Wednesday, April 29, 2026 03:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରଦୀପ୍ତ ନାୟକ କାହାର ଚଏସ୍?

by Our Correspondent
25 Jun, 2019- 11:39 PM
in Latest News, News, Politics
1 min read
0
ପ୍ରଦୀପ୍ତ ନାୟକ କାହାର ଚଏସ୍?
ଭୁୁବନେଶ୍ୱର: ବିରୋଧୀ ଦଳ ନେତା ପଦବୀ ପାଇଁ ଜୟନାରାୟଣ ମିଶ୍ରଙ୍କ ରାସ୍ତାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ୍ଟା । ଏକଥା ଆମେ(ମିଡ଼ ଡ଼େ ଓଡ଼ିଶା) ପୂର୍ବରୁ ଲେଖିଥିଲୁ । ବିଧାୟକ ଦଳ ବୈଠକରେ ନେତା ନିର୍ବାଚନ ନ ହୋଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଉପରକୁ ନିଷ୍ପତ୍ତି ଛଡ଼ାଯିବା ପରେ ଆମେ ଲେଖିଥିଲୁ ‘ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ଶୁଣାଇବେ ଶାହା’ । ମୋଟାମୋଟି ସେୟା ହୋଇଛି । ବିରୋଧୀ ଦଳ ନେତା ଭାବେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକଙ୍କ ନାଁ ଘୋଷଣା ହୋଇଛି ।
ଜୟନାରାୟଣଙ୍କ ସହ ଧର୍ମେନ୍ଦ୍ରଙ୍କର ସମ୍ପର୍କ ଆଦୌ ଭଲ ନୁହେଁ । ଜୟନାରାୟଣଙ୍କୁ ଉପରକୁ ଉଠାଇବାକୁ ଧର୍ମେନ୍ଦ୍ର କେବେ ଚାହିଁବେନି । ଏକଥା ବିଜେପି ମହଲରେ ସମସ୍ତେ ଊଣା ଅଧିକ ବିଶ୍ୱାସ କରନ୍ତି । ଦିଲ୍ଲୀରୁ ସେଭଳି କୌଣସି ଚକମା ନହେଲେ ସେ ବିରୋଧୀ ଦଳ ନେତା ପଦ ପାଇବା ଅସମ୍ଭବ ବୋଲି ନିଜେ ଜୟନାରାୟଣ ମଧ୍ୟ ଭଲଭାବେ ଜାଣିଥିଲେ । ବିଧାୟକ ଦଳର ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପରକୁ ନିଷ୍ପତ୍ତି ଛଡ଼ାଯିବା ପରେ ଜୟନାରାୟଣ ମନରୁ ଆଶା ଛାଡ଼ି ଦେଇଥିଲେ । କାରଣ ଅମିତ୍ ଶାହାଙ୍କ ନାଁରେ ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ ହେବ ବୋଲି ସ୍ପଷ୍ଟ ହୋଇଯାଇଥିଲା ।
ତେବେ ଧର୍ମେନ୍ଦ୍ର ଯେ ପ୍ରଦୀପ୍ତଙ୍କୁ ଚାହୁଁଥିଲେ ତାହା ବି ଦଳର ଅନେକ ନେତାଙ୍କୁ ବିଶ୍ୱାସ ହେଉନି । ସେମାନଙ୍କ କହିବା କଥା, ଧର୍ମେନ୍ଦ୍ର ସୁବାସ ପାଣିଗ୍ରାହୀ ନଚେତ ବିଷ୍ଣୁ ସେଠୀଙ୍କୁ ବିରୋଧୀ ଦଳ ନେତା କରିବାକୁ ମନସ୍ଥ କରିଥିଲେ । ମାତ୍ର ଶେଷ ମୁହୁର୍ତ୍ତରେ ପ୍ରଦୀପ୍ତ ନାୟକଙ୍କ ପାଇଁ କୌଣସି ଅଦୃଶ୍ୟ ଶକ୍ତିର ଇସାରା କାମ କରିଛି । ସମ୍ଭବତଃ ଧର୍ମେନ୍ଦ୍ର ଏହାକୁ ଟାଳି ପାରିନାହାନ୍ତି । ତେବେ ଏହି ଅଦୃଶ୍ୟ ଶକ୍ତି କିଏ ତାହାକୁ ନେଇ ବିଭିନ୍ନ ରକମର ଚର୍ଚ୍ଚା ହେଉଛି ।
ନୂଆ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏଥରକୁ ମିଶାଇ ଚାରି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ମେଣ୍ଟ ସରକାରଙ୍କ ସମୟରେ ସେ ମନ୍ତ୍ରୀ ଥିଲେ । ୨୦୧୪ରେ କଳାହାଣ୍ଡି ଲୋକସଭା ଆସନରୁ ଲଢ଼ି ହାରିଥିଲେ । ଚଳିତଥର ସେ ପୁନର୍ବାର ସେଠାରୁ ଲୋକସଭା ଲଢ଼ିବାକୁ ଆଗ୍ରହୀ ଥିଲେ । ମାତ୍ର ଟିକେଟ ମିଳିଲା ନାହିଁ । ଲୋକସଭା ପରିବର୍ତ୍ତେ ଭବାନୀପାଟଣା ବିଧାନସଭାରୁ ତାଙ୍କୁ ଟିକେଟ ଦିଆଯିବାରୁ ଅସନ୍ତୁଷ୍ଟ ଥିଲେ । ବିଜେପି ଟିକେଟ ଫେରାଇ ବିଜେଡ଼ିରେ ମିଶିଯିବେ ବୋଲି ଚର୍ଚ୍ଚା ହେଲା । ଖାଲି ଚର୍ଚ୍ଚା ନୁହେଁ, ସଂଧ୍ୟାରେ ଲୁଚିଛପି ନବୀନ ନିବାସକୁ ଯାଇଥିବା ବେଳେ କିଛି ଗଣମାଧ୍ୟମ ହାବୁଡ଼ରେ ପଡ଼ିଥିଲେ । ତେବେ ନବୀନ ନିବାସରୁ ବାହାରି ସେ ରହସ୍ୟଜନକ ଭାବେ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ କିଛି ସମୟ ପରେ ତାଙ୍କୁ ବିଜେପି ଅଫିସରେ ସାମ୍ବାଦିକ ସମ୍ମିଳନୀ କରୁଥିବା ଦେଖାଯାଇଥିଲା । ବିଜେଡ଼ିରେ ମିଶିବା ଖବର ମିଛ ବୋଲି ସଫେଇ ଦେଇଥିଲେ । କୌଣସି ଚାପରେ ସତକୁ ମିଛ କହିବାକୁ ସେ ବାଧ୍ୟ ହୋଇଥିଲେ ।
ସେ ଯାହା ହେଉ, ଏବେ ସେ ବିରୋଧୀ ଦଳ ନେତା । ଜଣେ ସରଳ, ମିଷ୍ଟଭାଷୀ ନେତା ଭାବେ ତାଙ୍କର ପରିଚୟ ରହିଛି । ତାଙ୍କର ଉଚ୍ଚ ବ୍ୟକ୍ତିତ୍ୱ ଯୋଗୁଁ ସେ ସମସ୍ତଙ୍କ ଗ୍ରହଣୀୟ ହେବାରେ ଅସୁବିଧା ନାହିଁ । ତେବେ ବିରୋଧୀ ଦଳ ନେତା ଭାବେ ଶାସକ ଦଳକୁ ଅଡୁଆରେ ପକାଇଲା ଭଳି ସ୍ୱର ତାଙ୍କ ପାଖରେ ଅଭାବ ରହିଛି । ହୁଏତ ଶାସକ ଦଳ ପାଇଁ ଏହା ଆଶ୍ୱସ୍ତ ହୋଇପାରେ ।
Previous Post

ମିଳିମିଶି କଲେ ରାଜ୍ୟସଭା ନାମାଙ୍କନ

Next Post

ଅଫିସରଙ୍କୁ ବ୍ୟାଟ୍ ରେ ପିଟିଲେ ବିଜେପି ବିଧାୟକ

Next Post
ଅଫିସରଙ୍କୁ ବ୍ୟାଟ୍ ରେ ପିଟିଲେ ବିଜେପି ବିଧାୟକ

ଅଫିସରଙ୍କୁ ବ୍ୟାଟ୍ ରେ ପିଟିଲେ ବିଜେପି ବିଧାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA