Saturday, April 18, 2026 02:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସତ କହିିଲେ ଯୋଗେନ୍ଦ୍ର

by Our Correspondent
06 May, 2017- 03:40 PM
in Latest News
1 min read
0
ସତ କହିିଲେ ଯୋଗେନ୍ଦ୍ର

ଭୁବନେଶ୍ୱର() “ସକାଳ ୯ ଟାରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ମତେ ଫୋନ୍ କଲେ । କହିଲେ ତମେ ତମର ଇସ୍ତଫାପତ୍ର ପଠାଇଦିଅ । ବାସ୍ ତାଙ୍କ ଆଦେଶ ମାନି ମୁଁ ଇସ୍ତଫା ପଠାଇଦେଲି ।’’ କ୍ୟାବିନେଟ୍ ମନ୍ତ୍ରୀ ପଦରେ ଥିବା ବିଜେଡ଼ିର ନିଛନ୍ଦିଆ ନେତା ଯୋଗେନ୍ଦ୍ର ବେହେରା ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ ଏକଥା କହିଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ଅନ୍ୟ ମନ୍ତ୍ରୀମାନେ ମନର କଥାକୁ ମନରେ ଚାପି ଛଳନା କରିଛନ୍ତି । କହିଛନ୍ତି, ସ୍ୱଇଚ୍ଛାରେ ସେମାନେ ଇସ୍ତଫା ଦେଇଛନ୍ତି । କୁଆଡେ ସଂଗଠନ କାମରେ ନିଜକୁ ଶତପ୍ରତିଶତ ନିୟୋଜିତ କରିବାକୁ ନିଜ ଆଡୁ ଇସ୍ତଫା ଦେଇଛନ୍ତି । ମନ୍ତ୍ରୀପଦରୁ ଇସ୍ତଫା ଦେଇ ମନ ତାଙ୍କର କାନ୍ଦୁଥିବା ବେଳେ ନବୀନଙ୍କ ଡରରେ ଏମିତିକା ଗପ ଶୁଣାଇଛନ୍ତି । ଅବଶ୍ୟ ଏଥିରେ ତାଙ୍କର ଦୋଷ ନାହିଁ । ଘର ବୁଡ଼ି ପାଣି ଆଣ୍ଠୁଏ ହେଉ ପଛେ ରାଜନୀତିରେ ଏମିତିକା ଅଭିନୟ କରିବାଟା ଏକପ୍ରକାର ବାଧ୍ୟବାଧକତା । ଯୋଗେନ୍ଦ୍ର ବେହେରାଙ୍କ ପରି ମନଖୋଲା ଲୋକଙ୍କ ସହ ସେମାନଙ୍କୁ ତୁଳନା କରିବା ଠିକ୍ ନୁହେଁ ।

ସତକଥା ହେଉଛି, ଆଜି ସକାଳେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଜଣ ଜଣ କରି ୧୦ ଜଣ ମନ୍ତ୍ରୀଙ୍କୁ ସେମାନଙ୍କ ଇସ୍ତଫା ମାଗିଥିଲେ । ଏହା ଅଚାନକ ନ ଥିଲା । ସାଂଗଠନିକ ଦାୟିତ୍ୱର ବାହାନା ଦେଖାଇ ସେମାନଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଉଥିବା ନେଇ କିଛି ଦିନ ପୂର୍ବରୁ ଇସାରା ମିଳିଯାଇଥିଲା । ହେଲେ ଗତକାଲି(ଶୁକ୍ରବାର) ସଂଧ୍ୟାରୁ ଏହା କ୍ରମଶଃ ସ୍ପଷ୍ଟ ହୋଇଯାଇଥିଲା । ମନ୍ତ୍ରୀ ପଦରୁ ବିଦା ହେଉଥିବା ସୁନିଶ୍ଚିତ ହେଲା ପରେ ରାତିସାରା ସେମାନେ ଶୋଇ ପାରି ନ ଥିଲେ । ଯୁବମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଦୀପ ପାଣିଗ୍ରାହୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ବିିଶ୍ୱାସ କରିପାରୁ ନ ଥିଲେ ଯେ ଆଉ କିଛି ଘଣ୍ଟା ପରେ ସେମାନେ କ୍ଷମତାଶୂନ୍ୟ ହେବାକୁ ଯାଉଛନ୍ତି । ସ୍ୱାଭାବିକ ଭାବେ ଏହା ସେମାନଙ୍କ ମନକୁ ଭୀଷଣ କଷ୍ଟ ଦେଇଥିଲା । କିଛି ମନ୍ତ୍ରୀଙ୍କ ପାଟିରୁ କଥା ବି ବାହାରୁ ନ ଥିଲା । କିଛି କହିଲା ବେଳେ ଆଖିରୁ ଲୁହ ଜକେଇ ଆସୁଥିଲା । ଆଉ ସକାଳ ୯ଟାରେ ନବୀନ ନିବାସରୁ ଫୋନ୍ ପାଇଲା ପରେ ଜଣ ଜଣ କରି ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଥିଲେ । କ୍ୟାମେରା ସାମନାରେ ଅଭିନୟ ଆରମ୍ଭ କରିଥିଲେ ଯେ ସେମାନେ ନିଜ ଇଚ୍ଛାରେ ଇସ୍ତଫା ଦେଇଛନ୍ତି । ଏହାଠାରୁ ବଳି ଲଜ୍ଜାର କଥା କେବଳ ରାଜନୀତିରେ ସମ୍ଭବ ବୋଲି କୁହାଯାଉଛି । ତେବେ ମନର କାନ୍ଦ ମନରେ ମାରି ବିତାଡ଼ିତ ମନ୍ତ୍ରୀମାନେ ରକ୍ତମୁଖା ହୋଇଯାଇଥିବା ସୂଚନା ମିଳିଛି । ଏମିତି ଭାବେ ମନ୍ତ୍ରୀପଦ ହରାଇବା ସେମାନଙ୍କୁ ସହଜରେ ହଜମ ହେଉନାହିଁ । ହୁଏତ ଆଗକୁ ଏହା ବିଦ୍ରୋହର ରୂପ ନେଇ ବିଜେଡ଼ିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ଜମିଲାଣି ।

ଏମାନଙ୍କ ଜାଗାରେ କିଏ ନୂଆ ମନ୍ତ୍ରୀ ହେବେ ତାହାକୁ ନେଇ ମିଡ଼ିଆରେ ବିଭିନ୍ନ ଚର୍ଚ୍ଚା ହେଉଥିଲେ ମଧ୍ୟ ନବୀନଙ୍କ ମତିଗତି ଯାହା ସେଥିରୁ ସ୍ପଷ୍ଟ ଠଉରାଇବା ସମ୍ଭବ ନୁହେଁ । ତେବେ ଚର୍ଚ୍ଚା ହେଉଥିବା ନାଁ ମଧ୍ୟରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ମହେଶ୍ୱର ମହାନ୍ତି, ଅନନ୍ତ ଦାସ, ପ୍ରବୀଣ ଭଞ୍ଜଦେଓ, ରୋହିତ ପୂଜାରୀ, ସୁଶାନ୍ତ ସିଂ, ପ୍ରମିଳା ମଲ୍ଲିକ, ଦେବାଶିଷ ନାୟକ, ଅମର ଶତପଥୀ, ପଦ୍ମନାଭ ବେହେରା, ନିରଞ୍ଜନ ପୂଜାରୀ, ସୂର୍ଯ୍ୟନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଡାକ୍ତର ନୃସିଂହ ସାହୁ, ମହେଶ ସାହୁ ପ୍ରମୁଖ ଅଛନ୍ତି । ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ପ୍ରଦୀପ ଅମାତ୍ ବାଚସ୍ପତି ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ ନବୀନଙ୍କ ଗେମପ୍ଲାନ୍ ଯେମିତି ସେଥିରୁ ନିର୍ଦ୍ଦିଷ୍ଟ ଭାବେ ନୂଆ ମନ୍ତ୍ରୀ ତାଲିକା ଠଉରାଇବା ସମ୍ଭବ ନୁହେଁ । ଶେଷ ଖବର ଅନୁଯାୟୀ ଆସନ୍ତାକାଲି ସକାଳ ସାଢ଼େ ୧୦ଟାରୁ ସାଢ଼େ ଦୁଇଟା ମଧ୍ୟରେ ରାଜଭବନର ଅଭିଷେକ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେବେ । ଏଥିପାଇଁ ରାଜଭବନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ତେବେ ଏହି ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସରକାରୀ ଭାବେ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ ।

Previous Post

ରବିବାର ନୂଆ ମନ୍ତ୍ରୀମଣ୍ଡଳ

Next Post

ନବୀନଙ୍କ ଫ୍ଲପ୍ ସୋ !

Next Post
ନବୀନଙ୍କ ଫ୍ଲପ୍ ସୋ !

ନବୀନଙ୍କ ଫ୍ଲପ୍ ସୋ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA