Thursday, May 7, 2026 06:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ବିଜେପୁର ଅଙ୍କ: ଆସନ ଛାଡ଼ିଲେ, ମୋହ ଛାଡ଼ିଲେନି

by Our Correspondent
02 Jun, 2019- 10:37 PM
in Latest News, News, Politics
1 min read
0
ନବୀନଙ୍କ ବିଜେପୁର ଅଙ୍କ: ଆସନ ଛାଡ଼ିଲେ, ମୋହ ଛାଡ଼ିଲେନି
ଭୁବନେଶ୍ୱର: ନିଜର ପାରମ୍ପରିକ ଆସନ ହିଞ୍ଜିଳି ସମେତ ବିଜେପୁର ଆସନରୁ ଏଥର ନିର୍ବାଚନ ଲଢ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶା ନେତାଙ୍କ ଅନୁରୋଧକ୍ରମେ ସେ ଏହି ଦ୍ୱିତୀୟ ଆସନରେ ଲଢ଼ିବାକୁ ଆଗ୍ରହୀ ହୋଇଥିଲେ । ଏହି ଦୁଇଟି ଯାକ ଆସନରୁ ନବୀନ ବିପୁଳ ଭୋଟରେ ବିଜୟୀ ହେବା ପରେ କେଉଁ ଆସନ ଛାଡ଼ିବେ ତାଙ୍କ ପାଇଁ ଆହ୍ୱାନ ଥିଲା । ପାଞ୍ଚ ପାଞ୍ଚ ଥର ତାଙ୍କୁ ବିପୁଳ ଭୋଟରେ ଜିତାଇ ଆସୁଥିବା ହିଞ୍ଜିଳି ନା ପ୍ରଥମ ଥର ପାଇଁ ବିରାଟ ଭୋଟ ବ୍ୟବଧାନରେ ଜିତାଇଥିବା ବିଜେପୁର ଆସନ । ସମ୍ଭବତଃ ନବୀନଙ୍କ ପାଇଁ ଏହା ଧର୍ମ ସଙ୍କଟ ସୃଷ୍ଟି କରିଥିଲା । ତେବେ ସରକାର ଗଢ଼ିବାର ଦ୍ୱିତୀୟ ଦିନରେ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରି ସେ ବିଜେପୁର ଆସନ ଛାଡୁଥିବାର ଇସାରା ଛାଡ଼ିଥିଲେ । ଆଜି ତାହା ସ୍ପଷ୍ଟ ହୋଇଯାଇଛି । ହିଞ୍ଜିଳି ଆସନକୁ ପାଖରେ ରଖି ମୁଖ୍ୟମନ୍ତ୍ରୀ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାଖକୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି ।
ବିଜେପୁର ଆସନ ଛାଡ଼ିବା ନିଷ୍ପତ୍ତି ନବୀନଙ୍କ ପାଇଁ ଯେ ସହଜ ନ ଥିଲା ଏହା ତାଙ୍କ ବିବୃତିରୁ ବୁଝାପଡୁଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୮ ବିଜେପୁର ଉପନିର୍ବାଚନ ସମୟରେ ଆପଣମାନଙ୍କର ଭଲ ପାଇବା ମୋତେ ଅଭିଭୂତ କରିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବା ପାଇଁ ମୋତେ ବିଭିନ୍ନ ମହଲରରୁ ଅନୁରୋଧ କରାଯାଇଥିଲା । ଏ ପରିପ୍ରେକ୍ଷୀରେ ବିଜେପୁରରୁ ପ୍ରାର୍ଥୀ ହେବା ପାଇଁ ମୁଁ ନିଷ୍ପତ୍ତି ନେଇଥିଲି ଏବଂ ଆପଣମାନଙ୍କର ଆର୍ଶିବାଦ ଲାଭ କରିଥିଲି । ଆପଣମାନଙ୍କର ଏ ସ୍ନେହ, ଆଦର ଓ ଭଲ ପାଇବା ମୋତେ ସବୁ ଦିନ ଋଣୀ ରଖିବ ।
ବିଜେପୁରବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆପଣମାନଙ୍କୁ ଦେଇଥିବା କଥା ମୁଁ ସବୁବେଳେ ପାଳନ କରିଆସିଛି । ବିଜେପୁରର ବିକାଶ ମୋର ଦାୟିତ୍ୱ ଏବଂ ଏଥିପାଇଁ ମୁଁ କାମ କରି ଚାଲିବି । ମୁଁ ସବୁବେଳେ ଆପଣମାନଙ୍କ ସାଥୀରେ ଅଛି ଓ ରହିଥିବି । ନୂଆ ଓଡ଼ିଶା ଓ ସମୃଦ୍ଧ ବିଜେପୁର ପାଇଁ ମୁଁ ଆପଣମାନଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୦୪ ମସିହାରୁ କ୍ରମାଗତ ତିନିଥର ବିଜେପୁର ଆସନରୁ ବିଧାୟକ ଭାବେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ନିର୍ବାଚିତ ହୋଇ ଆସୁଥିଲେ । ୨୦୧୭ ଅଗଷ୍ଟରେ ଶ୍ରୀ ସାହୁଙ୍କର ମୃତ୍ୟୁ ହେବା ଯୋଗୁଁ ସେଠାରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ୨୦୧୮ ଫେବୃଆରୀରେ ଅନୁଷ୍ଠିତ ଉପନିର୍ବାଚନରେ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡ଼ି ପ୍ରାର୍ଥୀ ହୋଇଥିଲେ । ଶ୍ରୀମତୀ ସାହୁ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀଙ୍କଠାରୁ ୪୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ । ଚଳିତ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ସେଠାରୁ ୫୬ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି । ଏବେ ତାଙ୍କର ଇସ୍ତଫା ପରେ ବିଜେପୁର ଆଉ ଏକ ଉପନିର୍ବାଚନର ସାମନା କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ସେଠାରୁ ରୀତା ସାହୁଙ୍କୁ ପୁନର୍ବାର ପ୍ରାର୍ଥୀ କରିବେ ନା ଆଉ କିଏ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।
Previous Post

କଳ୍ପନା ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Next Post

ଯୁକ୍ତ ଦୁଇ ବିଜ୍ଞାନ ପାସ୍ ହାର ୭୨.୩୩%

Next Post
ଯୁକ୍ତ ଦୁଇ ବିଜ୍ଞାନ ପାସ୍ ହାର ୭୨.୩୩%

ଯୁକ୍ତ ଦୁଇ ବିଜ୍ଞାନ ପାସ୍ ହାର ୭୨.୩୩%

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA