Thursday, April 30, 2026 01:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ର ମାନିଆ..ଭୟରୁ ପ୍ରେମ

by Our Correspondent
04 Sep, 2017- 12:27 PM
in Latest News, Politics
1 min read
0
ଧର୍ମେନ୍ଦ୍ର ମାନିଆ..ଭୟରୁ ପ୍ରେମ
ଭୁବନେଶ୍ୱର: କେନ୍ଦ୍ରରେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ କାଟତି ଓ ମନ୍ତ୍ରୀମଣ୍ଡଳରେ ପଦୋନ୍ନତି ଗରିବ ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବେ ଖୁସି ଓ ଗର୍ବର କଥା । ଧର୍ମେନ୍ଦ୍ରଙ୍କ ରାଜନୈତିକ ଉତଥାନକୁ ଦଳମତ ନିର୍ବିଶେଷରେ ବିଭିନ୍ନ କୋଣରୁ ସ୍ୱାଗତ କରାଯାଉଛି । ଦୁଇ ଦୁଇଟି ଦୁଧିଆଳ ବିଭାଗର କ୍ୟାବିନେଟ୍ ଚଉକି ଧର୍ମେନ୍ଦ୍ର କ୍ୟାମ୍ପକୁ ଅଧିକ ଉଲ୍ଲସିତ କରିଛି । ଗତକାଲିଠାରୁ ସେମାନେ ମସଗୁଲ ହୋଇଯାଇଛନ୍ତି । ଜଣେ ଧର୍ମେନ୍ଦ୍ର ଭକ୍ତ କହିଛନ୍ତି, ପେଟ୍ରୋଲ୍ ବିଭାଗ ଛାଡ଼ ମ.. ଦକ୍ଷତା ବିକାଶରେ ଯେତିକି ମାଲ୍ ଅଛି ନବୀନଙ୍କୁ ସାଇଜ୍ କରିବା ପାଇଁ ଯଥେଷ୍ଟ ।
ନିରୀହ ରାଜ୍ୟବାସୀ କ’ଣ ବୁଝନ୍ତୁ ନ ବୁଝନ୍ତୁ ହେଲେ ଧର୍ମେନ୍ଦ୍ରଙ୍କ କାଟତି ଡବଲ୍ ହେଲା ପରେ ତାଙ୍କ ପାଇଁ ବେଶୀ ବାୟା ହୋଇପଡ଼ିଛନ୍ତି ତଥାକଥିତ କ୍ରିମି ଲେୟାର ଗୋଷ୍ଠୀ । ଏହି ଗୋଷ୍ଠୀରେ ଅଛନ୍ତି (କିଛି) ସମ୍ବାଦପତ୍ରର ମାଲିକ, ସାମ୍ବାଦିକ, ଅଫିସର, ଶିଳ୍ପପତି, ବ୍ୟବସାୟୀ ଓ ଠିକାଦାର । ଗତକାଲିଠାରୁ ସେମାନଙ୍କ ଆଖିରେ ନିଦ ନାହିଁ । ଧର୍ମେନ୍ଦ୍ରଙ୍କୁ ଖୁସି ରଖିବା ପାଇଁ ସେମାନଙ୍କ ମଧ୍ୟରେ ଚାଲିଛି କଂଗ୍ରାଚୁଲେସନ୍ ଟ୍ୱିଟ୍ ପ୍ରତିଯୋଗିତା । ଏହି ପ୍ରତିଯୋଗିତାର ଶୀର୍ଷରେ ଅଛନ୍ତି କିଛି ପ୍ରଭାବଶାଳୀ ସମ୍ପାଦକ ଓ ସାମ୍ବାଦିକ । ଧର୍ମେନ୍ଦ୍ର କ୍ୟାବିନେଟ୍ ପଦରେ ଶପଥ ନେଉ ନେଉ ପ୍ରଥମ କଂଗ୍ରାଚୁଲେସନ୍ ଦେବାକୁ କମ୍ପିଟେସନ୍ କରିଛନ୍ତି । କିଛି ସରକାରୀ ଅଫିସର ଭିତିରିଆ ଭାବେ ଧର୍ମେନ୍ଦ୍ରଙ୍କ ଲୋକଙ୍କୁ ଭେଟି କୁଣ୍ଢେଇ ପକେଇଛନ୍ତି । ଶିଳ୍ପପତି, ବ୍ୟବସାୟୀ, ଠିକାଦାର ବି ସେଇ ବାଟରେ । ଯିଏ ଯୋଉ ବାଟରେ ଧର୍ମେନ୍ଦ୍ରଙ୍କ ମନ କିଣିବା ପାଇଁ ଲାଗିପଡ଼ିଛନ୍ତି । ଧର୍ମେନ୍ଦ୍ରଙ୍କ ପ୍ରତି ସେମାନଙ୍କର ପ୍ରେମ ଉଛୁଳା ନଦୀ ଧାରଣ କରିଛି । ପ୍ରେମ ବାଡ଼ବତା ମାନୁନି ।
ହେଲେ ଏଇ ପ୍ରେମ ହୃଦୟରୁ ତ ? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମେ କିଛି କ୍ରିମି ଲେୟାର ବନ୍ଧୁଙ୍କ ସହ ଯୋଗାଯୋଗ କରିଥିଲୁ । ନିର୍ଦ୍ଦିଷ୍ଟ ସାମ୍ବାଦିକ ବନ୍ଧୁ ପ୍ରଶ୍ନ ଶୁଣି ଆଗ ଲାଜେଇ ଯାଇଥିଲେ । କହିଥିଲେ ଭାଇ ସବୁକଥାରେ ପଲିଟିକ୍ସ ପୂରାଅନି । ଆମର ତ ପୁଣି ପେଟପାଟଣା ଅଛି ନା ? ପଚାରିଥିଲୁ ଧର୍ମେନ୍ଦ୍ର ଶକ୍ତିଶାଳୀ ହେଲେ ତମର କି ଲାଭ ? କହିଲେ, ହୁଁ..କେତେ ଦରମା ମିଳୁଛି କିହୋ ? ଆମ ମାଲିକ ତ ମୁଣ୍ଡ ବିକିଛି । ସହଜେ ଆମେ !! ଧର୍ମେନ୍ଦ୍ର ବିରୋଧରେ ପଦେ ଲେଖିଦେଲେ ମାଲିକ ଶୋଧୁଛି । ମାଲିକର ଇକ୍ୱେସନ୍ ରେ ରହିଲେ ଆମର ଡବଲ ପ୍ରଫିଟ୍ । କହୁ କହୁ ଏମିତି ଗୁଡ଼ାଏ ଅକୁହା କଥା କହିଦେଲେ ସାମ୍ବାଦିକ ବନ୍ଧୁ । ଏହାକୁ କେଉଁଠି ନ କହିବାକୁ ଅନୁରୋଧ କରି ଚାଲିଗଲେ ।
ବିମୁଦ୍ରାକରଣ ପ୍ରସଙ୍ଗ ହେଉ କି ଜିଡ଼ିପି ହେଉ ଟିଭି ଚାନେଲ୍ ବିତର୍କରେ ଭାଗ ନେବାକୁ ଅଧିକାଂଶ ଶିଳ୍ପପତି ଓ ବୁଦ୍ଧିଜୀବୀ ଡରୁଛନ୍ତି । କହୁଛନ୍ତି, ମୋଦିଙ୍କ ବିରୋଧରେ ପଦେ କହିଲେ ବିପଦ । ଧର୍ମେନ୍ଦ୍ର ଏଠି ହଇରାଣ କରିଦେବେ ।  କିଛି ଦୁର୍ବଳିଆ ଅଫିସର ବି ନବୀନଙ୍କ ସ୍ତୁତିଗାନ୍ ଛାଡ଼ି ଧର୍ମେନ୍ଦ୍ର ସ୍ତୁତିଗାନରେ ମାତିଯାଇଛନ୍ତି । ପଚାରିଲେ କହିଛନ୍ତି, ଭାଇ ଏବେଠୁ ସତର୍କ ରହିବାଟା ଭଲ । ନଚେତ୍ ଧର୍ମେନ୍ଦ୍ର ଆସିଲେ ମରିଯିବୁ । ଖୋଦ୍ ଧର୍ମେନ୍ଦ୍ର ଶିବିରରେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ନେଇ କଥାବାର୍ତ୍ତା ଉପରେ କଟକଣା ଅଛି । ୟାଡୁ ସୁଆଡୁ ପଦେ ସ୍ଲିପ୍ ହେଇଗଲେ ଚାକିରି ଗଲା ବୋଲି ଜାଣ । ଧର୍ମେନ୍ଦ୍ରଙ୍କ ନାଁ ଶୁଣିଲେ ଖୋଦ୍ ତାଙ୍କର ନିଜ ଲୋକମାନେ ଭକ୍ତିପୂତ ଭୟ କରୁଛନ୍ତି । ସମସ୍ତେ ନିଜ ନିଜର ଚାକିରି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଧର୍ମେନ୍ଦ୍ରଙ୍କ କାଟତି ବଢ଼ିବା ପରେ ବିଜେଡ଼ିର ଧର୍ମେନ୍ଦ୍ରପ୍ରେମୀ ନେତା ତାଙ୍କ ସମ୍ପର୍କକୁ ନିବିଡ଼ କରିବା ଚେଷ୍ଟାରେ ଅଛନ୍ତି । ଅନ୍ୟ ଫୋନ୍ ରୁ ସେମାନେ ଧର୍ମେନ୍ଦ୍ରଙ୍କୁ କଂଗ୍ରାଚୁଲେସନ୍ କରିଛନ୍ତି । ସେଥିରେ ଦୁଇଟି କାରଣ । ସଂପୃକ୍ତ ବିଜେଡ଼ି ନେତାଙ୍କ ଡର ଧର୍ମେନ୍ଦ୍ର ଚାହିଁଲେ ସେମାନଙ୍କୁ ବରବାଦ କରିଦେବେ । ନାଇଁତ ଉଠାଇଦେବେ ।
Previous Post

ଧର୍ମେନ୍ଦ୍ର ଫ୍ୟାାକ୍ଟର୍: ବଢ଼ିଲା ବିଜେଡ଼ି ଟେନସନ୍

Next Post

ମାତିଛନ୍ତି ଡକାୟତ ଗ୍ୟାଙ୍ଗ୍, ପୁଲିସ ହାତବନ୍ଧା

Next Post
ମାତିଛନ୍ତି ଡକାୟତ ଗ୍ୟାଙ୍ଗ୍, ପୁଲିସ ହାତବନ୍ଧା

ମାତିଛନ୍ତି ଡକାୟତ ଗ୍ୟାଙ୍ଗ୍, ପୁଲିସ ହାତବନ୍ଧା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA