Thursday, June 25, 2026 07:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲଜ୍ଜା: କୁଆଡ଼େ ଗଲେ ନେତ୍ରୀ, ସାମାଜିକ କର୍ମୀ?

by Our Correspondent
06 Sep, 2020- 12:25 PM
in Crime, Latest News, News
1 min read
0
ଲଜ୍ଜା: କୁଆଡ଼େ ଗଲେ ନେତ୍ରୀ, ସାମାଜିକ କର୍ମୀ?

ଭୁବନେଶ୍ୱର: ପ୍ରଫୁଲ୍ଲ ପାତ୍ର, କାବୁଲି ଜେନା, ବିଜୟ ରାଉତ, କୃଷ୍ଣଚନ୍ଦ୍ର ବେହେରା, ଅନିରୁଦ୍ଧ ପଣ୍ଡା, ବିମଳ ସାମଲ । ଏମାନେ କିଏ? କେଉଁ ଟିଭିର କର୍ମଚାରୀ ଏବଂ ସୁରକ୍ଷା କର୍ମୀ । ଏମାନଙ୍କ ମଧ୍ୟରୁ ପୁଲିସ ବାବୁଜଣଙ୍କ କିଏ? କମିଶନରେଟ୍ ପୁଲିସ, ପ୍ରମୁଖ ମିଡ଼ିଆ ହାଉସ୍ ଏମାନଙ୍କ ଠିକଣା ଖୁଲାସା କରୁନାହାନ୍ତି କାହିଁକି? ଖୋଦ୍ ରାଜଧାନୀ ଛାତି ଉପରେ ଜଣେ ୧୩ ବର୍ଷର ନାବାଳିକା ନିଜ ଘରେ ୧୦/୧୨ ଦିନ କାଳ ଗ୍ୟାଙ୍ଗରେପ୍ ର ଶିକାର ହୋଇଥିଲେ ମଧ୍ୟ ଆମର କୁହାଳିଆ ନେତା/ନେତ୍ରୀମାନେ ଗଲେ କୁଆଡ଼େ? ନାରୀ ସୁରକ୍ଷାର ଢ଼ାଲ ଧରିଥିବା ତଥାକଥିତ ସାମାଜିକ କର୍ମୀ କେଉଁଠି?

ମାମଲାଟି ଯେତିକି ଜଘନ୍ୟ ସେତିକି କୁତ୍ସିତ । ରାଜ୍ୟର ଏକ ପ୍ରମୁଖ ଟିଭି ଚାନେଲ୍ ରେ ରିସେପସିନିଷ୍ଟ କାମ କରୁଥିଲେ ଜନୈକ ମହିଳା । ଇଂଲିଶ୍ ମିଡ଼ିୟମ ସ୍କୁଲ୍ ରେ ପଡୁଥିବା ତାଙ୍କ ୧୩ ବର୍ଷର ଝିଅକୁ ଘରେ ଏକାକୀ ଛାଡ଼ି ଅଫିସ୍ ଆସୁଥିବା ବେଳେ ଦୁର୍ବୃତ୍ତମାନେ ଏହି ସୁଯୋଗରେ ସେହି ନାବାଳିକା ଝିଅଟିକୁ ଲଗାତର ରେପ୍ କରୁଥିଲେ । ଏ ବିଷୟରେ କାହାରିକୁ ନ କହିବାକୁ ଧମକ ଦେଉଥିଲେ । ଏହି ଲଜ୍ଜାଜନକ, ଅମାନବୀୟ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ମାନେ ଆଉ କେହି ନୁହଁନ୍ତି । ସଂପୃକ୍ତ ଟିଭି ସଂସ୍ଥାରେ କାର୍ଯ୍ୟ କରୁଥିବା ଦୁଇ ଜଣ କର୍ମଚାରୀ, ଦୁଇ ସୁରକ୍ଷା କର୍ମୀ, ତାଙ୍କ ପଡୋଶୀ ଏବଂ ଖୋଦ୍ ଜଣେ ପୁଲିସ କର୍ମଚାରୀ । ଏତଲା ଆଧାରରେ ଯେଉଁମାନଙ୍କ ନାଁ ଆମେ ଉପରେ ଉଲ୍ଲେଖ କରିଛୁ ।

ଗତ ମାର୍ଚ୍ଚ ଶେଷ ଓ ଏପ୍ରିଲ୍ ପ୍ରଥମ ସପ୍ତାହର ଘଟଣା ଇଏ । ବାହାରେ ଲକ୍ ଡାଉନ୍ ବେଳେ ଘରେ ଏକୁଟିଆ ଥିବା ଝିଅଟିକୁ ଧମକାଇ ଲଗାତର ୧୦/୧୨ ଦିନ କାଳ ରେପ୍ କରିବା ଘଟଣା ତାଙ୍କ ମା’ ଜାଣିଲା ପରେ ରେପିଷ୍ଟ୍ ମାନେ ଚାପ ଓ ଧମକ ଦେଇଥିଲେ । ଭୟରେ ଝିଅକୁ ଧରି ମା’ କେନ୍ଦ୍ରାପଡ଼ା ଅଞ୍ଚଳରେ ନି ଗାଁ କୁ ଚାଲିଯାଇଥିଲେ । ଗତ ଅଗଷ୍ଟ ୩୦ ରେ ଭୁବନେଶ୍ୱର ଫେରିଲା ପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ଥାନାକୁ ଆସିଲା ପରେ ମାମଲାକୁ ରଫାଦଫା କରିବା ପାଇଁ ପୁଲିସ ଉପରେ ପ୍ରବଳ ଚାପ ପଡ଼ିଥିଲା । ମାମଲାରେ ସଂପୃକ୍ତ ଥିବା ମିଡ଼ିଆ କର୍ମଚାରୀ ଏବଂ ପୁଲିସ ସବୁଆଡୁ ଚାପ ପକାଇବାକୁ ଉଦ୍ୟମ କରିଥିଲେ । ମାତ୍ର ମହିଳା ଥାନା ପୁଲିସ ୭ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମାମଲାକୁ ପୁଲିସ ଗମ୍ଭୀରତାର ସହ ଗ୍ରହଣ କରିଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି । ଅଭିଯୁକ୍ତିମାନଙ୍କ ବିରୋଧରେ ବିଭିନ୍ନ ସଙ୍ଗୀନ ଦଫା ଓ ପୋକସୋ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି । ଅଭିଯୋଗକାରୀଙ୍କ ବୟାନ୍ ରେକର୍ଡ କରାଯାଇଛି । ମହିଳା ଓ ଶିଶୁଙ୍କ ମାମଲାର ତଦନ୍ତ ଲାଗି ଉଦ୍ଦିଷ୍ଟ ସ୍ୱତନ୍ତ୍ର ୟୁନିଟ୍ କୁ ମାମଲାର ତଦନ୍ତ ଭାର ଦିଆଯାଇଥିବା ଡିସିପି କହିଛନ୍ତି । ଗତକାଲି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ସଂପୃକ୍ତ ଟିଭି ଚ୍ୟାନେଲ୍ ଅଫିସ୍ ରେ ପହଞ୍ଚି ଦୀର୍ଘ ୫ ଘଣ୍ଟା କାଳ ଛାନଭିନ୍ କରିଥିଲା । ତେବେ ଅଭିଯୁକ୍ତ କର୍ମଚାରୀ ଓ ସୁରକ୍ଷା କର୍ମୀ ଫେରାର ହୋଇଯାଇଛନ୍ତି ।

ଖୋଦ୍ ରାଜଧାନୀରେ ଏଭଳି କୁତ୍ସିତ ଗଣଦୁଷ୍କର୍ମ କାର୍ଯ୍ୟ ଲୋକଲୋଚନକୁ ଆସିଥିଲେ ମଧ୍ୟ ତାହା ଟିଭି ଚାନେଲ୍ ଗୁଡ଼ିକରେ ଯେଭଳି ହାଇଲାଇଟ୍ ହେବା କଥା ହେଉନାହିଁ । ଏହା ପଛର କାରଣ କ’ଣ? ନିଜ ଜାତିଭାଇ ଜଡ଼ିତ ବୋଲି ନା ଆଉ କିଛି? ଏଭଳି ଘଟଣା ଲୋକଲୋଚନକୁ ଆଣିବାର ଦାୟିତ୍ୱ ଯାହାର, ସିଏ ନିଜେ ଯଦି ଏଭଳି କୁତ୍ସିତ କାଣ୍ଡର ନାୟକ ସାଜେ ତେବେ ତାହାଠାରୁ ଆଉ ଗର୍ହିତ, ଲଜ୍ଜାଜନକ ବିଷୟ କ’ଣ ହୋଇପାରେ ବୋଲି ପ୍ରଶ୍ନ ଉଠିଲାଣି ।

ଶେଷରେ ରହିଲେ ଆମ ନାରୀ ନେତ୍ରୀ ଏବଂ ବିଭିନ୍ନ ସାମାଜିକ ସଂଗଠନ । ସମାନ ଘଟଣାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ନାଁରେ କୋରାପୁଟ, ମୟୁରଭଞ୍ଜ ଯାଇ ଟିଭିରେ ବୟାନ ଦେଉଥିବା ଏହି ତଥାକଥିତ ସଂଗ୍ରାମୀମାନେ ଖୋଦ୍ ରାଜଧାନୀରେ ସଂଗଠିତ ଏତେବଡ଼ କୁତ୍ସିତ ଘଟଣା ଉପରେ ପାଟି ଚୁପ୍ ରଖିଛନ୍ତି କାହିଁକି? ପଛରେ ଅଲଗା ରାଜନୀତି ପଶିଯାଇନି ତ? କି ଆସାମୀମାନେ ଟିଭି ଚ୍ୟାନେଲ୍ କର୍ମଚାରୀ ହୋଇଥିବାରୁ ସୁରକ୍ଷାକବଚ ହୋଇଗଲେ? ସେହି ଟିଭିେରେ ମୁହଁ ନ ଆସିଲେ ନେତାଗିରି କରିବାରେ ବାଧକ ପହଞ୍ଚିବାର ଆଶଙ୍କା ରହିଛି କି?

Previous Post

ନଡ୍ଡାଙ୍କ ତୁଣ୍ଡରେ ଶାହାଙ୍କ ଘୋଷାପାଠ

Next Post

ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍; ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

Next Post
ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍; ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍; ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA