Monday, May 25, 2026 09:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦ୍ୱନ୍ଦରେ ଅପରାଜିତା ଷଡ଼ଙ୍ଗୀ !

by Our Correspondent
16 Nov, 2018- 10:12 AM
in Latest News, News
1 min read
0
ଦ୍ୱନ୍ଦରେ ଅପରାଜିତା ଷଡ଼ଙ୍ଗୀ !
ଭୁୁବନେଶ୍ୱର: ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଚ୍ଛାକୃତ ଅବସର(ଭିଆରଏସ୍) ଆବେଦନକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିସାରିଛି । ଗତ ସେପ୍ଟେମ୍ବର ୧୫ ତାରିଖରେ ସେ ଭିଆରଏସ୍ ପାଇଁ ଆବେଦନ କରିବା ଦିନଠୁ ତାଙ୍କର ରାଜନୀତିରେ ଯୋଗଦାନ ନେଇ ଚର୍ଚ୍ଚା ହେଉଛି । ତେବେ ତାଙ୍କ ଆବେଦନକୁ କ୍ଲିୟରାନ୍ସ ମିଳିଲା ପରେ ବି ତାଙ୍କ ଆଗାମୀ କାର୍ଯ୍ୟପନ୍ଥା ସ୍ପଷ୍ଟ ହୋଇନାହିଁ । ରାଜନୀତିକୁ ଆସି ବିଜେପିରେ ଯୋଗଦେବା ନେଇ ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ଜୋର ଚର୍ଚ୍ଚା ହେଉଛି । ହେଲେ ନିଜେ ଅପରାଜିତା ପାଟି ଖୋଲୁନାହାନ୍ତି । ତାଙ୍କର ଏହି ନିରବତା ଏବେ ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଲାଣି ।
ଅଧିକାଂଶ ମହଲରେ ଏୟା ଚର୍ଚ୍ଚା ଯେ.. ଅପରାଜିତା ବିଜେପିରେ ଯୋଗଦେବେ । ଖାସ୍ ଏହି ଯୋଜନାରେ ସେ ୧୧ବର୍ଷ ଚାକିରି କାଳ ବାକି ଥାଇ ଭିଆରଏସ୍ ନେଇଛନ୍ତି । ୫ ବର୍ଷ ତଳେ କେନ୍ଦ୍ରୀୟ ଡେପୁଟେସନ୍ ରେ ଯିବା ପଛରେ ନବୀନ ସରକାରଙ୍କ ପ୍ରତି ତିକ୍ତତା ଥିଲା ମୁଖ୍ୟ କାରଣ । ଅନ୍ୟପକ୍ଷରେ ମୋଦି ସରକାର ଅଧୀନରେ ତାଙ୍କୁ ଦିଲ୍ଲୀରେ ଭଲ ଖାତିର୍ ମିଳିଥିଲା । ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଆସ୍ଥା ଜିଣି ତାଙ୍କ ନିର୍ବାଚନମଣ୍ଡଳୀ ବାରାଣସୀର ଅତିରିକ୍ତ ଦାୟିତ୍ୱ ଭାର ପାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କ ସମ୍ପର୍କ ବି ନିବିଡ଼ ହୋଇଥିଲା । ଏହି ପୃଷ୍ଠଭୂମିରେ କେନ୍ଦ୍ରୀୟ ଡେପୁଟେସନ୍ ସରିଲା ପରେ ଓଡ଼ିଶା ଆସି ନବୀନ ସରକାର ଅମଳରେ ଅପରାଜିତା ଆଉ କାର୍ଯ୍ୟ କରିବାକୁ ଚାହିଁ ନଥିଲେ । ଚାକିରିରୁ ଅବସର ନେଇ ରାଜନୀତି ପ୍ରତି ମନ ବଳାଇଥିଲେ । ସେଥିପାଇଁ ଧର୍ମେନ୍ଦ୍ର ତାଙ୍କୁ ଉତ୍ସାହିତ କରିଥିଲେ । ଅପରାଜିତା ସବୁ ଦିଗକୁ ଭାବିଚିନ୍ତି ନିଜ କ୍ୟାରିୟର୍ ଯୋଜନା କରିଛନ୍ତି । ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ତାଙ୍କୁ ପ୍ରାର୍ଥୀ କରିବ । ସେ ଜିତିଲେ ଭଲ । ନଚେତ୍ ତାଙ୍କୁ ଏକ ବଢ଼ିଆ ଜାଗାରେ ଥଇଥାନ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦିଆଯାଇଛି ।
ସେପଟେ ଅପରାଜିତାଙ୍କ ସହ ନିବିଡ଼ ସମ୍ପର୍କରେ ଥିବା କିଛି ସମର୍ଥକ କିନ୍ତୁ ଭିନ୍ନ କଥା କହୁଛନ୍ତି । ସେମାନଙ୍କ କହିବା କଥା, ଅପରାଜିତା ମ୍ୟାଡାମ୍ ଙ୍କ ସମ୍ପର୍କରେ ଯାହା ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଭୁଲ୍ । ମ୍ୟାଡାମ୍ ବିଜେପିରେ ମିଶିବେ ବୋଲି ମନସ୍ଥିର କରି ଯଦି ଭିଆରଏସ୍ ନେଇଥାନ୍ତେ ତେବେ ଏପର୍ଯ୍ୟନ୍ତ ନିରବରେ ବସି ନ ଥାଆନ୍ତେ । ତେଣୁ ବାସ୍ତବ କଥା ସେୟା ନୁହେଁ । ଯଦିଓ ରାଜନୀତିରେ ସେ ଯୋଗଦେବାଟା ନିଶ୍ଚିତ । ମାତ୍ର ତାଙ୍କର ପ୍ରଥମ ପସନ୍ଦ ବିଜେପି ନୁହେଁ, ବିଜେଡ଼ି । ବିଜେଡ଼ି ଟିକେଟରେ ସେ ଭୁବନେଶ୍ୱରର କୌଣସି ଏକ ବିଧାନସଭା ଆସନରୁ ଲଢ଼ିବାକୁ ଆଗ୍ରହୀ । ହେଲେ ସେ ବିଶ୍ୱାସ ସଙ୍କଟର ଶିକାର ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ବିଜେଡ଼ିରେ ମିଶିବାର ଇଚ୍ଛା ପ୍ରକାଶ କରିବାକୁ ସୁଯୋଗ ପାଉନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଡୁ ଡକରା ଆସିଲେ ସେ ନିଶ୍ଚିତ ବିଜେଡ଼ିରେ ଯୋଗଦେବେ ।
ମ୍ୟାଡାମ୍ ସେହି ସୁଯୋଗ ଅପେକ୍ଷାରେ ଅଛନ୍ତି । ଆଉ କିଛି ଦିନ ଅପେକ୍ଷା କରିବେ । ଯଦି ତାହା ନହେଲା ତେବେ ବିଜେପିରେ ଯୋଗଦେବେ । ମାତ୍ର ଭୁବନେଶ୍ୱର ଲୋକସଭା ଆସନରୁ ନ ଲଢ଼ି ସେ ବିଧାନସଭା ଆସନରୁ ଲଢ଼ିବେ ଏହା ନିଶ୍ଚିତ । ଦିଲ୍ଲୀ ରାଜନୀତି ପ୍ରତି ତାଙ୍କର ଆଗ୍ରହ ନାହିଁ । ଓଡ଼ିଶାରେ ରାଜନୀତିରେ ରହି ଲୋକଙ୍କ ପାଇଁ କିଛି କାମ କରିବାକୁ ତାଙ୍କର ପ୍ରବଳ ଇଚ୍ଛା । ମ୍ୟାଡାମ୍ ଙ୍କର ଅର୍ଥ ଓ କ୍ଷମତା ଲୋଭ ନାହିଁ । ଜର୍ମାନୀ ସରକାରଙ୍କ ଭାରତରେ ଥିବା ଏକ ସଂସ୍ଥାର ମୁଖ୍ୟ ଭାବେ କାର୍ଯ୍ୟ କରିବାକୁ ତାଙ୍କୁ ଅଫର୍ ମିଳିସାରିଛି । ସେଥିରେ ଉଚ୍ଚ ଦରମା ସାଙ୍ଗକୁ ଅନ୍ୟାନ୍ୟ ଉଚ୍ଚ ସୁବିଧା ସୁଯୋଗ ରହିଛି । ମ୍ୟାଡାମ୍ ଏ ପର୍ଯ୍ୟନ୍ତ ତାହାକୁ ପ୍ରତ୍ୟାଖ୍ୟାନ କରି ନ ଥିଲେ ମଧ୍ୟ ଆଉ କାହା ଅଧୀନରେ ଚାକିରି କରିବେନି । ସେ ରାଜନୀତିରେ ଯୋଗଦେବାକୁ ମନସ୍ଥିର କରିସାରିଥିବା ସେହି ନିକଟତ୍ତମ ସମର୍ଥକମାନେ କହିଛନ୍ତି ।
ଆଶ୍ଚର୍ଯ୍ୟର କଥା, ଅପରାଜିତାଙ୍କୁ ନେଇ ମିଡ଼ିଆରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ସେ କିନ୍ତୁ ମୁହଁ ଖୋଲୁନାହାନ୍ତି । ତାଙ୍କ ମୁହଁରୁ ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ଜାଣିବାକୁ ଆମେ ବି ବହୁତ ଚେଷ୍ଟା କରିଥିଲୁ । ମାତ୍ର ତାହା ସମ୍ଭବ ହୋଇନାହିଁ । ଏବେ ସେ କିଛି କହିବେ ନାହିଁ ବୋଲି ତାଙ୍କ ନିକଟତ୍ତମ ସୂତ୍ରରୁ କୁହାଯାଇଥିଲା ।
ସୂଚନାଯୋଗ୍ୟ, ୧୯୯୪ ବ୍ୟାଚ୍ ର ଆଇଏଏସ୍ ହେଉଛନ୍ତି ୪୯ ବର୍ଷିୟା ଅପରାଜିତା । ଓଡ଼ିଶା କ୍ୟାଡରର ଏହି ଚର୍ଚ୍ଚିତ ଅଫିସର ବିହାରର ମୂଳ ବାସିନ୍ଦା । ତାଙ୍କ ବ୍ୟ୍ୟାଚ୍ ର ଆଇଏଏସ୍ ସନ୍ତୋଷ ଷଡ଼ଙ୍ଗୀକୁ ବିବାହ କଲା ପରେ ସେ ଓଡ଼ିଶାର ବୋହୁ ହୋଇଛନ୍ତି । ଅତ୍ୟନ୍ତ ଦକ୍ଷ ଓ ଲୋକପ୍ରିୟ ଅଫିସର ଭାବେ ତାଙ୍କର ସୁନାମ ରହିଛି । ଅତୀତରେ ଭୁବନେଶ୍ୱର ମହାନଗର ନିଗମର କମିଶନର ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ତାଙ୍କ କାର୍ଯ୍ୟ ବେଶ୍ ଚର୍ଚ୍ଚାରେ ଥିଲା । ୨୦୧୩ ମସିହାରେ ସେ କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନସ୍ଥ ମନରେଗା ପ୍ରକଳ୍ପର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ । ଗତ ଅଗଷ୍ଟ ମାସରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ୍ ଅବଧି ଶେଷ ହୋଇଥିଲା ।
Previous Post

ମୁଖ୍ୟମନ୍ତ୍ରୀଙ୍କ ମରୁଡ଼ି ପ୍ୟାକେଜ୍

Next Post

ଆରମ୍ଭରୁ ଚାଷୀ ତାତି; ବିଧାନସଭା ଚାଲି ପାରିଲାନିି

Next Post
ଆରମ୍ଭରୁ ଚାଷୀ ତାତି; ବିଧାନସଭା ଚାଲି ପାରିଲାନିି

ଆରମ୍ଭରୁ ଚାଷୀ ତାତି; ବିଧାନସଭା ଚାଲି ପାରିଲାନିି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA