Wednesday, April 29, 2026 07:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ଶୁଣାଇବେ ଶାହା !

by Our Correspondent
23 Jun, 2019- 10:39 PM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ଶୁଣାଇବେ ଶାହା !
ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି ବିଧାନସଭା । ବିଜେଡ଼ି ବିଧାୟକମାନେ ଆଜି ବିଧାନସଭା ରଣନୀତି ବୈଠକ କରିଥିବା ବେଳେ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଆସନ ପାଇଥିବା ବିଜେପି ବିଧାୟକ ଦଳ ସେମାନଙ୍କ ନେତା ବାଛି ପାରିନାହାନ୍ତି । ବିରୋଧୀ ଦଳ ନେତା ଚୟନ ପାଇଁ ଅନୁଷ୍ଠିତ ଆଜିର ବୈଠକ ଫେଲ୍ ମାରିଛି । ୨୩ ଜଣିଆ ବିଜେପି ବିଧାୟକଙ୍କ ବୈଠକ ବସିଥିଲେ ମଧ୍ୟ କାହାରି ନାଁ ଉପରେ ପ୍ରସ୍ତାବ କି ଆଲୋଚନା ହୋଇ ପାରିନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଉପରକୁ ନିଷ୍ପତ୍ତି ଛାଡ଼ି ଦେଇଛନ୍ତି ବିଧାୟକ । ଦିନେ ଦୁଇ ଦିନ ମଧ୍ୟରେ ଶାହା ତାଙ୍କ ନିଷ୍ପତ୍ତି ଘୋଷଣା କରିବେ ବୋଲି କୁହାଯାଇଛି ।
ନିର୍ବାଚନ ସରି ଫଳ ବାହାରିବାର ଠିକ୍ ମାସକ ପରେ ଆଜି ବିଜେପି ବିଧାୟକ ଦଳର ନେତା ଚୟନ ବୈଠକ ଡକାଯାଇଥିଲା । ପାର୍ଟି ଅଫିସରେ ଏଥିପାଇଁ ବହୁ ଆଡମ୍ବର ହୋଇଥିଲା । କେନ୍ଦ୍ରରୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ସରୋଜା ପାଣ୍ଡେ । ରାଜ୍ୟ ପ୍ରଭାରୀ ଅରୁଣ ସିଂ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ୍ ଓରାମ, ସୁରେଶ ପୂଜାରୀ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସଂଗଠନ ସମ୍ପାଦକ ମାନସ ମହାନ୍ତି ଉପସ୍ଥିତ ଥିଲେ । ମିଟିଂ ଆରମ୍ଭ ହେଲା ପରିଚୟ ପର୍ବରୁ । ତାପରେ ସମସ୍ତେ ସମସ୍ତଙ୍କ ମୁହଁ ଚାହାଁଚୁହିଁ ହେଲେ । ନେତା ନାଁ ଧରି କେହି ପ୍ରସ୍ତାବକ ବାହାରିଲେନି । ସ୍କୁଲ ହେଡମାଷ୍ଟରଙ୍କୁ ପିଲା ଡରିଲା ଭଳିଆ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ଅଧିକାଂଶ ବିଧାୟକଙ୍କୁ ଅନୁରୂପ ଅବସ୍ଥାରେ ଦେଖିବାକୁ ମିଳିଥିବା ଜଣେ ବିଧାୟକଙ୍କଠାରୁ ସୂଚନା ମିଳିଛି । ତେବେ ସେ ଯାହା ହେଉ, ଆଗରୁ ସ୍କ୍ରିପ୍ଟ ପ୍ରସ୍ତୁତ ହେଲା ଭଳି ବିଧାୟକମାନଙ୍କ ମତ ଆସିଥିଲା । କହିଥିଲେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଯାହା ନିଷ୍ପତ୍ତି ନେବେ ଆମେ ମାନିନେବୁ । ତାପରେ ବିଧାନସଭା ରଣକୌଶଳ ଉପରେ କିଛି ସମୟ ଆଲୋଚନା ହୋଇ ମିଟିଂ ସରିଲା ।
ସୂଚନାଯୋଗ୍ୟ, ବିିରୋଧୀ ଦଳ ନେତା ପଦ ପାଇଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁ ସର୍ବାଗ୍ରେ ଚର୍ଚ୍ଚା ହେଉଛି । ମାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ସମ୍ପର୍କ ଭଲ ନ ଥିବାରୁ ସେ ତାଙ୍କୁ ଚାହୁଁ ନ ଥିବା କୁହାଯାଉଛି । ଏହି ଦୌଡରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ନାଁ ବି ଚର୍ଚ୍ଚା ହେଉଛି । ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଡାର୍କ ହର୍ସ ବୋଲି କେହି କେହି ବିଚାର କରୁଛନ୍ତି ।
କିଛି ମହଲର ବିଶ୍ୱାସ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଉପରକୁ ନିଷ୍ପତ୍ତି ଛଡ଼ାଯିବା ଅର୍ଥ ଧର୍ମେନ୍ଦ୍ର ପ୍ରଧାନ ହିଁ ସ୍ଥିର କରିବେ ବିରୋଧୀ ଦଳ ନେତା । ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ଉପରେ ସେ କେବଳ ମୋହର ମାରିବେ । ଏମିତି ହୋଇପାରେ, ଏହି ପଦ ପାଇଁ ପ୍ରମୁଖ ହକଦାର ଜୟନାରାୟଣଙ୍କୁ କୌଣସି କାରଣରୁ ଧର୍ମେନ୍ଦ୍ର ନିରାଶ କରି ନ ପାରନ୍ତି । ତେବେ ବିଧାୟକ ଦଳ ବୈଠକ ଜରିଆରେ ତାଙ୍କ ନାଁକୁ ସର୍ବସମ୍ମତିକ୍ରମେ ନ ବାଛି ସେ ଏକ ବାର୍ତ୍ତା ଦେବାକୁ ଚାହିଁଛନ୍ତି । ତୁମେ ବିଧାୟକ ଦଳର ନେତା ହୁଅ, ମନା ନାହିଁ । ହେଲେ ନିଷ୍ପତ୍ତି ମୋ ହାତରେ ।
Previous Post

ବୈଷ୍ଣବ ଗଣିତରେ କିଏ ପାସ୍ କିଏ ଫେଲ୍?

Next Post

ମିଳିମିଶି କଲେ ରାଜ୍ୟସଭା ନାମାଙ୍କନ

Next Post
ମିଳିମିଶି କଲେ ରାଜ୍ୟସଭା ନାମାଙ୍କନ

ମିଳିମିଶି କଲେ ରାଜ୍ୟସଭା ନାମାଙ୍କନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA