Wednesday, April 29, 2026 05:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମିଳିମିଶି କଲେ ରାଜ୍ୟସଭା ନାମାଙ୍କନ

by Our Correspondent
24 Jun, 2019- 06:14 PM
in Latest News, News, Politics
1 min read
0
ମିଳିମିଶି କଲେ ରାଜ୍ୟସଭା ନାମାଙ୍କନ
ଭୁବନେଶ୍ୱର: ବିଜେଡ଼ି ଓ ବିଜେପି ମିଳାମିଶାରେ ଆଜି ଦାଖଲ ହୋଇଛି ରାଜ୍ୟସଭା ନାମାଙ୍କନ ପତ୍ର । ବିଜେଡ଼ିରୁ ଡ. ଅମର ପଟ୍ଟନାୟକ ଏବଂ ଡ. ସସ୍ମିତ୍ ପାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡିର ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ ବେଳେ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ, ବିଧାୟକ ଟିମ୍ ଉପସ୍ଥିତ ଥିଲେ । ବିଜେଡ଼ି ସମର୍ଥିତ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ବେଳକୁ ମୁଖ୍ୟମନ୍ତ୍ରୀ ଚାଲିଯାଇଥିଲେ ମଧ୍ୟ ଅନ୍ୟମାନେ ରହିଥିଲେ । ବିଜେପି ବିଧାୟକମାନଙ୍କ ଗହଣରେ ଆସିଥିବା ଅଶ୍ୱିନୀ ବୈଷ୍ଣବଙ୍କ ନାମାଙ୍କନ ଶେଷ ପର୍ଯ୍ୟନ୍ତ ଅନେକ ଅପେକ୍ଷା କରିଥିଲେ ।
ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ୍ ପାତ୍ର ପହଞ୍ଚଥିଲେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ଚାମ୍ବରରେ । ସାଙ୍ଗରେ ଥିଲେ ସବୁ ମନ୍ତ୍ରୀ ଓ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ । ଉଭୟ ତିନି ସେଟ୍ ଲେଖାଏଁ ନାମାଙ୍କନ ପତ୍ର ଦେଇଥିଲେ । ପ୍ରତି ସେଟ୍ ରେ ଥିଲେ ୧୦ ଜଣ ପ୍ରସ୍ତାବକ । ତାପରେ ମୁଖ୍ୟମନ୍ତ୍ରୀ ସେଠାରୁ ଚାଲି ଯାଇଥିଲେ ମଧ୍ୟ ଅନେକ ମନ୍ତ୍ରୀ ଓ ବିଧାୟକ ସ୍ଥାନ ଛାଡ଼ି ନ ଥିଲେ । ସେମାନଙ୍କ ଅପେକ୍ଷା ଥିଲା ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ଆଗମନକୁ । ପ୍ରାୟ ସାଢ଼େ ଦୁଇଟା ବେଳକୁ ବିଜେପି ବିଧାୟକମାନଙ୍କ ଗହଣରେ ଅଶ୍ୱିନୀ ଆସିଥିଲେ । ଅମର ଓ ସସ୍ମିତ୍ ଙ୍କ ପାଖରେ ବସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ ଦୁଇ ସେଟ୍ ନାମାଙ୍କନ ପତ୍ର ଦେଇଥିଲେ ।
ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ୨୬ ତାରିଖରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ ହେବ । ଆବଶ୍ୟକ ପଡ଼ିଲେ, ଜୁଲାଇ ୫ ତାରିଖରେ ନିର୍ବାଚନ ହୋଇ ଅପରାହ୍ନରେ ଫଳ ଘୋଷଣା ହେବ ।

ଅମର-ଅଶ୍ୱିନୀ ୫ ବର୍ଷ, ସସ୍ମିତ୍ ୩ ବର୍ଷ

ଅମର ପଟ୍ଟନାୟକ ଓ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ୫ ବର୍ଷ ଏବଂ ଡ. ସସ୍ମିତ୍ ପାତ୍ରଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ । ୨୦୨୪ ଏପ୍ରିଲ୍ ରେ କାର୍ଯ୍ୟକାଳ ସରୁଥିବା ଡ. ଅଚ୍ୟୁତ ସାମନ୍ତଙ୍କ ଜାଗାରେ ଅମର ପଟ୍ଟନାୟକ ରାଜ୍ୟସଭା ଯାଉଥିବା ବେଳେ ସେହି ୨୦୨୪ ଏପ୍ରିଲ୍ ରେ କାର୍ଯ୍ୟକାଳ ସରୁଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜାଗାରେ ଅଶ୍ୱିନ ବୈଷ୍ଣବ ଯିବେ ରାଜ୍ୟସଭା । ୨୦୨୨ ଜୁଲାଇରେ କାର୍ଯ୍ୟକାଳ ସରୁଥିବା ପ୍ରତାପ ଦେବଙ୍କ ଜାଗାରେ ରାଜ୍ୟସଭା ଯିବେ ଡ. ସସ୍ମିତ୍ ପାତ୍ର ।
ତେବେ ରାଜ୍ୟସଭାର ଏହି ଗଣିତକୁ ନେଇ ଅନେକ ରୋଚକ ଆଲୋଚନା ହେଉଛି । ବିଜେଡ଼ି ୩ ବର୍ଷିଆ ସିଟ୍ କୁ ହାତରେ ରଖି ବିଜେପିକୁ ୫ ବର୍ଷିଆ ସିଟ୍ ବଢ଼ାଇ ଦେଲା । ତେଣୁ ବିଜେପିର ଖୁସି ପାଇଁ ବିଜେଡ଼ି କ୍ଷତିକୁ ଆବୋରିନେଲା ବୋଲି କୁହାଯାଉଛି । ସେହିଭଳି ସୌମ୍ୟଙ୍କ ଜାଗାରେ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ପରଫେକ୍ଟ ମ୍ୟାଚିଂ ବୋଲି ଅନେକ ଅଭିହିତ କରୁଛନ୍ତି । ଜଣେ ଖଣି ବେପାରୀଙ୍କ ଜାଗାରେ ଆଉ ଜଣେ ଖଣି ବେପାରୀ ଆସିଲେ ବୋଲି କଟାକ୍ଷ କରାଯାଉଛି ।
Previous Post

ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ଶୁଣାଇବେ ଶାହା !

Next Post

ପ୍ରଦୀପ୍ତ ନାୟକ କାହାର ଚଏସ୍?

Next Post
ପ୍ରଦୀପ୍ତ ନାୟକ କାହାର ଚଏସ୍?

ପ୍ରଦୀପ୍ତ ନାୟକ କାହାର ଚଏସ୍?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA