Sunday, April 19, 2026 10:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦୁଇ ଓକିଲଗୋଷ୍ଠୀ ଠେଲାପେଲା, ମାରପିଟ୍

by Our Correspondent
29 Oct, 2018- 06:33 PM
in Latest News, News
1 min read
0
ଦୁଇ ଓକିଲଗୋଷ୍ଠୀ ଠେଲାପେଲା, ମାରପିଟ୍
କଟକ: ଶେଷରେ ଦୁଇ ଓକିଲ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି । ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାସ ମାଡ଼ ଖାଇଛନ୍ତି । ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ହୋଇଥିବା ସେ ଲାଲବାଗ ଥାନାରେ ଏତଲା ଦେଇଛନ୍ତି । ଓକିଲ ମାରପିଟ୍ କୁ ରୋକିବା ପାଇଁ ଉଦ୍ୟମ କରୁଥିବା ଦୁଇ ପୁଲିସ କର୍ମଚାରୀ ବି ଆହତ ହୋଇଛନ୍ତି । ଏହିଭଳି ଭାବେ ଲାଲବାଗ ଥାନାରେ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ପୃଥକ୍ ଭାବେ ୪ଟି ଏତଲା ହୋଇଥିବା ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି ।
ଆନ୍ଦୋଳନରୁ ଓହରି ଆଜିଠାରୁ କାର୍ଯ୍ୟରେ ଯୋଗଦେବାକୁ ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟ ଘୋଷଣା କରିଥିଲା । ସେପଟେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଘୋଷଣା କରାଯାଇଥିଲା । ଉଭୟପକ୍ଷ ମଧ୍ୟରେ ଛକାପଂଝା ଦୃଷ୍ଟିରୁ ହାଇକୋର୍ଟ ପରିସରକୁ ଆଜି ସକାଳୁ ପୁଲିସ ଛାଉଣି କରିଦେଇଥିଲା । ୨୫ ପ୍ଲାଟୁନ୍ ପୁଲିସ ସେଠାରେ ଜଗିରହିଥିଲେ । ସକାଳୁ ବାର୍ ଆସୋସିଏସନ୍ ର ଓକିଲମାନେ ହାଇକୋର୍ଟର ବିଭିନ୍ନ ଫାଟକ ବନ୍ଦ କରି ଭିତରକୁ କାହାରିକୁ ଛାଡ଼ି ନ ଥିଲେ । ମାତ୍ର ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟର ଓକିଲମାନେ ଭିତରକୁ ଯାଇ କାର୍ଯ୍ୟରେ ଯୋଗଦେବାକୁ ଉଦ୍ୟମ କରିଥିଲେ । ସେଇଥିରୁ ଆରମ୍ଭ ହୋଇଥିଲା ଠେଲାପେଲା, ଧସ୍ତାଧସ୍ତି । ଏଥିରେ ବିଜେଡ଼ି ଆଇଜଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାସ ଆହତ ହୋଇଥିବା ଅଭିଯୋଗ ହୋଇଛି । ଓକିଲଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଥିବା ଥାନାରେ ଏତଲା ହୋଇଛି ।
ସେହିଭଳି ଆନ୍ଦୋଳନକାରୀ ହାଇକୋର୍ଟ ବାର୍ ଆସୋସିଏସନ୍ ଓକିଲମାନେ ବିକ୍ଷୋଭ କରୁଥିବା ବେଳେ କିଛି ଯୁବକ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଯୁବକମାନେ ବିଜୁ ଯୁବ ବାହିନୀର ବୋଲି କିଛି ଓକିଲ ଅଭିଯୋଗ କରିଛନ୍ତି । ଦୁଇଜଣ ଯୁବକଙ୍କୁ ସେମାନେ କାବୁ କରି ପୁଲିସ ଜିମା ଦେଇଥିବା କୁହାଯାଇଛି ।
ଦୁଇ ଓକିଲଗୋଷ୍ଠୀ ମଧ୍ୟରେ ଏଭଳି ମୁହାଁମୁହିଁ ଅବସ୍ଥା ଆନ୍ଦୋଳନକୁ ରୋଚକମୋଡ଼ ଦେଇଛି । ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ନିଜକୁ ନିବୃତ୍ତ ରଖିଥିଲେ ମଧ୍ୟ ତାହାର ସେଭଳି ପ୍ରଭାବ ପରିଲକ୍ଷିତ ହୋଇନାହିଁ । ରାଜ୍ୟର ତଳ କୋର୍ଟ ଗୁଡ଼ିକରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବାରୁ କୋର୍ଟ କାର୍ଯ୍ୟ ଅଚଳ ରହିଛି । ଅଧିକାଂଶ ଜାଗାରେ ଦୁଇଗୋଷ୍ଠୀ ଓକିଲଙ୍କ ମଧ୍ୟରେ ଛକାପଂଝା ଲାଗିରହିଛି ।
ରାଜ୍ୟ ସରକାର ଓକିଲଙ୍କ ମଧ୍ୟରେ ରାଜନୀତି ପୂରାଇ ଆନ୍ଦୋଳନକୁ ଭିନ୍ନ ମୋଡ଼ ଦେଉଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅପାରଗ କହି ତୀବ୍ର ସମାଲୋଚନା କରିଛନ୍ତି । ସେପଟେ ଓକିଲ ଆନ୍ଦୋଳନ ପଛରେ ରାଜନୀତିର ଦ୍ୱାହି ଆଣି ବିଜେଡ଼ି ପାଲଟା ଅଭିଯୋଗ କରିଛି । ଓକିଲଙ୍କ ଆନ୍ଦୋଳନ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାକୁ ଇଙ୍ଗିତ କରିଛନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ । ବରିଷ୍ଠ ନେତା ବିଜୟ ମହାପାତ୍ର ଓକିଲ ଆନ୍ଦୋଳନକୁ ତୀବ୍ର ସମାଲୋଚନା କରିଛନ୍ତି । ଓକିଲମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ସମସ୍ୟା ସୃଷ୍ଟି କରିଛନ୍ତି । ଏହା ହାଇକୋର୍ଟ ବାର୍ ର ମର୍ଯ୍ୟାଦା ଓ ଗାରିମା ନଷ୍ଟ କରୁଛି । ଆନ୍ଦୋଳନ ସବୁ ସୀମା ଟପିଗଲାଣି ବୋଲି ଶ୍ରୀ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ସରକାର ଆଉ କାଳବିଳମ୍ବ ନକରି ଏଥିରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି ।
Previous Post

ହାତୀ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Next Post

ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫା

Next Post
ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫା

ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA