Saturday, May 9, 2026 04:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଯାଉଛୁ..ଉଡ଼େଇଦବୁ’

by Our Correspondent
15 Feb, 2018- 11:04 PM
in Latest News, News
2 min read
1
‘ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଯାଉଛୁ..ଉଡ଼େଇଦବୁ’
ଭୁବନେଶ୍ୱର: ‘ଧର୍ମେନ୍ଦ୍ର ପ୍ରଧାନ ଆମ ଭାଇ.. ହେଲା । ତୁ ତାଙ୍କ ବିରୋଧରେ ଯାଉଛୁ ? କେମିତି କୀଳା ନେବୁ ଦେଖିବୁ । ବମିଂ, ଫାୟାରିଂ ଦେଖିନୁ ବୋଧେ । ଘରେ ପଶି ମର୍ଡର କରିଦେବୁ ।’ ରୋକଠୋକ୍ ଭାଷାରେ ଏମିତି ମୃତ୍ୟୁଦଣ୍ଡର ଧମକ ମିଳିଛି କଟକ ସଦର ଅଞ୍ଚଳ ରାୟପୁର ବାସିନ୍ଦା ପିନାକ ମହାନ୍ତିଙ୍କୁ । ବାରଙ୍ଗ ବ୍ଲକ୍ ଜୋନ୍ ୩୩ ମଣ୍ଡଳର ବିଜେପି ଉପସଭାପତି ପିନାକଙ୍କୁ ଏକ ଅଜଣା ବ୍ୟକ୍ତି ୮୯୦୮୮୨୩୮୯୭ ମୋବାଇଲ୍ ନମ୍ବରରୁ ଫୋନ୍ କରି ଏମିତି ଧମକ ଦେଇଛନ୍ତି । ଅଜଣା ବ୍ୟକ୍ତିଙ୍କ ଧମକ ଫୋନ୍ କଲ୍ ସାଙ୍ଗକୁ ପିନାକଙ୍କ ଘର ଆଗରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପିନାକ୍ କଟକ ସଦର ଥାନାରେ ଏତଲା ଦେବା ସହ ସଂପୃକ୍ତ ଫୋନ୍ କଲ୍ ରେକର୍ଡ ଦାଖଲ କରିଛନ୍ତି । ଏହି କଲ୍ ରେକର୍ଡ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଯାଇଛି ।
ଅଭିଯୋଗ ଅନୁଯାୟୀ, ପିନାକଙ୍କ ଦୋଷ ହେଉଛି ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍ ଶାହା ଓ ରାଜନାଥ ସିଂଙ୍କୁ ଚିଠି ଲେଖୁଛନ୍ତି । ଧର୍ମେନ୍ଦ୍ରଙ୍କର ମୁଖ୍ୟମନ୍ତ୍ରୀ ହବାର ଯୋଗ୍ୟତା ନାହିଁ ବୋଲି ଲେଖୁଥିବା ବେଳେ ବସନ୍ତ ପଣ୍ଡା ରାଜ୍ୟ ସଭାପତି ପାଇଁ ଯୋଗ୍ୟ ନୁହେଁ ବୋଲି ଲେଖିଛନ୍ତି । ଗତ ୩ ତାରିଖ ଅପରାହ୍ନରେ ତାଙ୍କ ପାଖକୁ ଜଣେ ଅଜଣାବ୍ୟକ୍ତି ଫୋନ୍ କରି ଏଭଳି ନ ଲେଖିବାକୁ ଧମକାଇଥିଲେ । ସେଦିନ ରାତିରେ ଗୋଟେ ବମ୍ ତାଙ୍କ ଘରେ ପଡ଼ିଥିଲା । ମାତ୍ର ତାହାକୁ ବମ୍ ନୁହଁ ବୋଲି ଭାବି ଗୁରୁତ୍ୱ ଦେଲେନି । ମାତ୍ର ୪ ତାରିଖ ରାତି ସାଢ଼େ ଗୋଟେରେ ଦୁଇ ତିନିଟି ବମ୍ ତାଙ୍କ ଘରକୁ ପଡ଼ି ପ୍ରଚଣ୍ଡ ଶବ୍ଦ ହୋଇଥିଲା ।ଧର୍ମେନ୍ଦ୍ର ପ୍ରଧାନ ଓ ବସନ୍ତ ପଣ୍ଡାଙ୍କ ଇସାରାରେ ଏଭଳି ହୋଇଥିବା ପିନାକ ତାଙ୍କ ଏତଲାରେ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ, ପିନାକ ଏହି ସେହି ଯୁବକ ଯିଏ ଗତ ନଭେମ୍ବର୨୦ରେ ବିଜେପି ଅଫିସରେ ବସନ୍ତ ପଣ୍ଡାଙ୍କ ଚାମ୍ବର ଭିତରେ ପଶି ତାଙ୍କ ମୁଣ୍ଡରେ ଖେଳନା ବନ୍ଧୁକ ଲଗାଇଥିଲେ । ପୁଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । ବାରଙ୍ଗ ବ୍ଲକର ସେ ବିଜେପି ମଣ୍ଡଳ ଉପସଭାପତି ପରିଚୟ ଦେଇଥିଲେ ମଧ୍ୟ ବିଜେପି ନେତୃମଣ୍ଡଳୀ ତାହାକୁ ଅସ୍ୱୀକାର କରିଥିଲେ । ତେବେ ଅନୁସନ୍ଧାନ ପରେ ତାଙ୍କ ଦାବି ସତ ବୋଲି ଜଣାପଡ଼ିଥିଲା । ବିଜେପିର ସେ ଜଣେ ସକ୍ରିୟ ସଭ୍ୟ ଓ ମଣ୍ଡଳ ଉପସଭାପତି ଅଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଏହି ତଥ୍ୟପ୍ରମାଣ ପଦାକୁ ଆସିଲା ପରେ ବିଜେପି ନେତାଙ୍କ ପାଟି ଚୁପ୍ ହୋଇଯାଇଥିଲା । ଏବେ ଫୋନ୍ ଧମକ ଏବଂ ଘରେ ବମ୍ ମାଡ଼ର ଶିକାର ହୋଇ ପିନାକ ଥାନାରେ ଏତଲା ଦେବା ପରେ ବିଜେପି ମୁଖପାତ୍ର ତାଙ୍କୁ ପାଗଳର ଆଖ୍ୟା ଦେଇଛନ୍ତି ।
ପିନାକଙ୍କ ସହ ଅଜଣା ବ୍ୟକ୍ତିଙ୍କ ଫୋନ୍ କଥାବାର୍ତ୍ତର ଅବିକଳ ଆମେ ଏଠାରେ ଉପସ୍ଥାପନ କରୁଛୁ ।
ଅଜଣାବ୍ୟକ୍ତି: ହଁ କ’ଣ ତୁ ପ୍ରଧାନମନ୍ତ୍ରୀ ଆଉ ଅମିତ୍ ଶାହାଙ୍କୁ ଚିଠି ଲେଖୁଛୁ?
ପିନାକ: ହଁ ହାଲୋ କ’ଣ କହିଲେ.. କଁ ଚିଠି ଲେଖୁଛି..କ’ଣ
ଅଜଣାବ୍ୟକ୍ତି: ହାଁ ଧର୍ମେନ୍ଦ୍ର ପ୍ରଧାନ ଆଉ ବସନ୍ତ ପଣ୍ଡା ସେ ହେଉଛନ୍ତି ଆମର ଭାଇ । ହେଲା ।
ପିନାକ: ହଁ କ’ଣ ଆଉ କାହାକୁ ଚିଠି ଲେଖୁଥିଲି
ଅଜଣାବ୍ୟକ୍ତି: ହଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଚିଠି ଲେଖୁଛ.. ନାଁ
ପିନାକ: ହଁ ଲେଖିବି ତ । ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଲେଖିଛି । ବସନ୍ତ ପଣ୍ଡାଙ୍କ ନାଁରେ ଲେଖିଛି । ମୁଁ ଲେଖିଛି ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହବାର ଯୋଗ୍ୟ ନୁହଁ । ବସନ୍ତ ପଣ୍ଡା ସଭାପତି ହବାର ଯୋଗ୍ୟ ନୁହଁ । ସେଇଟା ଲେଖିଛି । କ’ଣ ଭୁଲ୍ ଲେଖିଲି ।
ଅଜଣାବ୍ୟକ୍ତି: ଆବେ ଯୋଗ୍ୟ କୋଉ ସଳାଟା ବେ ।
ପିନାକ: ଆଉ ତମେ କ’ଣ କହୁନ । କ’ଣ ଚାହୁଁଚ । ଲେଖିବାନି ?
ଅଜଣାବ୍ୟକ୍ତି: ହବେ ମା.. । ଫୁଟେଇବୁ । ମରିବୁ । ବମିଂ କରିଦେବୁ ମା..
ପିନାକ: ଖାଲି ମାଗଣା ପଡ଼ିଛି ବମିଂ କରିଦବ । ଫାୟାରିଂ କରିଦବ ।
ଅଜଣାବ୍ୟକ୍ତି: ମା.. ତାଙ୍କ ଏଗେନେଷ୍ଟରେ ଲେଖୁଛୁ । ଆମ ଭାଇ ହେଲା । ଧର୍ମେନ୍ଦ୍ର ପ୍ରଧାନ ହେଲା..ବସନ୍ତ ପଣ୍ଡା ହେଲା.. ଆମ ଭାଇ ।
ପିନାକ: ଭାଇ ବେଲେ କ’ଣ ତୁ ତା ସଳା । ନା ସେ ତୋ ଭିଣେଇ ।
ଅଜଣାବ୍ୟକ୍ତି: ତୋ ଭିଣେଇ କି କା ସଳା ଜାଣିବୁ । ହେଲା । ଫୁଟେଇବୁ ମା.. । ବମିଂ କରିଦବୁ ।
ପିନାକ: କିଛି କରିପାରିବୁନୁ । ଏମିତି ଲେଖୁଥେବି । ସେ ଲୋକ ଠିକ୍ ନୁହଁ । ଲେଖିବି ଏମିତି ।
ଅଜଣାବ୍ୟକ୍ତି: କୀଳା କେମିତି ନବୁ ରହ । ଆରେ ମା.. ଜୀବନରୁ ମର୍ଡର କରିଦବୁ । ହେଲା । ଆମ ବିଷୟରେ ଜାଣିନୁ ହେଲା ।
ପିନାକ: ହେ ଏମିତି ବହୁ ଲୋକ କହିବେ । ସଭାପତି ମୁଣ୍ଡରେ ବନ୍ଧୁକ ଲଗେଇଥିଲି ଡୁପ୍ଲିକେଟ୍ । ତା ମାନେ କ’ଣ ଅର୍ଜିନାଲ୍ ଲଗେଇ ପାରିବୁନୁ । ତା ପାର୍ଟି ଚାମ୍ବର ଭିତରେ ।
ଅଜଣାବ୍ୟକ୍ତି: ହବେ ଡୁପ୍ଲିକେଟ୍ । ଅର୍ଜିନାଲ୍ ଦେଖିନୁ ବେ । ହେଲା ।
ପିନାକ: ହେ ଏ ବହୁତ ଲୋକ ଏମିତି ଗପିଚନ୍ତି । ବହୁତ ଲୋକ କୁହନ୍ତି । ମୁଁ ଥରେ ଲେଖିଥିଲି । ଆଉ ଥରେ ବି ଲେଖିଛି । ଏମିତି ଲେଖୁଥିବି ।
ଅଜଣାବ୍ୟକ୍ତି: ହବେ ଭଲରେ ମନା କରୁଛୁ ତତେ । ଆଉ ଟୋଟାଲି.. ଯେତିକି ଯାଇଛି ଯାଇଛି, ଷ୍ଟେପ୍ ନେଇଛୁ । ହେଲା । ନହେଲେ ଘରେ ପଶିକି ମା.. କୁ ଫୁଟେଇବୁ ।
ପିନାକ: ଫୁଟୋଉନୁ ଦେଖି । ଫୁଟା । କ’ଣ କରିବୁ ଦେଖିଆ ।
Previous Post

ଡାଲ୍ ମେଁ କୁଛୁ କାଲା..!!

Next Post

ଓଡ଼ିଆ ନିଉଜ୍ ପୋର୍ଟାଲ୍ କୁ ଅଣଦେଖା; କାହା ସ୍ୱାର୍ଥରେ ?

Next Post
ଓଡ଼ିଆ ନିଉଜ୍ ପୋର୍ଟାଲ୍ କୁ ଅଣଦେଖା; କାହା ସ୍ୱାର୍ଥରେ ?

ଓଡ଼ିଆ ନିଉଜ୍ ପୋର୍ଟାଲ୍ କୁ ଅଣଦେଖା; କାହା ସ୍ୱାର୍ଥରେ ?

Comments 1

  1. ଦେବରାଜ ନାୟକ says:
    8 years ago

    ଏଇଟା ଦିତୀୟ କନକ ନ୍ୟୁଜ

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA