Thursday, April 30, 2026 12:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କୁ ଟକ୍କର ଦେବାକୁ ନବଙ୍କ ଷ୍ଟଣ୍ଟ ସୋ!

by Our Correspondent
17 Dec, 2019- 06:41 PM
in Latest News, News
1 min read
0
ନବୀନଙ୍କୁ ଟକ୍କର ଦେବାକୁ ନବଙ୍କ ଷ୍ଟଣ୍ଟ ସୋ!
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କ୍ୟାପିଟାଲ ହସ୍ପିଟାଲରେ ସମ୍ଭବତଃ ଷ୍ଟଣ୍ଟ ସୋ କରିଛନ୍ତି । ନବଙ୍କ ଏଭଳି ଘୋଷଣା ଷ୍ଟେଣ୍ଟ ଲଗାଇବା ବାହାନରେ ଷ୍ଟଣ୍ଟ ସୋ ବୋଲି ଚର୍ଚ୍ଚା ହେଉଛି । କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ନଥିଲେ । ସେବେଠାରୁ ଏଠାରେ ବଡ ଘୋଷଣା ପାଇଁ ନବ ଉଦ୍ୟମ ଚଳାଇଥିବାବେଳେ ସେଥିରେ ସଫଳ ହୋଇଥିବା କୁହାଯାଉଛି।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦପ୍ତରରୁ ଜାରି ପ୍ରେସ୍‌ ରିଲିଜରେ କୁହାଯାଇଛି ଯେ କ୍ୟାପିଟାଲ ହସ୍ପିଟାଲରେ ଦିନକୁ ୧୫/୨୦ ଟି ଆଞ୍ଜିଓଗ୍ରାମ ଓ ଷ୍ଟେଣ୍ଟ ଲାଗିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏଭଳି ପ୍ରେସ୍‌ ବିବୃତ୍ତି ଜାରି କରିବାପରେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । କ୍ୟାପିଟାଲ୍ ହସ୍ପିଟାଲ୍ ସହ ପରିଚିତ ଲୋକଙ୍କ କହିବାକଥା ଦାନ୍ତ ଚିକିତ୍ସା ଠିକଣା ଭାବରେ ହୋଇପାରୁନଥିବା କ୍ୟାପିଟାଲ ହସ୍ପିଟାଲରେ ଦିନକୁ ୧୫/୨୦ ଷ୍ଟେଣ୍ଟ ଲାଗିବା ପାଇଁ ଘୋଷଣା କରିବା କେବଳ ଷ୍ଟଣ୍ଟ ଛଡା ଆଉ କିଛି ନୁହେଁ । କାରଣ ରାଜଧାନୀରେ ଥିବା ନାମୀ ଦାମୀ ଘରୋଇ ଡାକ୍ତରଖାନାରେ ଏଭଳି ଚିକିତ୍ସା ଦିନକୁ ଅତି ବେଶିରେ ୭/୮ଟି ହୋଇପାରୁଛି । ହେଲେ କେଉଁ ଆଧାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଲେ ବୁଝା ପଡୁନାହିଁ । କଟକ ଏସ୍‌ସିବି ମେଡିକାଲ କଲେଜର ହୃଦ୍‌ରୋଗ ବିଭାଗରେ ହେଉଥିବା ଅପରେସନ ଭିତ୍ତିଭୂମି, ଡାକ୍ତର ଓ କର୍ମଚାରୀ ଅଭାବରୁ ବନ୍ଦ ହେବାକୁ ବସିଥିବାବେଳେ ତାହା କିଭଳି ଠିକଣା ଭାବେ ହେବ ସେଥିପ୍ରତି ଦୃଷ୍ଟି ନଦେଇ କ୍ୟାପିଟାଲ ହସ୍ପିଟାଲରେ ଏତେ ବଡ ଘୋଷଣା କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
କେବଳ ହୃଦ୍‌ରୋଗ ଚିକିତ୍ସା ନେଇ ଏଭଳି ଷ୍ଟଣ୍ଟ ହୋଇଛି ତାହା ନୁହେଁ, ସ୍ୱାସ୍ଥ୍ୟ ପ୍ରଶାସନରେ ବି ନୂଆ ଘଟଣା ଦେଖିବାକୁ ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ଦୁଇ ଦୁଇ ଜଣ ଡାଇରେକ୍ଟର ବି ନିଯୁକ୍ତି ହୋଇଛନ୍ତି । ଜଣେ ହେଲେ କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଅଶୋକ ପଟ୍ଟନାୟକ ଓ ଆଉ ଜଣେ ହେଉଛନ୍ତି ସେହି ଡାକ୍ତରଖାନାର ହୃଦ୍‌ରୋଗ ବିଭାଗରେ ନୂଆ ଡାଇରେକ୍ଟର ପ୍ରଭାତ କୁମାର ଦାସ । ଡାକ୍ତର ଦାସ ହେଉଛନ୍ତି ଦେଶର ଜଣେ ଜଣାଶୁଣା ହୃଦ୍‌ରୋଗ ବିଶେଷଜ୍ଞ । ତେବେ ସିଏ କ୍ୟାପିଟାଲ ହସ୍ପିଟାଲରେ କାହା ଅଧିନରେ କାମ କରିବେ ଓ ତାଙ୍କ କାମର ତଦାରଖ କିଏ କରିବ ତାହା ଏକ ବଡ ପ୍ରଶ୍ନବାଚୀ ହୋଇଛି ।
ଅଳ୍ପ ଦିନ ତଳେ ଡାକ୍ତର ଦାସ ମନ୍ତ୍ରୀଙ୍କ ସହିତ କ୍ୟାପିଟାଲ ପରିଦର୍ଶନରେ ଆସିଥିବାବେଳେ ହୃଦ୍‌ରୋଗ ଚିକିତ୍ସା କଥା ଉଠିଥିଲା । ହେଲେ ମାସକ ଭିତରେ କ୍ୟାପିଟାଲ ହସ୍ପିଟାଲରେ କିଭଳି ଭିତ୍ତିଭୂମି ତିଆରି ହେଲା ଯେ ଦିନକୁ ୧୫/୨୦ ଷ୍ଟେଣ୍ଟ ଲାଗିବା ସହିତ ଆଞ୍ଜିଓଗ୍ରାମ ହୋଇପାରିବ ପ୍ରଶ୍ନ ହେଉଛି । କାରଣ ବର୍ତ୍ତମାନ ହୃଦ୍‌ରୋଗ ବିଭାଗରେ ଯେତିକି ବ୍ୟବସ୍ଥା ରହିଛି ସେଥିରେ ରିପୋର୍ଟ ଦେଖାଇବାକୁ ରୋଗୀମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ।
ନବଙ୍କ ଏଭଳି ଘୋଷଣା ଖୋଦ୍ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଚକିତ କରିଛି । କୌଣସି ପ୍ରକାରେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଏଭଳି ସେବା ଏତେଶୀଘ୍ର ସମ୍ଭବ ନୁହେଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେ ଯାହା ବି ହେଉ, ରାଜଧାନୀର ଏକ ନମ୍ବର ସରକାରୀ ହସ୍ପିଟାଲ୍ ରେ ମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହୋଇ ନ ପାରିଲେ ହୁଏତ ମୁଖ୍ୟମନ୍ତ୍ରୀଙ୍କୁ ବିଫଳତାର ଶ୍ରେୟ ମୁଣ୍ଡେଇବାକୁ ପଡ଼ିବ ।
Previous Post

ଗରିବ ପିଲାଟିର ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ

Next Post

ନିର୍ଭୟା ରେପିଷ୍ଟ୍ ଙ୍କ ଫାଶୀ ରାସ୍ତା ସଫା

Next Post
ନିର୍ଭୟା ରେପିଷ୍ଟ୍ ଙ୍କ ଫାଶୀ ରାସ୍ତା ସଫା

ନିର୍ଭୟା ରେପିଷ୍ଟ୍ ଙ୍କ ଫାଶୀ ରାସ୍ତା ସଫା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA