Saturday, April 18, 2026 02:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ଫ୍ଲପ୍ ସୋ !

by Our Correspondent
06 May, 2017- 11:10 PM
in Latest News
0
ନବୀନଙ୍କ ଫ୍ଲପ୍ ସୋ !

ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳର ନବକଳେବର କରିଛନ୍ତି । ୧୧ ଜଣ ନୂଆମନ୍ତ୍ରୀଙ୍କୁ ନେଇଛନ୍ତି ମନ୍ତ୍ରୀମଣ୍ଡଳରେ । ନିରଞ୍ଜନ ପୂଜାରୀ, ସୂର୍ଯ୍ୟନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ମହେଶ୍ୱର ମହାନ୍ତି, ଶଶୀଭୂଷଣ ବେହେରା ଓ ପ୍ରତାପ ଜେନାଙ୍କୁ କ୍ୟାବିନେଟ୍ ପାହ୍ୟା ଦେଇଥିଲା ବେଳେ ଅନନ୍ତ ଦାସ, ଡାକ୍ତର ନୃସିଂହ ଚରଣ ସାହୁ, ବିଜୟ ନାୟକ, ସୁଶାନ୍ତ ସିଂ ଓ ଚନ୍ଦ୍ରସାରଥୀ ବେହେରାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଛନ୍ତି । ରବିବାର ଦିନ ୯.୧୦ ମିନିଟ୍ ରେ ରାଜଭବନର ଅଭିଷେକ ହଲ୍ ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ସବୁଠାରୁ ବଡ଼କଥା ହେଲା, ବହୁ ପ୍ରତୀକ୍ଷିତ ନୂଆ ମନ୍ତ୍ରୀମଣ୍ଡଳ ବିଜେଡ଼ି ମହଲରେ ଉତ୍ସାହ ଖେଳାଇବା ପରିବର୍ତ୍ତେ ଅସନ୍ତୋଷ ଖେଳାଇ ଦେଇଛି । ମନ୍ତ୍ରୀମଣ୍ଡଳରେ ଆଦୌ ଭାରସାମ୍ୟ ରକ୍ଷା କରାଯାଇନାହିଁ । ବିଜେଡ଼ିର ସ୍ଥିତି ଦୁର୍ବଳ ଥିବା ପଶ୍ଚିମ ଓଡ଼ିଶାର ପ୍ରତିନିଧିତ୍ୱକୁ ଏଥିରେ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଛି । ବରଗଡ଼ରେ ସ୍ନେହାଙ୍ଗିନୀ ଛୁରିଆ ଦଳକୁ ବିପର୍ଯ୍ୟୟର ସାମନା କରାଇଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ହାତ ମାରିନାହାନ୍ତି । ସେହି ବରଗଡ଼ ଜିଲ୍ଲାରୁ ଭଟଲି ବିଧାୟକ ଅନଭିଜ୍ଞ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ଦେଇଛନ୍ତି । ସୋନପୁରରୁ ନିରଞ୍ଜନ ପୂଜାରୀ ମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟକଳାପ କାହାରି ପାଇଁ ଆଦୃତ ନୁହେଁ । ଜଣେ ଅହଂକାରୀ ଓ ଅପାରଗ ମନ୍ତ୍ରୀ ଭାବେ ତାଙ୍କର ଟ୍ରାକ୍ ରେକର୍ଡ ରହିଛି । ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼ ଭଳି ବିଜେଡ଼ି ପାଇଁ ସ୍ପର୍ଶକାତର ଜିଲ୍ଲାରୁ କାହାରିକୁ ମନ୍ତ୍ରୀ କରାଯାଇନି । ରାୟଗଡ଼ାରୁ ଲାଲବିହାରୀ ହିମିରିକାଙ୍କୁ ବିଦା କରାଯାଇଥିଲେ ମଧ୍ୟ ଆଉ କାହାରିକୁ ମନ୍ତ୍ରୀ କରାଯାଇନି । କୋରାପୁଟ, କଳାହାଣ୍ଡି, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇଯାଇଛି ।

କଟକ ଜିଲ୍ଲାରୁ ଦେବୀ ମିଶ୍ରଙ୍କ ଜାଗାରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦୃଢ଼ ବିରୋଧୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀ କରାଯାଇଛି । ଅନ୍ୟପକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଖାସ୍ ଅନୁଗତ ଚନ୍ଦ୍ରସାରଥୀ ବେହେରା ବି ମନ୍ତ୍ରୀ ହୋଇଛନ୍ତି । ତେବେ ଚନ୍ଦ୍ରସାରଥୀଙ୍କ ମନ୍ତ୍ରୀତ୍ୱକୁ ନେଇ ଜିଲ୍ଲାର ଅନ୍ୟ ବରିଷ୍ଠ ନେତୃମଣ୍ଡଳୀ ସନ୍ତୁଷ୍ଟ ନାହାନ୍ତି । ଅନ୍ୟତମ ଦାବିଦାର ରାଜା ସ୍ୱାଇଁଙ୍କ ଗୋଷ୍ଠୀକୁ ଏହା କ୍ଷୁବଧ କରିଛି । ବାଲେଶ୍ୱରରୁ ଅନନ୍ତ ଦାସଙ୍କୁ ମନ୍ତ୍ରୀ କରାଯାଇଥିଲେ ମଧ୍ୟ ସେ ଆଦୃତ ହୋଇନାହାନ୍ତି । ଭଦ୍ରକ ଜିଲ୍ଲାରୁ ବିଜୟଶ୍ରୀ ରାଉତରାୟ ମନ୍ତ୍ରୀ ଥିବା ବେଳେ ପ୍ରଫୁଲ୍ଲ ସାମଲଙ୍କୁ ମନ୍ତ୍ରୀ କରାଯାଇଛି । କରଞ୍ଜିଆ ବିଧାୟକ ବିଜୟ ନାୟକ ଜଣେ ମନ୍ତ୍ରୀ ମ୍ୟାଟେରିଆଲ୍ ନୁହଁନ୍ତି । ନିକଟରେ ତାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିଥିଲା । ଧର୍ମେନ୍ଦ୍ର ପ୍ରଧାନଙ୍କ ଗଡ଼ ଢ଼େଙ୍କାନାଳ ଜିଲ୍ଲାରୁ ମନ୍ତ୍ରୀ ହୋଇଥିବା ପର୍ଜଙ୍ଗ ବିଧାୟକ ଡାକ୍ତର ନୃସିଂହ ସାହୁ ବରିଷ୍ଠ ଓ ଅଭିଜ୍ଞ ହୋଇଥିଲେ ମଧ୍ୟ ଗ୍ରହଣୀୟ ହୋଇନାହାନ୍ତି । ବରଂ ତାଙ୍କ ଜାଗାରେ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କ ସପକ୍ଷରେ ଜନମତ ଅଛି । ଦକ୍ଷତା ଓ ଲୋକପ୍ରିୟତାର ମାପକାଠିରେ ନୃସିଂହ ସାହୁଙ୍କଠାରୁ ସେ ବେଶ୍ ଆଗରେ । ସେହି ଜିଲ୍ଲାରୁ ମନ୍ତ୍ରୀ ଥିବା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ମନ୍ତ୍ରୀ ହିସାବରେ ଦକ୍ଷତା ପ୍ରତିପାଦନରେ ବିଫଳ ହୋଇଥିଲେ ମଧ୍ୟ ତାଙ୍କୁ କ୍ୟାବିନେଟ୍ ପାହ୍ୟା ପୁରସ୍କାର ମିଳିଛି ।

ପୁରୀ ଜିଲ୍ଲାରୁ ମନ୍ତ୍ରୀ ହୋଇଥିବା ମହେଶ୍ୱର ମହାନ୍ତିଙ୍କ ନାଁରେ ମାଳ ମାଳ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଥିଲେ ମଧ୍ୟ ନବୀନ ତାଙ୍କୁ କୋଳେଇ ନେଇଛନ୍ତି । ସେହି ଜିଲ୍ଲାରୁ ମନ୍ତ୍ରୀ ଥିବା ପ୍ରଦୀପ ମହାରଥୀ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନରେ ବିଫଳ ରହିଛନ୍ତି । କଥା ବଡ଼ କାମ ଛୋଟର ଆଖ୍ୟା ଲାଗିଛି ତାଙ୍କଠାରେ । ମାତ୍ର ନବୀନଙ୍କ ପାଇଁ ସେ ଗେହ୍ଲା ପୁଅ ରହିଛନ୍ତି । ପଡ଼ୋଶୀ ଖୋର୍ଦ୍ଧା ଜିଲ୍ଲାରୁ ଅଶୋକ ପଣ୍ଡା ମନ୍ତ୍ରୀ ଥିଲେ ମଧ୍ୟ ଶଶୀଭୂଷଣ ବେହେରାଙ୍କୁ ବି ମନ୍ତ୍ରୀ କରାଯାଇଛି । ମନ୍ତ୍ରୀ ଭାବେ ଅଶୋକ ପଣ୍ଡା ଦୁର୍ନାମ ବୋହୁଥିଲା ବେଳେ ନବୀନ ତାଙ୍କୁ ହାତ ମାରିନାହାନ୍ତି । ନୂଆ ମନ୍ତ୍ରୀ ଶଶୀଭୂଷଣ ବେହେରା ମଧ୍ୟ ଜନପ୍ରିୟତା ମାପକାଠିରେ ବହୁ ତଳେ । ଲୋକଙ୍କୁ ଦେଖିଲେ ନାକ ଟେକନ୍ତି । ମାତ୍ର ନବୀନ ତାଙ୍କୁ ପୁରସ୍କୃତ କରି କ୍ୟାବିନେଟ୍ ପାହ୍ୟା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ସୂର୍ଯ୍ୟ ପାତ୍ରଙ୍କୁ ପୁର୍ନବାର ମନ୍ତ୍ରୀ କରିଛନ୍ତି ନବୀନ । ପ୍ରଦୀପ ପାଣିଗ୍ରାହୀଙ୍କ ଶୂନ୍ୟସ୍ଥାନକୁ ସେ ପୂରଣ କରିଛନ୍ତି । ମାତ୍ର ମନ୍ତ୍ରୀ ଭାବେ ଦକ୍ଷତା ପ୍ରତିପାଦନରେ ସମ୍ପୂର୍ଣ୍ଣ ବିଫଳ ଶ୍ରୀମତୀ ଉଷା ଦେବୀଙ୍କ ମନ୍ତ୍ରୀପଦ ବଜାୟ ରହିବା ଅନେକଙ୍କ ପାଇଁ ହଜମ ହୋଇନାହିଁ । ଏମିତିରେ ବିକ୍ରମ ଆରୁଖଙ୍କ କାର୍ଯ୍ୟକଳାପରେ ଅନେକ ସନ୍ତୁଷ୍ଟ ନାହାନ୍ତି ।

ମୋଟାମୋଟି ଭାବେ ନବୀନଙ୍କର ଏହି ନବକଳେବରକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି । ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିବା ଯୁବମନ୍ତ୍ରୀଙ୍କ ଅସନ୍ତୋଷ ସାଙ୍ଗରେ ଅନେକ ବରିଷ୍ଠ ନେତାଙ୍କ ଅସନ୍ତୋଷ ଯୋଡି ହୋଇଯାଇଛି । ନୂଆ ମନ୍ତ୍ରୀମଣ୍ଡଳକୁ ସେମାନେ ଆଦୌ ଗ୍ରହଣ କରିପାରୁନାହାନ୍ତି । ବରଂ ଏହା ସେମାନଙ୍କ ଅସନ୍ତୋଷର ନିଆଁରେ ଘିଅ ଢ଼ାଳିବା ଭଳି ହୋଇଛି । ସତ କହିବାକୁ ଗଲେ ସାଧାରଣ ଲୋକେ ମଧ୍ୟ ନବୀନଙ୍କ ଏହି ନୂଆ ମନ୍ତ୍ରୀମଣ୍ଡଳକୁ ପସନ୍ଦ କରିନାହାନ୍ତି । ବିଜେଡ଼ି ପାଇଁ ଆଗକୁ ଏହା କିଭଳି ପ୍ରଭାବୀ ହେବ ତାହା କେବଳ ଦେଖିବାର କଥା ।

Previous Post

ସତ କହିିଲେ ଯୋଗେନ୍ଦ୍ର

Next Post

ଶପଥ ନେଲେ ୮ କ୍ୟାବିନେଟ୍ , ୪ ରାଷ୍ଟ୍ରମନ୍ତ୍ରୀ

Next Post
ଶପଥ ନେଲେ ୮ କ୍ୟାବିନେଟ୍ , ୪ ରାଷ୍ଟ୍ରମନ୍ତ୍ରୀ

ଶପଥ ନେଲେ ୮ କ୍ୟାବିନେଟ୍ , ୪ ରାଷ୍ଟ୍ରମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA