Thursday, April 30, 2026 11:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ନଜର ରଖିଛି କଳିଙ୍ଗ ସେନା

by Our Correspondent
28 Dec, 2019- 01:46 PM
in News
1 min read
0
ନଜର ରଖିଛି କଳିଙ୍ଗ ସେନା
ଭୁୁବନେଶ୍ୱର: ପୁରୁଣା ବର୍ଷ ଶେଷକୁ ନୂଆ ବର୍ଷ ଆରମ୍ଭ, ମଉଜ ମସ୍ତି ନାଁରେ ସ୍ମାର୍ଟ ସିଟିରେ ଅପସଂସ୍କୃତିର ସମ୍ଭାର । ହୋଟେଲ୍, ରେସ୍ତୋରେଁ, ଗେଷ୍ଟ ହାଉସ୍, ବିଉଟି ଓ ମସାଜ୍ ପାର୍ଲରରେ ସର୍ଭିସ୍ ନାଁରେ ଜମେଇ ଚାଲିଛି ଦେହ ବେପାର । ଏପରିକି ରେସିଡେନସିଆଲ୍ ଏରିଆର କିଛି କିଛି ଆପାର୍ଟମେଣ୍ଟରେ କଂଚା ମାଂସ ବେପାରର ଆସର ମେଲିଗଲାଣି । ନିକଟରେ କିଛି ବାଂଲାଦେଶୀ ଯୁବତୀ ପୋଲିସ୍ ଜାଲରେ ପଡ଼ିବା ପରେ ସ୍ମାର୍ଟ ସିଟିର ସେକ୍ସ ଚେହେରା ପଦାକୁ ଆସିଛି । ହ୍ୱାଟସ୍ ଆପ୍, ଫେସବୁକ୍ଟ୍ଟ ଏପରିକି ଫୋନ୍ କଲରେ କୋଡ୍ ୱାର୍ଡରେ ଚାଲିଛି କାରବାର ।
କମିଶନରେଟ୍ ପୋଲିସ୍ ଏଥିପ୍ରତି କଡ଼ା ନଜର ରଖୁ । ନୂଆବର୍ଷ ପାଳନ ନାଁରେ ରାଜଧାନୀରେ ଯେମିତି ଓଡ଼ିଆ ସଂସ୍କୃତିକୁ ଅପସଂସ୍କୃତି କବଳିତ ନକରିବ, ସେଥି ପାଇଁ କମିଶନରେଟ୍ ପୋଲିସ୍ ସଜାଗ ରହୁ । ପୁରୁଣା ଓ ନୂଆ ବର୍ଷର ଇଣ୍ଟରଭାଲ୍ ପିରିଅଡ୍ ହିଁ ଯାବତୀୟ ଅପସଂସ୍କୃତିର ସମୟ । ତେଣୁ ହୋଟେଲ୍, ରେସ୍ତୋରେ, ବାର୍, ପାର୍କ, ସପିଂ ମଲ୍, ଗେଷ୍ଟ ହାଉସ୍ ଆଦି ଉପରେ ପୋଲିସ୍ ତୀକ୍ଷଣ୍ ନଜର ରଖିବାକୁ କଳିଙ୍ଗ ସେନା ଦାବି କରିଛି । କଳିଙ୍ଗ ସେନାର ସାଧାରଣ ସମ୍ପାଦକ ସ୍ୱାତୀଶ ରଞ୍ଜନ ସାହୁ, ବିଜୟ ରାଜ୍ ଏବଂ ସମ୍ପାଦକ ଅବଦ୍ଦୁଲ୍ କୟିମ୍ ଖାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କୁ ତାଙ୍କ କାର୍ୟ୍ୟାଳୟରେ ଭେଟି ଦାବି ପତ୍ର ଦେଇଛନ୍ତି ।
ନ୍ୟୁ ଇୟର ସେଲିବ୍ରେସନ୍ ନାଁରେ ସ୍ମାର୍ଟ ସିଟିରେ ଅପସଂସ୍କୃତି ରୋକିବାରେ କମିଶନରେଟ୍ ପୋଲିସକୁ କଳିଙ୍ଗ ସେନା ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ଏଥି ସହିତ କଳିଙ୍ଗ ସେନାର କର୍ମୀମାନେ ହୋଟେଲ୍, ରେସ୍ତୋରେଁ, ବାର, ସପିଂ ମଲ୍ ଆଦି ଉପରେ ନଜର ରଖିବେ । ଯେଉଁଠାରେ ଅପସଂସ୍କୃତିର ଝଲକ ନଜରକୁ ଆସିବ, ସେନା ଶାନ୍ତିପୂର୍ଣ୍ଣ ପଦକ୍ଷେପ ନେଇ ତାହା ରୋକିବାକୁ ଚେଷ୍ଟା କରିବ ବୋଲି ଦଳର ସଭାପତି ହେମନ୍ତ ରଥ କହିଛନ୍ତି । ଏହି ଅବସରରେ କଳିଙ୍ଗ ସେନାର କୌମସି ବି କର୍ମୀ ଆଇନକୁ ନିଜ ହାତକୁ ନେଇ ମୋରାଲ୍ ପୋଲିସ୍ ନ ସାଜିବାକୁ ନିବେଦନ କରିଛନ୍ତି ।
ସେପଟେ ନ୍ୟୁ ଇୟର୍ ସେଲିବ୍ରେସନ୍ ସମୟରେ ମଦ ର ଡିମାଣ୍ଡ ଅଧିକ ଥିବାରୁ କମିଶନରେଟ୍ ପୋଲିସ୍, ନୂଆ ଟ୍ରାଫିକ୍ ଆଇନକୁ କଡ଼ାକଡ଼ି କରିବାକୁ ଅନୁରୋଧ କରିଛି କଳିଙ୍ଗ ସେନା । ଡିସିପି ଅନୁପ ସାହୁ କଳିଙ୍ଗ ସେନାର ଦାବିପତ୍ର ଗ୍ରହଣ କରିବା ସହ ସେଲିବ୍ରେସନ ସମୟରେ ସହରର ଆଇନ ଶୃଙ୍ଖଳା ରକ୍ଷା ପ୍ରତି କମିଶନରେଟ୍ ପୋଲିସ୍ ଯଥେଷ୍ଟ ଧ୍ୟାନ ଦେବ ବୋଲି କହିଛନ୍ତି ।
ନୂଆବର୍ଷକୁ ପାଶ୍ଚାତ୍ୟ ଶୈଳୀରେ ପାଳନ କରିବାକୁ ଭୁବନେଶ୍ବରର ଅଧିକାଂଶ ହୋଟେଲ୍ ଏବଂ ରେସ୍ତୋରେଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ତେବେ ଯୁବଗୋଷ୍ଠୀ ସେସବୁ ମାୟାରେ ନପଡ଼ି ନିଜ ସଂସ୍କୃତି ପ୍ରତି ସଚେତନ ରହି ନୂଆବର୍ଷ ପାଳନ କରିବାକୁ ନିବେଦନ କରିଛି କଳିଙ୍ଗ ସେନା ।
Previous Post

ନିଜେ ଫସିଲେ, ଦଳକୁ ଫସାଇଲେ

Next Post

ସେକ୍ସ ଷ୍ଟୋରି ମୋହରେ ମିଡ଼ିଆ

Next Post
ସେକ୍ସ ଷ୍ଟୋରି ମୋହରେ ମିଡ଼ିଆ

ସେକ୍ସ ଷ୍ଟୋରି ମୋହରେ ମିଡ଼ିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA