍ଷାତକାରକୁ ସୌଜନ୍ୟମୂଳକ ବୋଲି କହିଛନ୍ତି । ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଉଭୟଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନ ଥିଲା । ଆଗାମୀ ଦିନରେ ଆଲୋଚନା ହେବ ବୋଲି ବୈଜୟନ୍ତ କହିଛନ୍ତି ।
ବୈଜୟନ୍ତଙ୍କ ସାଙ୍ଗରେ ଆଲୋଚନା ପରେ ଦାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପୁଣି ବର୍ଷିଛନ୍ତି । ସ୍ଥିତି ରଖିବା ପାଇଁ ନବୀନ ବାରମ୍ବାର ନୀତି ବଦଳାଉଛନ୍ତି ବୋଲି କହିଛନ୍ତି । ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସେ କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ତଥାକଥିତ ବିଜୁ ଅନୁଗତଙ୍କୁ ନେଇ ନୂଆ ରାଜନୈତିକ ସମୀକରଣକୁ ଏଡାଇ ନ ଥିଲେ । ବିଜେପି କି କଂଗ୍ରେସକୁ ଯିବାର ପ୍ରଶ୍ନ ଉଠୁନାହିଁ ବୋଲି ପୁଣି ଦୋହରାଇଥିଲେ । ତେବେ ପାରାଦ୍ୱୀପରୁ ସେ ଅଲବତ୍ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ । ତାଙ୍କ ପୁଅ ସମ୍ବିତଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ପଚରାଯିବାରୁ ଦାମ ଉତକ୍ଷିପ୍ତ ହୋଇଥିଲେ । ସେ ମୋ ପୁଅ, ଅଶୋକ ଦାସ କି କଳ୍ପତରୁ ଦାସଙ୍କ ପୁଅ ନୁହଁ ବୋଲି କଟାକ୍ଷ କରିଥିଲେ ।
ସେପଟେ ବିଜେଡ଼ି ଓ ନେତା ନବୀନ ପଟ୍ଟନାୟକଙ୍କ ଉପରେ ନିଜର ଆସ୍ଥା ପ୍ରକଟ କରିଛନ୍ତି ସମ୍ବିତ ରାଉତରାୟ । ବାପାଙ୍କ ନିଷ୍ପତ୍ତି ଓ ମନ୍ତବ୍ୟକୁ ସେ ତାଙ୍କ ନିଜସ୍ୱ ବୋଲି କହିଥିଲା ବେଳେ ନିଜକୁ ଦଳର ଅନୁଶାସନ ଭିତରେ ରଖିଛନ୍ତି ସମ୍ବିତ । ବିଜୁବାବୁଙ୍କ ଆଦର୍ଶ କ’ଣ ମତେ ଜଣାନାହିଁ । ମୁଁ ଯେଉଁଠି ଅଛି ସେଇ ନେତାଙ୍କ ପ୍ରତି ମୋର ଆନୁଗତ୍ୟ ରହିଛି ବୋଲି ସମ୍ବିତ କହିଛନ୍ତି ।
Previous Post

ଦାମ ରାଗି ପାଚି ଲାଲ୍

Next Post

ଦାମଙ୍କ ମନ୍ତବ୍ୟକୁ ହସରେ ଉଡ଼ାଇଲେ ନବୀନ

Next Post

ଦାମଙ୍କ ମନ୍ତବ୍ୟକୁ ହସରେ ଉଡ଼ାଇଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA