Monday, May 25, 2026 11:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମଙ୍କ ତୋଡ଼ ଭାଙ୍ଗିଲା; ମୁହଁ ଫେରାଇଲେ ଅନୁଗତ

by Our Correspondent
23 Sep, 2018- 11:16 PM
in Latest News, Politics
1 min read
0
ଦାମଙ୍କ ତୋଡ଼ ଭାଙ୍ଗିଲା; ମୁହଁ ଫେରାଇଲେ ଅନୁଗତ
ଭୁୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ ବି ତାଙ୍କୁ ପାରାଦ୍ୱୀପରେ କେହି ହଲାଇ ପାରିବେନି । ନିଜ ଅନୁଗତମାନେ ସାଙ୍ଗରେ ଅଛନ୍ତି ଓ ରହିବେ । ଖୁବ୍ ଶୀଘ୍ର ପାରାଦ୍ୱୀପରେ ନିଜର ଶକ୍ତି ପ୍ରଦର୍ଶନ କରିବେ । ଏମିତି ଦମ୍ଭ ଦେଖାଇ ଆସୁଥିବା ପାରାଦ୍ୱୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଶକ୍ତ ଆଘାତ ଲାଗିଛି । ତାଙ୍କଠାରୁ ନିଜ ଜିଲ୍ଲାର ଖାସ୍ ଅନୁଗତମାନେ ମୁହଁ ଫେରାଇ ନେଇଛନ୍ତି । ଆଜି ଭୁବନେଶ୍ୱରରେ ବିଜେଡ଼ି ମୁଖ୍ୟ ଅଫିସରେ ଜଗତସିଂପୁର ଜିଲ୍ଲାର ବିଜେଡ଼ି ପର୍ଯ୍ୟକ୍ଷେକ, ସାଂସଦ, ବିଧାୟକ ଓ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ପ୍ରାୟ ୨୦୦ ଆଗଧାଡ଼ିର କର୍ମୀ ଏକାଠି ହୋଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ଓ ସମର୍ଥନ ଘୋଷଣା କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସହ ଅଛୁ ଓ ଆଗକୁ ରହିବୁ ବୋଲି ସେମାନେ କହିଛନ୍ତି । ଅଧିକାଂଶ କର୍ମୀ ଦାମଙ୍କୁ ଲକ୍ଷ୍ୟ କରି ଅଳିଆ ବୋଲି ସମ୍ବୋଧନ କରିଛନ୍ତି ।

ଆଜି ସଂଧ୍ୟାରେ ପାର୍ଟି ଅଫିସରେ ଏକ ମିଟିଂ ହୋଇଥିଲା । ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସହ ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ସଭାପତି ବିଷ୍ଣୁ ଦାସ, କାର୍ଯ୍ୟକାରୀ ସଭାପତି ବିଧାୟକ ତଥା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି, ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ, ସାଂସଦ କୁଳମଣି ସାମଲ ଉପସ୍ଥିତ ଥିଲେ । ପାରାଦ୍ୱୀପ, ତିର୍ତ୍ତୋଲ, କୁଜଙ୍ଗ ଓ ଏରସମା ଅଞ୍ଚଳର ଦଳୀୟ କର୍ମକର୍ତ୍ତା ଓ ୨୦୦ରୁ ଅଧିକ ବଛା ବଛା କର୍ମୀ ଆସିଥିଲେ । କେବଳ ନ ଥିଲେ କୁଜଙ୍ଗ ବ୍ଲକ୍ ଅଧ୍ୟକ୍ଷ, ଦଳର ବ୍ଲକ୍ ସଭାପତି ଓ ସରପଞ୍ଚ । ଆଗରେ ଥିଲେ ପାରାଦ୍ୱୀପ ନଗର ବିଜେଡ଼ି ସଭାପତି ସୁମନ୍ତ ବିଶ୍ୱାଳ ଓ ପାରାଦ୍ୱୀପ ଏନଏସି ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ । ଉଭୟ ସୁମନ୍ତ ଓ ବସନ୍ତ ଦାମ ରାଉତଙ୍କ ଖାସ୍ ଅନୁଗତ ଭାବେ ପୂର୍ବରୁ ଜଣାଶୁଣା । ଦାମ ବିଜେଡ଼ିରୁ ବହିଷ୍କାର ହେଲା ପରେ ଏହି ଦୁହିଁଙ୍କ ଭୂମିକାକୁ ନେଇ ସମସ୍ତଙ୍କ ନଜର ଥିଲା । ମାତ୍ର ସେମାନେ ଦାମଙ୍କ ସହ ନୁହେଁ, ବରଂ ବିଜେଡ଼ି ସହ ଅଛନ୍ତି ଓ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେଡ଼ିରୁ ବହିଷ୍କୃତ ହେବା ପରଦିନ ଦାମ ପାରାଦ୍ୱୀପ ଓ କୁଜଙ୍ଗ ଯାଇ ଯେଉଁ ହାତଗଣତି ଅନୁଗତଙ୍କ ମେଳି କରିଥିଲେ ସେମାନେ ବି ଦାମଙ୍କଠାରୁ ମୁହଁ ଫେରାଇଛନ୍ତି । ସେମାନଙ୍କୁ ଆଜି ଦଳୀୟ ମିଟିଂରେ ଦେଖିବାକୁ ମିଳିଥିଲା । ସେଦିନ କିଛି ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଧରି ଦାମ ନିଜର ଦମ୍ ଦେଖାଇବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ଜରିଆରେ ଆଗକୁ ପାରାଦ୍ୱୀପରେ ଏକ ବିରାଟ ସମାବେଶ ପାଇଁ ଯୋଜନା କରୁଥିଲେ । ମାତ୍ର ବିଜେଡ଼ି କ୍ୟାମ୍ପରେ ସେମାନଙ୍କ ଉପସ୍ଥିତି ଦାମଙ୍କ ଯୋଜନାକୁ ଭଣ୍ଡୁର କରିଦେଇଛି ।
ଆଜିର ବୈଠକରେ ଜଗତସିଂହପୁର ଜିଲ୍ଲା ବିଜେଡ଼ି ନେତା ଓ କର୍ମୀମାନେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଆହୁରି ଟାଣ କରିବାକୁ ଶପଥ ନେଇଥିଲେ । ଦଳ ବିରୋଧରେ ଯିଏ ଯିବ କାହାରିକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଥିଲେ । ନାଁ ନ ନେଇ ଦାମ ରାଉତଙ୍କ ଉପରେ ଅଧିକାଂଶ କର୍ମୀ ବର୍ଷିଥିଲେ । ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ ।
ସଭାରେ କିଛି କର୍ମୀ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ବିରୋଧରେ ବିଷୋଦଗାର କରିଥିଲେ । ସେମାନଙ୍କ ଅଭିଯୋଗ ଥିଲା, ଜିଲ୍ଲା ସଭାପତି ସେମାନଙ୍କୁ ପଚାରୁନାହାନ୍ତି । ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁନାହାନ୍ତି । ତେବେ ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ, ପ୍ରତାପ ଜେନା ସେମାନଙ୍କୁ ବୁଝାସୁଝା କରିଥିଲେ । ସମସ୍ତଙ୍କୁଏକାଠି କରି ଦଳୀୟ କାର୍ଯ୍ୟକ୍ରମ ଆଗକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ସୂଚନାଯୋଗ୍ୟ, ଭୁବନେଶ୍ୱର ମିଟିଂ ପୂର୍ବରୁ ଗତକାଲି ସଂଧ୍ୟାରେ ପାରାଦ୍ୱୀପ ନୂଆବଜାର ନିକଟ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟରେ ସୁମନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ବିଜେଡ଼ିର ଆଗଧାଡ଼ିର ନେତା ଓ କର୍ମୀ ଏକାଠି ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଏନଏସି ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ନଗର ଉପସଭାପତି କୁମର ନାୟକ । ମହିଳା, ଛାତ୍ର ଓ ଯୁବ ବିଜେଡ଼ିର କର୍ମୀମାନେ ମଧ୍ୟ ସେଥିରେ ଉପସ୍ଥିତ ଥିଲେ । ଦାମ ରାଉତଙ୍କ ଦଳ ବିରୋଧୀ ମନ୍ତବ୍ୟକୁ ସମସ୍ତେ ତୀବ୍ର ସମାଲୋଚନା କରିଥିଲେ । ଦଳ ସେମାନଙ୍କ ପାଇଁ ବଡ଼ ବୋଲି କହିଥିଲେ । ପାରାଦ୍ୱୀପରେ ଦଳର ନେତୃତ୍ୱ ଦାୟିତ୍ୱ ସୁପ୍ରିମୋ ନବୀନ ପଟ୍ଟନାୟକ ଯାହାକୁ ନ୍ୟସ୍ତ କରିବେ ତାହାକୁ ସମସ୍ତେ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ ।
Previous Post

ମୋଦୀଙ୍କୁ କଡ଼ା ଜବାବ ଦେଲେ ନବୀନ

Next Post

ପୁରୀରେ ମହିଳା କର୍ମୀଙ୍କୁ ଉତ୍ସାହିତ କଲେ ଶାହା

Next Post
ପୁରୀରେ ମହିଳା କର୍ମୀଙ୍କୁ ଉତ୍ସାହିତ କଲେ ଶାହା

ପୁରୀରେ ମହିଳା କର୍ମୀଙ୍କୁ ଉତ୍ସାହିତ କଲେ ଶାହା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA