Monday, May 25, 2026 05:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ପୁଣି ମାଷ୍ଟରଷ୍ଟ୍ରୋକ୍: ଏଥର ସବୁ ଝିଅଙ୍କୁ ମାଗଣାରେ ପାଠ

by Our Correspondent
08 Apr, 2019- 05:08 PM
in Latest News, News, Politics
1 min read
0
ନବୀନଙ୍କ ପୁଣି ମାଷ୍ଟରଷ୍ଟ୍ରୋକ୍: ଏଥର ସବୁ ଝିଅଙ୍କୁ ମାଗଣାରେ ପାଠ
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଦୁଇ ଦିନ ପୂର୍ବରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାଷ୍ଟରଷ୍ଟ୍ରୋକ୍ । ମହିଳାମାନଙ୍କ ପାଇଁ ପ୍ରତିଶ୍ରୁତିର ବର୍ଷା କରିଛନ୍ତି ନବୀନ । ପୁଣି ଥରେ କ୍ଷମତାକୁ ଆସିଲେ ସବୁ ଝିଅଙ୍କୁ ମାଗଣାରେ ପାଠ ପଢ଼ାଇବେ ବିଜେଡ଼ି ସରକାର । କେଜିରୁ କଲେଜ, ମେଡ଼ିକାଲ, ଇଂଜିନିୟରିଂ ସବୁ ମାଗଣା । ଗରିବ ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ଦିଆଯିବ । ଖାଲି ସେତିକି ନୁହେଁ, ମିଶନ ଶକ୍ତିର ମା’ ମାନଙ୍କୁ ବର୍ଷକୁ ୫ ହଜାର କୋଟି ଟଙ୍କାର କାମ, ସବୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ, ସବୁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କ ପାଇଁ ଦୁର୍ଘଟଣା ବୀମା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କର ଚିକିତ୍ସା ସୁବିଧାକୁ ୭ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ନିର୍ବାଚନ ପ୍ରଚାରରେ ଯାଇଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି ।
ମହିଳାଙ୍କ ଭୋଟ ହାତେଇବା ପାଇଁ ପ୍ରମୁଖ ଦଳ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ନବୀନଙ୍କ ଏଭଳି ପ୍ରତିଶ୍ରୁତି ଅନ୍ୟମାନଙ୍କୁ ପଛରେ ପକାଇ ଦେଇଛି । ବିଜୁ ଜନତା ଦଳ ମହିଳାମାନଙ୍କୁ ଗୁରୁତ୍ୱ ଦେଉଛି, ଏକଥା ନବୀନ ବାରମ୍ବାର ତାଙ୍କ ଭାଷଣରେ କହି ଆସୁଛନ୍ତି । ୩୩% ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରିବାକୁ ପ୍ରତିଶ୍ରୁତି ରକ୍ଷା କରିଥିବା ନବୀନ ଆଉ ଦୁଇପାଦ ଆଗକୁ ବଢ଼ିଛନ୍ତି । ମହିଳାମାନଙ୍କ ବିକାଶ ପାଇଁ ତାଙ୍କ ସରକାର ପୂର୍ବରୁ ଯତ୍ନଶୀଳ ଥିଲା ଏବଂ ଆଗକୁ ଆହୁରି ଅଧିକ ଯତ୍ନଶୀଳ ହେବ ବୋଲି ନବୀନ ବାର୍ତ୍ତା ଦେଉଛନ୍ତି । ମହିଳାମାନଙ୍କ ପାଇଁ ପ୍ରତିଶ୍ରୁତି ଘୋଷଣା କରିବା ଅବସରରେ ବିଜେପିକୁ ଜବାବ ଦେବାକୁ ଭୁଲିନାହାନ୍ତି ନବୀନ । ମନେପକାଇ ଦେଇଛନ୍ତି.. ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଂଜିନ୍ ।
ଏଥିସହ କେନ୍ଦ୍ର ସରକାରଙ୍କ ଉପରେ ପୂର୍ବ ଆକ୍ରମଣ ଜାରି ରଖିଛନ୍ତି ନବୀନ । କୋମନା ନିର୍ବାଚନ ପ୍ରଚାର ସଭାରେ ନବୀନ କହିଛନ୍ତି, ନିର୍ବାଚନ ହେଲେ କେନ୍ଦ୍ରର ବଡ଼ ବଡ଼ ନେତାମାନଙ୍କର ନୂଆପଡ଼ା, କଳାହାଣ୍ଡି କଥା ମନେପଡ଼େ । ସେମାନଙ୍କୁ ପଚାରନ୍ତୁ, ଭବାନୀପାଟଣା ରେଲ ୱାଗନ୍ କାରଖାନା କୁଆଡ଼େ ଗଲା? ଦୁଇଗୁଣା ଏମଏସପି କୁଆଡ଼େ ଗଲା? କେବିକେ ଯୋଜନା କାହିଁକି ବନ୍ଦ ହେଲା? ଏସସି/ଏସଟି ପିଲାଙ୍କ ବୃତ୍ତି କାହିଁକି ବନ୍ଦ ହେଲା? ବୀମା କରି ଚାଷୀ ହଇରାଣ କିନ୍ତୁ କମ୍ପାନୀ ଲାଭବାନ କାହିଁକି? କିଏ ସୁଯୋଗ ଦେଲା?
ଭୋଟରଙ୍କୁ ଭୋଟଭିକ୍ଷା କରି ନବୀନ କହିଥିଲେ, ସାଢ଼େ ଚାରିକୋଟି ଓଡ଼ିଶାବାସୀ ମୋର ପରିବାର । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଆପଣଙ୍କ ସେବା କରି ଚାଲିବି । ଆପଣମାନେ ମୋତେ ଆର୍ଶିବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ।
୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର କାର୍ଯ୍ୟ ଆସନ୍ତାକାଲି ଶେଷ ହେଉଥିବା ବେଳେ ଦୁଇଦିନିଆ ନୂଆପଡ଼ା ଓ କଳାହାଣ୍ଡି ଗସ୍ତ କରୁଛନ୍ତି ନବୀନ । ନୂଆପଡ଼ା ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲା ପର୍ଯ୍ୟନ୍ତ୧୦୦ରୁ ଅଧିକ କିଲୋମିଟର ରାସ୍ତାରେ ରୋଡ ସୋ ଓ ସାଧାରଣ ସଭା କରୁଛନ୍ତି ନବୀନ । ହାଇଟେକ୍ ବସ୍ ରେ ନବୀନଙ୍କ ରୋଡ ସୋ ଜନସାଧାରଣଙ୍କ ପାଇଁ ବେଶ୍ ଆକର୍ଷଣୀୟ ହୋଇଛି । ଆଜି ରାତିରେ ଭବାନୀପାଟଣାରେ ରାତ୍ରି ରହଣୀ କରିବେ ବିଜେଡ଼ି ସୁପ୍ରିମୋ ।
Previous Post

ଆରପାରିରେ ଡିଜିପି ଶର୍ମାଙ୍କ ପତ୍ନୀ ତୁଷାର

Next Post

ନବୀନ ଖୋଲିଲେ ଗୁମର; ତାଙ୍କ ସ୍ୱାସ୍ଥ୍ୟ ଖରାପ ବୋଲି ଗୁଜବ କରିଥିଲେ ବୈଜୟନ୍ତ

Next Post
ନବୀନ ଖୋଲିଲେ ଗୁମର; ତାଙ୍କ ସ୍ୱାସ୍ଥ୍ୟ ଖରାପ ବୋଲି ଗୁଜବ କରିଥିଲେ ବୈଜୟନ୍ତ

ନବୀନ ଖୋଲିଲେ ଗୁମର; ତାଙ୍କ ସ୍ୱାସ୍ଥ୍ୟ ଖରାପ ବୋଲି ଗୁଜବ କରିଥିଲେ ବୈଜୟନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA