Thursday, April 30, 2026 02:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମାତିଛନ୍ତି ଡକାୟତ ଗ୍ୟାଙ୍ଗ୍, ପୁଲିସ ହାତବନ୍ଧା

by Our Correspondent
04 Sep, 2017- 07:13 PM
in Latest News, News
1 min read
0
ମାତିଛନ୍ତି ଡକାୟତ ଗ୍ୟାଙ୍ଗ୍, ପୁଲିସ ହାତବନ୍ଧା
ଭୁବନେଶ୍ୱର: ଭୁବନେଶ୍ୱରରେ ଅନ୍ୟାନ୍ୟ ବିପତ୍ତିଠାରୁ ବଳିପଡ଼ିଛି ଚୋରି, ଛିନତାଇ, ଡକାଏତି ବିପତ୍ତି । ରାସ୍ତାଘାଟରେ ଗଲେ ଯେତିକି ବିପଦ, ଘରେ ରହିଲେ ବି ସେତିକି ବିପଦ । ଟ୍ରେନଡ୍ ଡକାଏତ ଗୋଷ୍ଠୀର କମିଶନରେଟ୍ ପୁଲିସକୁ ଆଦୌ ଡର ନାହିଁ । ପୁଲିସ ବି ଚୋରି, ଡକାଏତି ଭଳି ଘଟଣାରେ ନିଜକୁ ଅସହାୟ ଦେଖାଇ ହାତ ଟେକିଦେଉଛି । ମୋଟାମୋଟି ଭାବେ ରାଜଧାନୀବାସୀ ନିଜ ଘରେ ଯେ ସୁରକ୍ଷିତ ନୁହଁନ୍ତି ତାହା କିଛି ଘଟଣାରୁ ସ୍ପଷ୍ଟ ହୋଇଛି ।
ଗଲା ଗୁରୁବାର ରାତିରେ ପାତ୍ରପଡ଼ା ଏମଆଇଜି କଲୋନି କଲୋନି କେ-୯ ଏ-୧୦ସ୍ଥିତ ଏଲ.ଏନ୍.ମିଶ୍ରଙ୍କ ଘର ଡକାଏତି ଉଦ୍ୟମର ଲାଇଭ୍ ଭିଜୁଆଲ୍ କମିଶନରେଟ୍ ପୁଲିସର ନିଦ ହଜାଇଦେଇଛି । ସେହି ଘରେ ଏକ ଫିଜିଓଥେରାପି କ୍ଲିନିକ୍ ଚଲାଉଥିବା ଡାକ୍ତର ଅମ୍ଲାନ୍ କେଶରୀ ମହାନ୍ତିଙ୍କ ସର୍ବସ୍ୱ ଲୁଟିବାକୁ ଡକାଏତି ଦଳର କସରତ ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ । ରାତି ୩.୧୫ରେ ୬ ଜଣିଆ ହୃଷ୍ଟପୃଷ୍ଟିଆ ଡକାୟତ ଦଳ ଘରର ଗେଟ୍ ଡେଇଁ ଭିତରକୁ ପଶୁଛନ୍ତି । କିଛି ଡକାୟତଙ୍କ ଦେହରେ କେବଳ ଚଡ଼ି ଓ ଗଞ୍ଜି ଥିଲା ବେଳେ ଆଉ କିଛି ଲୁଙ୍ଗି ପିନ୍ଧିଛନ୍ତି । ହାତରେ ଶାବଳ ଓ ବିଭିନ୍ନ ମାରଣାସ୍ତ୍ର । ପ୍ରଥମେ ଶାବଳ ଲଗାଇ ଗ୍ରୀଲ୍ ତାଡ଼ିବା ସହ କବାଟ ତାଲା ଭାଙ୍ଗୁଛନ୍ତି । ହେଲେ ଭିତରପଟ ଗ୍ରୀଲ୍ ଭାଙ୍ଗିପାରୁନାହାନ୍ତି । ଆରାମ୍ ରେ ଚାରିପଟ ଚକ୍କର ମାରି ଅଲଗା ବାଟ ଖୋଜୁଛନ୍ତି । ଆଖି ଆଗରେ ସିସିଟିଭି କ୍ୟାମେରା ପଡ଼ିବାରୁ ତାକୁ ଭାଙ୍ଗି ଚୁରମାର୍ କରୁଛନ୍ତି । ସବୁ ପରେ ବି ନିରାଶ ହୋଇ ଫେରିଯାଉଛନ୍ତି ।
ସଶସ୍ତ୍ର ଡକାୟତ ଦଳ ଘରେ ପଶି ଖାଲି ଲୁଟ୍ କରିନଥାଆନ୍ତେ । ଯିଏ ସାମନାକୁ ଆସିଥାଆନ୍ତା ଗୁଳି ମାରିଥାଆନ୍ତେ ନହେଲେ ହାଣି ପକାଇଥାଆନ୍ତେ । ସୌଭାଗ୍ୟକୁ ଘରର ଷ୍ଟ୍ରଙ୍ଗ ଗ୍ରୀଲ୍ ଭାଙ୍ଗି ନ ପାରି ଚାଲିଗଲେ । ଡାକ୍ତର ମହାନ୍ତିଙ୍କ ଏତଲାକ୍ରମେ ତମାଣ୍ଡୋ ପୁଲିସ ଘଟଣାର ଛାନଭିନ୍ କରିଥିଲେ ମଧ୍ୟ କାହାରିକୁ ଗିରଫ କରିନାହିଁ । ସବୁଠାରୁ ବଡ଼କଥା ହେଉଛି, ଖୋଦ୍ ଥାନା ଆଇଆଇସି କହିଛନ୍ତି ୬ ଜଣ ଡକାୟତଙ୍କ ମଧ୍ୟରୁ ୩ ଜଣଙ୍କୁ ପୁଲିସ ଚିହ୍ନିଛି । ହେଲେ ୩ ଦିନ ବିତିଗଲା ପରେ ବି ସେମାନେ ଧରା ନ ପଡ଼ିବା ପୁଲିସର ଅପାରଗପଣିଆକୁ ଅଙ୍ଗୁଳି ଉଠାଇଛି ।
ଖାଲି ଏହି ଗୋଟିଏ ଘଟଣା ନୁହେଁ । ରାଜଧାନୀରେ ପ୍ରତିଦିନ ଏଭଳି ଘଟିଚାଲିଛି ଚୋରି, ଡକାଏତି । ଛିନତାଇ ଏକ ସାଧାରଣ ଘଟଣା ହୋଇଗଲାଣି । ରାସ୍ତାରେ ମହିଳାଙ୍କ ଯିବାଆସିବାରେ ବିପଦ ରହିଛି । ସ୍ୱାମୀ ଆଗରେ ସ୍ତ୍ରୀ ବେକରୁ ଚେନ୍ ଛିଣ୍ଡାଇ ନେଉଛନ୍ତି ଚୋର । ଗାଡ଼ିମଟର ଚୋରି ବି ସାଧାରଣ ହୋଇଗଲାଣି । ଚୋର, ଡକାୟତଙ୍କ ସହ ପୁଲିସର ସମ୍ପର୍କକୁ ନେଇ ସାଂଘାତିକ ଅଭିଯୋଗ ଉଠୁଥିବାରୁ ପୁଲିସ ପ୍ରତି ଭୁବନେଶ୍ୱରବାସୀଙ୍କ ସନ୍ଦେହଜାତ ହୋଇଛି । ଏହାକୁ କଡ଼ାହସ୍ତରେ ଦମନ ନ କଲେ ପୁଲିସ ପ୍ରତି ଲୋକଙ୍କର ଆସ୍ଥା ରହିବନି ତାହା ସ୍ପଷ୍ଟ ।
Previous Post

ଧର୍ମେନ୍ଦ୍ର ମାନିଆ..ଭୟରୁ ପ୍ରେମ

Next Post

୧+୩ ଫର୍ମୂଲା, ନିରଞ୍ଜନଙ୍କ ନାଁ ଚୂଡାନ୍ତ !

Next Post
୧+୩ ଫର୍ମୂଲା, ନିରଞ୍ଜନଙ୍କ ନାଁ ଚୂଡାନ୍ତ !

୧+୩ ଫର୍ମୂଲା, ନିରଞ୍ଜନଙ୍କ ନାଁ ଚୂଡାନ୍ତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA