Thursday, April 30, 2026 09:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

by Our Correspondent
14 Jun, 2019- 10:12 PM
in Latest News, News, Politics
1 min read
0
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ସମାଲୋଚନା, ଗାଳିମନ୍ଦର ବେଳ ସରି ଆରମ୍ଭ ହୋଇଛି ଭେଟଘାଟ, ସହଯୋଗ ଦିଆନିଆର ବେଳ । ୭ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଆଜି କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବର୍ଷ ତମାମ ମିଛୁଆ ରାଧୁଆ କହି ଯାହାଙ୍କୁ ଗାଳି କରୁଥିଲେ, ନିଜ ଚେଲାଚାମଣ୍ଡାଙ୍କ ଦ୍ୱାରା ମଲା ମାଙ୍କଡ଼, ଅନ୍ଧ ଧ୍ରୁତରାଷ୍ଟ୍ର, କଳାପାହାଡ଼ ଭଳି ହୀନ ଆକ୍ଷେପ କରୁଥିଲେ ସେହି ମୁଖ୍ୟମନ୍ତ୍ରୀଙ୍କୁ ଆଦରି ନେଇଛନ୍ତି ଧର୍ମେନ୍ଦ୍ର । ଉଭୟଙ୍କ ମଧ୍ୟରେ ରାଜ୍ୟର ବିକାଶ ଏଜେଣ୍ଡା ଉପରେ ଆଲୋଚନା ହୋଇଥିବା କହିଛନ୍ତି ।
ଆଜି ସଂଧ୍ୟା ୬.୧୫ ମିନିଟ୍ ରେ ନବୀନ-ଧର୍ମେନ୍ଦ୍ରଙ୍କ ଭେଟଘାଟ ପାଇଁ ଓଡ଼ିଶା ଭବନରେ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲା । ତେବେ ଅନ୍ୟ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ସେଠାରେ ଘଣ୍ଟାଏ ପୂର୍ବରୁ ପହଞ୍ଚିଥିଲେ । ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ଥିବାରୁ ସେ ଆଗୁଆ ଯାଇଥିଲେ । ୬ଟା ବେଳକୁ ଧର୍ମେନ୍ଦ୍ର ସେଠାରେ ଯାଇ ପହଞ୍ଚିଥିଲେ । କିଛି ସମୟ ପରେ ଉଭୟ ନେତା ପରଷ୍ପରଙ୍କୁ ଅଭିନ୍ଦନ ଜଣାଇ ଆଲୋଚନାରେ ବସିଥିଲେ । ପ୍ରାୟ ୩୫ ମିନିଟ୍ ଧରି ହୋଇଥିଲା ଆଲୋଚନା ।
ଆଲୋଚନାର ବିଷୟବସ୍ତୁ ରାଜନୈତିକ ଥିଲା କି? ସାମ୍ବାଦିକମାନଙ୍କ ଏହି ପ୍ରଶ୍ନକୁ ମନା କରିଥିଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ରାଜ୍ୟର ବିକାଶ ପ୍ରସଙ୍ଗରେ ସୌହାଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ବିକାଶକୁ ଆଗକୁ ନେବାକୁ ହେଲେ କେନ୍ଦ୍ର ସରକାରଙ୍କ ସହଯୋଗ ଦରକାର । ଆମେ କେନ୍ଦ୍ର ସରକାରଙ୍କୁ ଗଠନମୂଳକ ସହଯୋଗ ଦେବୁ । ଧର୍ମେନ୍ଦ୍ର କହିଥିଲେ, ଓଡ଼ିଶାର ସାମଗ୍ରିକ ବିକାଶ ଏବଂ ଫନି ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଆଲୋଚନା ହେଲା । ତାଙ୍କୁ ଯେଉଁ ବିଭାଗ ମିଳିଛି(ଇସ୍ପାତ) ତାହା ସହ ଓଡ଼ିଶାର ନିବିଡ଼ ସମ୍ପର୍କ ରହିଛି । ସ୍ୱର୍ଗୀୟ ବିଜୁ ପଟ୍ଟନାୟକ ଏହି ବିଭାଗର ମନ୍ତ୍ରୀ ଥିଲେ । ନବୀନ ବାବୁ ମଧ୍ୟ ଏହି ବିଭାଗର ମନ୍ତ୍ରୀ ଭାବରେ ତାଙ୍କର ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ । ଆଜି ସେହି ବିଭାଗର ଦାୟିତ୍ୱ ପାଇ ନିଜକୁ ଗୌରବାନ୍ୱିତ ମନେ କରୁଥିବା ଧର୍ମେନ୍ଦ୍ର ସୂଚାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସାକ୍ଷାତକୁ ରାଜନୈତିକ ଦୃଷ୍ଟିଭଙ୍ଗୀରେ ନ ଦେଖିବାକୁ ଧର୍ମେନ୍ଦ୍ର କହିଥିଲେ । ସବୁକଥାକୁ ରାଜନୀତିରେ ବିଚାର କଲେ ହେବନି । ସାଢ଼େ ଚାରିକୋଟି ଓଡ଼ିଆଙ୍କ ଜୀବନଜୀବିକା କଥା ଚିନ୍ତା କରିବାର ଅଛି । ଯୁବକମାନଙ୍କ ରୋଜଗାର ବିଷୟ ରହିଛି । ଏହା ହେଉଛି ପ୍ରମୁଖତା । ମୁଁ ଦିଲ୍ଲୀରେ ରହୁଛି । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସୌଜନ୍ୟତାର ଆବଶ୍ୟକତା ଥିଲା । ସେହି ସୌଜନ୍ୟତାକୁ ପୂରା କରିବାକୁ ଆସିଥିଲି ବୋଲି ଧର୍ମେନ୍ଦ୍ର କହିଥିଲେ ।
ସୂଚନାଯୋଗ୍ୟ, ନିର୍ବାଚନ ସରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କର ଏହା ଥିଲା ଦ୍ୱିତୀୟ ଭେଟଘାଟ । ନିର୍ବାଚନ ସରିବାର ମାତ୍ର ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ବେଳେ ସେଠା ଏୟାରପୋର୍ଟରେ ଉଭୟଙ୍କ ଭେଟ ହୋଇଥିଲା । ବ୍ୟାଟ୍ରି ଗାଡ଼ିରେ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପାଛୋଟି ନେବାର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ଫନି ବାତ୍ୟାକୁ ଦେଖି ମୁଖ୍ୟମନ୍ତ୍ରୀ ପାଟକୁରା ନିର୍ବାଚନ ଘୁଞ୍ଚାଇବା ଦାବି ଧରି ନିର୍ବାଚନ କମିଶନରଙ୍କୁ ଭେଟିବାକୁ ଯାଉଥିଲେ ।
Previous Post

ଫନି କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୭ କୋଟି ୫୮ ହଜାର

Next Post

ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଫସିଲେ ଅନୁଭବ

Next Post
ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଫସିଲେ ଅନୁଭବ

ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଫସିଲେ ଅନୁଭବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA