ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନୂଆ ମନ୍ତ୍ରୀ ଟିମ୍ ଗଠନ କରିଛନ୍ତି । ରାଭବନର ଅଭିଷେକ ହଲ୍ ରେ ଆଜି ୮ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଥିଲା ବେଳେ ୪ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୁରୁଣା ମନ୍ତ୍ରୀମଣ୍ଡଳର ପ୍ରଫୁଲ୍ଲ ମଲ୍ଲିକ ଓ ରମେଶ ମାଝୀ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ପାଇ ପ୍ରଥମେ ଶପଥ ନେଇଥିଲେ । ସେମାନଙ୍କ ପରେ ୬ ଜଣ ନୂଆ କ୍ୟାବିନେଟ୍ ମନ୍ତ୍ରୀ ଶପଥ ନେଇଥିଲେ । ସେମାନେ ହେଲେ ସୂର୍ଯ୍ୟନାରାୟଣ ପାତ୍ର, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଶଶୀଭୂଷଣ ବେହେରା, ମହେଶ୍ୱର ମହାନ୍ତି ଏବଂ ପ୍ରଫୁଲ୍ଲ ସାମଲ । ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଥମେ ଡାକ୍ତର ନୃସିଂହ ଚରଣ ସାହୁ ଶପଥ ନେଇଥିଲା ବେଳେ ପରେ ପରେ ଅନନ୍ତ ଦାସ, ଚନ୍ଦ୍ରସାରଥୀ ବେହେରା ଏବଂ ସୁଶାନ୍ତ ସିଂ ଶପଥ ନେଇଥିଲେ । ରାଜଭବନରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟପାଳ ଏସ.ସି.ଜମିର୍ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ପରେ ନୂଆ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଛାଡ଼ିଦେଲେ ଅନ୍ୟ ପୁରୁଣା ମନ୍ତ୍ରୀମାନଙ୍କ ବିଭାଗରେ ଅଦଳବଦଳ ହୋଇଛି ।
କିଏ କେଉଁ ବିଭାଗର ମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ– ଗୃହ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ, ପୂର୍ତ୍ତ ଓ ଜଳସମ୍ପଦ
କ୍ୟାବିନେଟ୍ ମନ୍ତ୍ରୀ
ବିଜୟଶ୍ରୀ ରାଉତରାୟ– ଜଙ୍ଗଲ ଓ ପରିବେଶ
ଡା. ଦାମୋଦର ରାଉତ– କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ, ସାଧାରଣ ଉଦ୍ୟୋଗ
ବିକ୍ରମ କେଶରୀ ଆରୁଖ– ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସମ୍ପର୍କ
ପ୍ରଦୀପ ମହାରଥୀ– ପଞ୍ଚାୟତିରାଜ ଏବଂ ପାନୀୟ ଜଳ
ଶ୍ରୀମତୀ ଉଷା ଦେବୀ– ଯୋଜନା ଓ ସମନ୍ୱୟ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା
ବଦ୍ରିନାରାୟଣ ପାତ୍ର– ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ
ସୂର୍ଯ୍ୟ ନାରାୟଣ ପାତ୍ର– ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ, ସମବାୟ
ନିରଞ୍ଜନ ପୂଜାରୀ– ଗୃହ ଓ ନଗର ଉନ୍ନୟନ, ଶିଳ୍ପ
ପ୍ରଫୁଲ୍ଲ ସାମଲ– ମହିଳା, ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଏମଏସଏମଇ
ମହେଶ୍ୱର ମହାନ୍ତି– ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ଶଶୀଭୂଷଣ ବେହେରା– ଅର୍ଥ ଓ ଅବକାରୀ
ପ୍ରତାପ ଜେନା– ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ
ଋମେଶ ଚନ୍ଦ୍ର ମାଝୀ– ଅନୁସୂଚିତ ଜାତି, ଜନଜାତି କଲ୍ୟାଣ
ପ୍ରଫୁଲ୍ଲ କୁମାର ମଲ୍ଲିକ– ଇସ୍ପାତ ଓ ଖଣି, ଶକ୍ତି
ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)
ଅଶୋକ ଚନ୍ଦ୍ର ପଣ୍ଡା– ପର୍ଯ୍ୟଟନ ଓ ସଂସ୍କୃତି
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ– ହସ୍ତତନ୍ତ ଓ ବୟନ ଶିଳ୍ପ
ଡା. ନୃସିଂହ ଚରଣ ସାହୁ– ବାଣିଜ୍ୟ ଓ ପରିବହନ
ସୁଶାନ୍ତ ସିଂ– ଶ୍ରମ ଓ ଇଏସଆଇ
ଅନନ୍ତ ଦାସ– ଉଚ୍ଚଶିକ୍ଷା
ଚନ୍ଦ୍ରସାରଥୀ ବେହେରା– ଇଲେକ୍ଟ୍ରୋନିକ୍ସ ଓ ଆଇଟି, କ୍ରୀଡ଼ା ଓ ଯୁବ କଲ୍ୟାଣ