Thursday, April 30, 2026 07:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଫସିଲେ ଅନୁଭବ

by Our Correspondent
14 Jun, 2019- 11:53 PM
in Latest News, News
1 min read
0
ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଫସିଲେ ଅନୁଭବ
କଟକ: ବୈଜୟନ୍ତ ପଣ୍ଡାଙ୍କ ଭଳି ଶକ୍ତିଶାଳୀ ନେତାଙ୍କୁ ହରାଇଥିବା କେନ୍ଦ୍ରାପଡ଼ା ସାଂସଦ ତଥା ଫିଲ୍ମଷ୍ଟାର ଅନୁଭବ ମହାନ୍ତି ଏକ ସଙ୍ଗୀନ ମାମଲାରେ ଫସିଛନ୍ତି । କଟକର ସସ୍ମିତା ଆଚାର୍ଯ୍ୟ ନାମକ ଜଣେ ସାମ୍ବାଦିକା ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ କମେଣ୍ଟ ମାରିଥିବାରୁ ସେ ତାଙ୍କ ଘରକୁ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ଅନୁଭବ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ତାଙ୍କ ଉପରକୁ ଛେପ ପକାଇଥିବା ମହିଳା ଜଣଙ୍କ କଟକର ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏତଲାକୁ ଗ୍ରହଣ କରି ଆଇପିସିର ଦଫା ୨୯୪, ୩୫୪(କ), ୩୨୩, ୩୪ ଧାରାରେ ମାମଲା ରୁଜୁ କରିଛି ।
ମହିଳାଙ୍କ ଅଭିଯୋଗ ଏଭଳି । ଦୁଇବର୍ଷ ତଳେ ଏକ ଖବରକାଗଜରେ ଇଣ୍ଟର୍ଣ୍ଣ  କାମ କରୁଥିଲେ । ସେ ଅଫିସକୁ ଯିବା ଆସିବା କଲା ବେଳେ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ତାଙ୍କ ସାଙ୍ଗମାନଙ୍କୁ ଧରି ବାଟରେ କମେଣ୍ଟ ଓ ଅଶ୍ଲୀଳ ଇଙ୍ଗିତ କରୁଥିଲେ । ସେଥିପାଇଁ ଭୟରେ ସେ ଚାକିରି ଛାଡ଼ି ଦେଇଥିଲେ । ସେ ବିବାହିତା ଓ ତାଙ୍କର ଗୋଟିଏ ଛୁଆ ଅଛି । ଚାକିରି ଛାଡ଼ି ସେ ମାନସିକ ଅଶାନ୍ତିରେ ରହୁଥିଲେ । ଭାଇଙ୍କର ଏଭଳି ଆଚରଣ ସମ୍ପର୍କରେ ଅନୁଭବଙ୍କୁ ଜଣାଇବାକୁ ଗତ ୧୨ ତାରିଖ ରାତିରେ ସେ ତାଙ୍କ ଚୋ÷ଧୁରୀ ବଜାରସ୍ଥିତ ଘରକୁ ଯାଇଥିଲେ । ମାତ୍ର ଅନୁଭବ ତାଙ୍କ ପତ୍ନୀ ବର୍ଷାଙ୍କ ଉପସ୍ଥିତିରେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମୁହଁକୁ ଛେପ ପକାଇଥିଲେ ।
ତେବେ ମହିଳାଙ୍କର ଏହି ଅଭିଯୋଗକୁ ବେସଲେସ୍ କହିଛନ୍ତି ଅନୁଭବ । ସେ ଓ ତାଙ୍କ ଭାଇଙ୍କ ବିରୋଧରେ ଏଭଳି ଅଭିଯୋଗ ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କର କହିବା କଥା, ସେଦିନ ରାତିରେ ଉକ୍ତ ମହିଳାଜଣଙ୍କୁ ହଠାତ୍ ତାଙ୍କ ଘର ଆଗରେ ବିଳମ୍ବିତ ରାତିରେ ଦେଖିଥିଲେ । ସେ ଜୋର୍ ରେ ଗାଳିମନ୍ଦ କରୁଥିଲେ । ତାଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରି ବି ସେ ଓ ତାଙ୍କ ପତ୍ନୀ ପାରି ନ ଥିଲେ । ଏତେ ରାତିରେ ଜଣେ ମହିଳାଙ୍କୁ ଏକୁଟିଆ ଛାଡ଼ି ନ ଦେଇ ସେ ପୁଲିସର ସହାୟତା ଲୋଡ଼ିଥିଲେ । ପିସିଆରକୁ ଖବର ଦେବା ପରେ ପୁଲିସ ସେଠାରୁ ତାଙ୍କୁ ନେଇ ଘରେ ଛାଡ଼ିଥିଲା । ମହିଳାଙ୍କ ଏତାଦୃଶ ଆଚରଣ ସମ୍ପର୍କରେ ତାଙ୍କ ଭାଇ ଅନୁପ୍ରାସ ଥାନାରେ ସେଦିନ ଲିଖିତ ଆକାରରେ ଜଣାଇଥିଲେ । ପୁଲିସ ସବୁ ଜାଣିଛି ତେଣୁ ଲୁଚାଇବାର କିଛି ନାହିଁ ବୋଲି ଅନୁଭବ କହିଛନ୍ତି ।
ଅନୁଭବ କହିଛନ୍ତି, ତାଙ୍କ ଭାଇ ଅନୁପ୍ରାସ ତାଙ୍କୁ ହଇରାଣ ହରକତ କରୁଥିବା ନେଇ ମହିଳା ଯାହା କହୁଛନ୍ତି ତାହା ମିଛ । ଦୁଇବର୍ଷ ତଳେ ନୁହେଁ, ୨୦୦୮ ମସିହାରେ ତାଙ୍କୁ ହଇରାଣ କରୁଥିଲେ ବୋଲି ମହିଳା ତାଙ୍କ ମୁହଁରେ କହିଛନ୍ତି । ତେଣୁ ୧୨ ବର୍ଷ ଯାଏଁ ସେ ଏ ସମ୍ପର୍କରେ ଚୁପ୍ ରହିଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । କାହାରିକୁ ଅସମ୍ମାନ କରିବା ତାଙ୍କ ଘରର ସଂସ୍କାର ନୁହେଁ । ତାଙ୍କୁ ଓ ପରିବାରକୁ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ସେ ସନେ୍ଦହ କରିବା ସହ ଏହା ପଛରେ ଅନ୍ୟ କାହାରି ହାତ ଥାଇପାରେ ବୋଲି କହିଛନ୍ତି । ପୋଲିସର ସବୁ ପ୍ରକାର ତଦନ୍ତକୁ ସେ ସହଯୋଗ କରିବେ ଏବଂ ସତ୍ୟ ପଦାକୁ ଆସୁ ବୋଲି କହିଛନ୍ତି ।
Previous Post

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

Next Post

ମାଆଙ୍କୁ ହରାଇଲେ କ୍ରିଷନ୍ କୁମାର

Next Post
ମାଆଙ୍କୁ ହରାଇଲେ କ୍ରିଷନ୍ କୁମାର

ମାଆଙ୍କୁ ହରାଇଲେ କ୍ରିଷନ୍ କୁମାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA