Friday, May 1, 2026 01:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନଡ୍ଡାଙ୍କ ତୁଣ୍ଡରେ ଶାହାଙ୍କ ଘୋଷାପାଠ

by Our Correspondent
05 Sep, 2020- 07:08 PM
in Latest News, News, Politics
1 min read
0
ନଡ୍ଡାଙ୍କ ତୁଣ୍ଡରେ ଶାହାଙ୍କ ଘୋଷାପାଠ

ଭୁବନେଶ୍ୱର: ଓଡ଼ିଶାରେ ଏଥର ବିଜେପି ସରକାର ଗଢ଼ିବ । ୨୦୧୪ ମସିହାରୁ କ୍ରମାଗତ ଭାବେ ଅମିତ୍ ଶାହାଙ୍କ ଏହି ଦମ୍ଭ ୨୦୧୯ରେ ଫେଲ୍ ମାରିଲା । ଏବେ ଜେ.ପି. ନଡ୍ଡା ଏବେ ସେହି ବାକ୍ୟକୁ ଉତ୍ତରାଧିକାରୀ ସୂତ୍ରରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଗଠନର ଦିନ ବେଶୀ ଦୂର ନୁହେଁ ବୋଲି ଦମ୍ଭ ଦେଖାଇଛନ୍ତି ।

ରାଜ୍ୟ ବିଜେପି କାର୍ଯ୍ୟକାରିଣୀକୁ ଆଜି ଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂରେ ସମ୍ବୋଧିତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡା । ଓଡ଼ିଶାରେ ସରକାର ଗଠନର ପୁରୁଣା ସ୍ୱପ୍ନକୁ ସେ ଉଜାଗର କରିଛନ୍ତି । କହିଛନ୍ତି, ସେ ଦିନ ଆଉ ଦୂର ନୁହେଁ, ଯେବେ ଆମେ ରାଜ୍ୟରେ ସରକାର କରିବା । ୨୦୧୪ରେ ଆମକୁ ୨୧% ଭୋଟ ମିଳିଥିଲା । ୨୦୧୯ ରେ ମିଳିଛି ୩୮% । ଏଥର ଏହାକୁ ୫୦% ଉପରକୁ ନେବା । ସେଥିପାଇଁ ଆମକୁ ସଂକଳ୍ପ ନେବାକୁ ପଡ଼ିବ । ଆଗାମୀ ସରକାର ବିଜେପିର ହେବ, ଏହା ହିଁ ଆମର ସଂକଳ୍ପ ।

ଯାହା ବିରୋଧରେ ଲଢ଼ି ଦଳ ସିଂହାସନରେ ବସିବାର ସଂକଳ୍ପ ନେଉଛି, ସେହି ଦଳ/ସରକାର ବିରୋଧରେ ଅବଶ୍ୟ ସେଭଳି ଟାଣ କଥା କହି ନ ଥିଲେ ନଡ୍ଡା । ନବୀନ ସରକାରଙ୍କ ବିରୋଧରେ ପଦେ ଦି ପଦ ଟାଣି ଓଟାରି କହିଥିଲେ । ସମ୍ଭବତଃ ରାଜ୍ୟ ନେତା ଓ କର୍ମୀଙ୍କ ମନ ବୁଝାଇବାକୁ ହୋଇଥାଇପାରେ । ‘ମୋଦି ସବୁ ଅନୁଦାନ ଦେଉଛନ୍ତି, କିନ୍ତୁ ନବୀନ ତାକୁ ନିଜର କହୁଛନ୍ତି । ନବୀନ ବାବୁ ସବୁ କେନ୍ଦ୍ରୀୟ ଯୋଜନାରେ ନିଜ ନାଁ ଚଢ଼ାଉଛନ୍ତି’ ବୋଲି ନଡ୍ଡା ମୃଦୁ ଆକ୍ଷେପ କରିଥିଲେ ।

ତାଙ୍କ ଭାଷଣରେ ନବୀନଙ୍କ ପାଇଁ ଦୁଇଧାଡ଼ି ପରାମର୍ଶ ରଖିବାକୁ ଭୁଲି ନ ଥିଲେ ନଡ୍ଡା । ‘ନବୀନ ବାବୁ ଆପଣ ବଡ଼ ହୃଦୟରେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରନ୍ତୁ । ଗରିବଙ୍କ କଥା ଚିନ୍ତା କରନ୍ତୁ ।’
ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ, କିନ୍ତୁ ମାପିଚୁପି । କୋଭିଡ୍ ପରିଚାଳନାରେ ବ୍ୟାପକ ଅନିୟମିତତା ଦର୍ଶାଇ ପ୍ରଭୁ ଜଗନ୍ନାଥଙ୍କ ଶରଣ ଲୋଡ଼ିଥିଲେ ଶ୍ରୀ ମହାନ୍ତି । ମୋଟାମୋଟି ଦେଖିଲେ, ରାଜ୍ୟ ସଭାପତିଙ୍କ ଭାଷଣ ସେଭଳି ମନଖୋଲା ନ ଥିଲା । ଅଦୃଶ୍ୟ ଶକ୍ତିର ଚାପ ରହିଥିବା ବାରି ହେଉଥିଲା ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା ଅନୁଯାୟୀ, ଓଡ଼ିଶାରେ ବିଜେପିର ଶକ୍ତି ବଢ଼ିଥିବା ନିରାଟ ସତ୍ୟ । ବିଜେଡ଼ିର ମୁଖ୍ୟ ପ୍ରତିଦ୍ୱନ୍ଦୀ ଯେ ବିଜେପି ଏହା ବି ନିରାଟ ସତ୍ୟ । ଗତ ନିର୍ବାଚନରେ ଓଡ଼ିଶାରେ ବିଜେପି ପାଇଁ ଅପୂର୍ବ ସୁଯୋଗ ଅପେକ୍ଷା କରିଥିଲା ତାହା ବି ସତ୍ୟ । ମାତ୍ର ଏହା ବି ସତ୍ୟ ଯେ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତାକୁ କାଟିଲା ଭଳି ଶକ୍ତି ଯୋଗାଡ଼ କରିବାରେ ବିଜେପି ଏଯାଏଁ ସମର୍ଥ ହୋଇପାରିନାହିଁ । ବିଜେଡ଼ିର ସାଂଗଠନିକ ଶକ୍ତିର ସମକକ୍ଷ ଏବଂ ନବୀନଙ୍କ ବିକଳ୍ପ ଛିଡ଼ା କରିବାରେ ବିଜେପି ସକ୍ଷମ ହୋଇପାରିନାହିଁ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉଭୟ ବିଜେଡ଼ି-ବିଜେପିର ମତିଗତି ନେଇ ଜନସାଧାରଣଙ୍କ ମନରେ ଭୀଷଣ ଦ୍ୱନ୍ଦ ରହିଛି । ନିର୍ବାଚନ ପୂର୍ବରୁ ଉଭୟ ଉଭୟଙ୍କ ଶିରିପା ଦେଖିପାରୁ ନ ଥିଲେ । ମାତ୍ର ନିର୍ବାଚନ ପରେ କୋଳାକୋଳି ହୋଇଗଲେ । କେହି କାହା ବିରୋଧରେ ପାଟି ଖୋଲିଲେ ନାହିଁ । ଏହାଦ୍ୱାରା ବିଜେଡ଼ିଠାରୁ ବିଜେପିର କ୍ଷତି ଅଧିକ ବୋଲି କୁହାଯାଉଛି ।

କାରଣ ବିଜେଡ଼ିଠାରୁ ମନ ଫେରାଉଥିବା ଲୋକ ବିକଳ୍ପ ରାସ୍ତା ପାଉନାହାନ୍ତି । କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ସେମାନଙ୍କର ଭରସା ପାଉ ନ ଥିଲା ବେଳେ ବିଜେଡ଼ି ସହ ବୁଝାମଣା ବିଶ୍ୱାସରେ ବିଜେପିକୁ ବିକଳ୍ପ ଭାବେ ଗ୍ରହଣ କରିପାରୁନାହାନ୍ତି ।
ମଜାର କଥା, ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ଧରି ରାଜ୍ୟ ନେତାମାନେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ବର୍ଷୁଥିଲେ ମଧ୍ୟ କେନ୍ଦ୍ରୀୟ ସ୍ତରରୁ ସେଭଳି ସହଯୋଗ ନାହିଁ । ଜାତୀୟ ରାଜନୈତିକ ସମୀକରଣ ଦୃଷ୍ଟିରୁ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀ ନେତାମାନେ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି ଯାହାର ଫାଇଦା ନବୀନଙ୍କୁ ମିଳୁଛି । ଏଭଳିସ୍ଥିତିରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷି ରାଜ୍ୟ ବିଜେପି ନେତାମାନେ ଲୋକହସା ହେବା ସାର ହୋଇଛି ।

ଭୋଟର ଆଦୋ÷ ମୁର୍ଖ ନୁହଁନ୍ତି । ରାଜନୈତିକସ୍ତରରେ ପ୍ରତିଟି ଘଟଣାକୁ ସେମାନେ ଅନୁଭବ କରୁଛନ୍ତି । ନେତାମାନେ ଯେତେ ନାଟକ କଲେ ବି ଭୋଟରଙ୍କୁ ଚକମା ଦେବା ଅବସ୍ଥା ନାହିଁ । ଓଡ଼ିଶାରେ ଏଥର ବିଜେପି ସରକାର ଗଢ଼ିବ ବୋଲି ନଡ୍ଡା ଯେଉଁ ସଂକଳ୍ପ ଦେଇଛନ୍ତି ତାହା ଅବାସ୍ତବ ନ ହୋଇପାରେ । ମାତ୍ର ତଥାକଥିତ ଶତ୍ରୁ ବିରୋଧରେ ଆଭିମୁଖ୍ୟକୁ ଠିକଣା ଢ଼ଙ୍ଗରେ ନେବାର ଅଛି । କେନ୍ଦ୍ରୀୟ ନେତାଙ୍କ ମୁହଁରୁ ମଝିରେ ମଝିରେ ଏମିତି ପଦେ ଦୁଇପଦ ଡାଇଲଗ୍ ବାହାରିବା ପଛରେ ଯଦି ସାଂଗଠନିକ କର୍ତ୍ତବ୍ୟର ଦ୍ୱାହି ଥାଏ, ତାହାହେଲେ ଓଡ଼ିଶାରେ ଦଳକୁ କେବଳ ମହାପ୍ରଭୁ ସାହା ।

Previous Post

ସାଂସଦ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷାଙ୍କ ସଙ୍ଗୀନ ଅଭିଯୋଗ

Next Post

ଲଜ୍ଜା: କୁଆଡ଼େ ଗଲେ ନେତ୍ରୀ, ସାମାଜିକ କର୍ମୀ?

Next Post
ଲଜ୍ଜା: କୁଆଡ଼େ ଗଲେ ନେତ୍ରୀ, ସାମାଜିକ କର୍ମୀ?

ଲଜ୍ଜା: କୁଆଡ଼େ ଗଲେ ନେତ୍ରୀ, ସାମାଜିକ କର୍ମୀ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA