ଭୁୁବନେଶ୍ୱର: ପଞ୍ଚମ ପର୍ଯ୍ୟାୟରେ ୧୮ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଲିକାରେ ୬ ନୂଆ ମୁହଁ ସ୍ଥାନ ପାଇଥିବା ବେଳେ ୫ ଜଣ ବିଧାୟକଙ୍କ ଟିକେଟ୍ କଟିଛି । ପାରାଦ୍ୱୀପରେ ବିଜେଡ଼ି ପ୍ରାର୍ଥୀ ହୋଇ ଆସୁଥିବା ଦାମୋଦର ରାଉତଙ୍କ ଜାଗା ନେଇଛନ୍ତି ତାଙ୍କ ପୁଅ ସମ୍ବିତ୍ ରାଉତରାୟ । ବାପା ଦାମୋଦର ବାଲିକୁଦା-ଏରସମାରୁ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ପଡୋଶୀ ଆସନ ପାରାଦ୍ୱୀପରୁ ପୁଅ ସମ୍ବିତ ବିଜେଡ଼ି ପ୍ରାର୍ଥୀ ହୋଇଛନ୍ତି । ତିର୍ତ୍ତୋଲ ବିଧାୟକ ରାଜଶ୍ରୀ ମଲ୍ଲିକ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ହୋଇଥିବାରୁ ସେହି ଆସନଟି ବିଷ୍ଣୁ ଦାସଙ୍କୁ ଦିଆଯାଇଛି । ଭଦ୍ରକ ଆସନରୁ ବିଧାୟକ ଯୁଗଳ ପଟ୍ଟନାୟକଙ୍କ ଜାଗାରେ ସଞ୍ଜୀବ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ପୁଅ ପାଇଁ ଲବି କରି ନିରାଶ ହୋଇଛନ୍ତି । ଜଟଣୀରୁ ବିଭୂତି ବଳବନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଛି । ରେଙ୍ଗାଲି, ଯଶୀପୁର, ସାରସକଣ,ବଡ଼ସାହି, ଉଦଳାରେ ନୂଆ ପ୍ରାର୍ଥୀ ହୋଇଛନ୍ତି । ଉଦଳା ବିଧାୟକ ଗୋଲକ ବିହାରୀ ନାୟକଙ୍କୁ ଯଶୀପୁର ଆସନ ଦିଆଯାଇଛି । ରାଜନଗରରୁ ଧ୍ରୁବ ସାହୁଙ୍କୁ ପୁଣି ଥରେ ଟିକେଟ ମିଳିଛି । ଗତଥର ସେ ପରାଜିତ ହୋଇଥିଲେ ।
ପୁରୀରୁ ମହେଶ୍ୱର ମହାନ୍ତି, କଟକ-ବାରବାଟୀରୁ ଦେବାଶିଷ ସାମନ୍ତରାୟ, କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା,ବାଙ୍ଗିରିପୋଷିରୁ ସୁଦାମ ମାରାଣ୍ଡି,ବାଲେଶ୍ୱରରୁ ଜୀବନ ପ୍ରଦୀପ ଦାସ, ଜଳେଶ୍ୱରରୁ ଅଶ୍ୱିନୀ କୁମାର ପାତ୍ର, ସୋରୋରୁ ପର୍ଶୁରାମ ଧଡ଼ା, ବଡ଼ଚଣାରୁ ଅମର ପ୍ରସାଦ ଶତପଥୀଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି ।
ବିଜେଡ଼ି ପ୍ରାର୍ଥୀ ତାଲିକା
ପୁରୀ- ମହେଶ୍ୱର ମହାନ୍ତି
ଜଟଣୀ- ବିଭୂତି ବଳବନ୍ତରାୟ
ବାରବାଟୀ-କଟକ- ଦେବାଶିଷ ସାମନ୍ତରାୟ
କଟକ ସଦର- ଚନ୍ଦ୍ରସାରଥୀ ବେହେରା
ରେଙ୍ଗାଲି- ଶ୍ରୀମତୀ ରୀନା ତନ୍ତୀ
ଯଶୀପୁର- ଗୋଲକ ବିହାରୀ ନାୟକ
ବାଙ୍ଗିରିପୋଷି- ସୁଦାମ ମାରାଣ୍ଡି
ସାରସକଣ- ଅମର ସିଂ ଟୁଡୁ
ଉଦଳା- ଶ୍ରୀନାଥ ସୋରେନ୍
ବାଲେଶ୍ୱର- ଜୀବନ ପ୍ରଦୀପ ଦାସ
ଜଳେଶ୍ୱର- ଅଶ୍ୱିନୀ କୁମାର ପାତ୍ର
ବଡ଼ସାହି- ବୃନ୍ଦାବନ ଦାସ
ଭଦ୍ରକ- ସଞ୍ଜୀବ ମଲ୍ଲିକ
ସୋରୋ- ପର୍ଶୁରାମ ଧଡ଼ା
ବଡ଼ଚଣା- ଅମର ପ୍ରସାଦ ଶତପଥୀ
ରାଜନଗର- ଧ୍ରୁବ ସାହୁ
ପାରାଦ୍ୱୀପ- ସମ୍ବିତ ରାଉତରାୟ
ତିର୍ତ୍ତୋଲ- ବିଷ୍ଣୁ ଦାସ