ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ତାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପିୟୂଷ ଗୋଏଲ୍, ନିର୍ମଳା ସୀତାରମଣ ଏବଂ ମୁକ୍ତାର୍ ଆବାସ ନାକଭି କ୍ୟାବିନେଟ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି । ୯ ଜଣ ନୂଆ ଚେହେରାଙ୍କୁ ମୋଦି ତାଙ୍କ ଟିମ୍ ରେ ସାମିଲ କରିଛନ୍ତି । ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି । ଏହି ନୂଆ ଚେହେରାମାନେ ହେଲେ ଶିବପ୍ରସାଦ ଶୁକ୍ଲା, ଅଶ୍ୱିନୀ କୁମାର ଚୌବେ, ବୀରେନ୍ଦ୍ର କୁମାର, ଅନନ୍ତ କୁମାର ହେଗଡ଼େ, ରାଜକୁମାର ସିଂହ, ହରଦୀପ ସିଂହ ପୁରୀ, ଗଜେନ୍ଦ୍ର ସିଂହ ଶେଖାୱାତ୍, ସତ୍ୟପାଲ ସିଂହ ଏବଂ ଏ.କନ୍ନଥନମ୍ । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି ।
Beautiful