ଭୁୁବନେଶ୍ୱର: ହିଜିଂଳି ଓ ବିଜେପୁର ଦୁଇ ଦୁଇଟି ଆସନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କାଲି ଦେବେ ଭାଗ୍ୟ ପରୀକ୍ଷା । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ବି ବଲାଙ୍ଗୀର ଓ ପାଟଣାଗଡ଼ ଆସନରୁ ତାଙ୍କର ଭାଗ୍ୟ ପରୀକ୍ଷା ଦେବେ । ବାଚସ୍ପତି ପ୍ରଦୀପ କୁମାର ଅମାତ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ, ଅଚୁ୍ୟତାନନ୍ଦ ସାମନ୍ତ, କଳିକେଶ ନାରାୟଣ ସିଂହଦେଓଙ୍କ ସମେତ ସଙ୍ଗୀତା କୁମାରୀ ସିଂହଦେଓ, ସୁରେଶ ପୂଜାରୀ, ଖାରବେଳ ସ୍ୱାଇଁଙ୍କ ସମେତ ୪୦ରୁ ହେଭିୱେଟ୍ ନେତା ମଧ୍ୟ ଭାଗ୍ୟ ପରୀକ୍ଷାରେ ଅବତୀର୍ଣ୍ଣ ହେବେ । ୫ ଟି ଲୋକସଭା ଏବଂ ୩୫ ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ସମୁଦାୟ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୬.୯ ଲକ୍ଷ ଭୋଟର ।
୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେଉଥିବା ୫ଟି ଲୋକସଭା ନିର୍ବାଚନମଣ୍ଡଳୀ ହେଉଛି ବଲାଙ୍ଗୀର, କନ୍ଧମାଳ, ଆସ୍କା, ବରଗଡ଼ ଏବଂ ସୁନ୍ଦରଗଡ଼ । ସେହିଭଳି ବିଧାନସଭା କ୍ଷେତ୍ରଗୁଡ଼ିକ ହେଉଛି, ବୀରମହାରାଜପୁର, ସୋନପୁର,ଲୋଇସିଂହା, ପାଟଣାଗଡ଼, ବଲଶଙ୍ଗୀର, ଟିଟିଲାଗଡ଼,କଣ୍ଟାବାଝୀ, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୋ÷ଦ୍ଧ, ଦଶପଲ୍ଲା, ଭଂଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି, ପଦମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା,ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁରଳ ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁର ଏବଂ ବଣାଇ ।