ଭୁବନେଶ୍ୱର: ସହିଦ ମନୋଜ ବେହେରାଙ୍କ ଅନ୍ତେଷ୍ଟିକ୍ରିୟାରେ ତାଙ୍କ ଦାଦାଙ୍କୁ ତଣ୍ଟିଆ ମାରିଲେ ବିଜେଡ଼ି ବିଧାୟକ ଦେବାଶିଷ(ରୁଷି) ସାମନ୍ତରାୟ । ଟିଭିରେ ଏହା ବାଜିଲା । ଭିଡ଼ିଓ ଫୁଟେଜ୍ ଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଲା । ଦିନକ ପରେ ଏହା ଜାତୀୟ ଟେଲିଭିଜନରେ ବାଜିଲା । ଆଉ ତାପରେ ଚାଲିଗଲା ପାକିସ୍ଥାନ । ପାକିସ୍ଥାନୀ ଟିଭିରେ ଯେଉଁ ଫୁଟେଜ୍ ଟି ଦେଖେଇଲା ସେଥିରେ କଟସି ଲୋଗୋ ନଥିଲା । ଅର୍ଥାତ୍ ମୂଳ(ର) ଫୁଟେଜ୍ ଟି ସିଧାସଳଖ ପାଇଥିଲା ପାକିସ୍ଥାନୀ ଟିଭିକୁ ।
ତେବେ ପାକିସ୍ଥାନକୁ ଏହା ଗଲା କେମିତି? କିଏ ତାକୁ ପଠାଇଛନ୍ତି? ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା । ଓଡ଼ିଶାର କେଉଁ ଭଦ୍ରବ୍ୟକ୍ତି କି ଅନୁଷ୍ଠାନ ଏହି ସମ୍ବେଦନଶୀଳ ପୁଟେଜ୍ ଟିକୁ ପାକିସ୍ଥାନ ପଠାଇ ଓଡ଼ିଶାର ଇଜ୍ଜତକୁ ପକାଇବାକୁ ଚାହିଁଛନ୍ତି ତାହା ଏବେ ସମସ୍ତଙ୍କ ବ୍ୟଗ୍ରତା ବଢ଼ାଇଛି । ବୁଦ୍ଧିଜୀବୀ ଓ ସାମ୍ବାଦିକମହଲରେ ଏହାକୁ ନେଇ ରୋଚକ ଆଲୋଚନା ହେଉଛି । କୁହାଯାଉଛି, ଓଡ଼ିଶାର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ଫୁଟେଜ୍ ଟି ପାକିସ୍ଥାନ ଯାଇଛି । ଏହା ପଛରେ ଦୁଇଟି କାରଣ ଥାଇପାରେ । ଏକରେ, ସାମ୍ବାଦିକତାରେ ନିଜର ପାରଙ୍ଗମତାକୁ ଆର୍ନ୍ତଜାତୀୟସ୍ତରର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି । ଦୁଇରେ, ଶାସକ ଦଳ ବିଧାୟକଙ୍କ କୁତ୍ସିତ କାଣ୍ଡର ପ୍ରସାର କରାଇ ବିରୋଧୀ ରାଜନୈତିକ ଦଳର ମନଖୁସି କରିବାକୁ ଚାହିଁଛନ୍ତି । ସମ୍ଭବତଃ ଗୋଟିଏ ଗୁଳିରେ ଏମିତି ଦୁଇଟି ଶିକାର କରିବାକୁ ଚାହିଁଛନ୍ତି । ତେବେ ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ଭଳି କଥାଟି ହୋଇଛି । ଏଥିରେ ଦେବାଶିଷଙ୍କର କ’ଣ ହୋଇଛି ତାଙ୍କୁ ଏବଂ ତାଙ୍କ ବିଜେଡ଼ିକୁ ଜଣାଥିବ । ମାତ୍ର ଏହା ସମଗ୍ର ଓଡ଼ିଶା ଓ ଭାରତବର୍ଷର ସମ୍ମାନରେ ଆଞ୍ଚ ଆଣିଛି ତାହା ପୁଣି ଆମ ବୀର ଯବାନଙ୍କ ହତ୍ୟାକାରୀ ପାକିସ୍ଥାନ ଦେଶରେ ।
ଯିଏ ବି ହୁଅନ୍ତୁନା କାହିଁକି, ନିଜର ହୀନ ସ୍ୱାର୍ଥ ପାଇଁ ପାକିସ୍ଥାନୀ ଟିଭିକୁ ଫୁଟେଜ୍ ପଠାଇଥିବା ସତ୍ୟ । ପ୍ରେରକ ଚର୍ଚ୍ଚାକୁ ଆସିଥିବା ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବା ମୁଖିଆଙ୍କ ସମ୍ପର୍କରେ ଜାଣିବାକୁ ଏବେ ସମସ୍ତେ ବ୍ୟଗ୍ର ହୋଇଛନ୍ତି । ଯଦି ତାହା ସତ, ତେବେ ତାଙ୍କୁ ଦେଶପ୍ରେମୀ କୁହାଯିବ ନା ଦେଶଦ୍ରୋହୀ ତାହା ନିଜେ ବୁଝନ୍ତୁ ।
Bhul ta koricho puni kn pain futani dekhoucho.
Aajika date re kichi news kehi luchai paribeni.
Kiea send korichi jani kn pratisadh nobo ki.