Friday, April 17, 2026 11:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ଡରୁଛନ୍ତି !

by Our Correspondent
01 May, 2017- 11:41 PM
in Latest News, Politics
1
ନବୀନ ଡରୁଛନ୍ତି !

ଭୁବନେଶ୍ୱର: ଭର୍ତ୍ତୃହରି ମହତାବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କର ସାହାସ ନାହିଁ । ଦଳୀୟ ବ୍ୟାପାରରେ ନବୀନଙ୍କର ଏଭଳି ସାଂଘାତିକ ଅସହାୟତା ଆଗରୁ ଦେଖିବାକୁ ମିଳି ନ ଥିଲା । ବିଜେଡ଼ି ସଂସଦୀୟ ଦଳର ନେତା ହେଉଛନ୍ତି ଭର୍ତ୍ତୃହରି । ଦଳୀୟ ବ୍ୟାପାର ଉପରେ ନିଜ ମନରେ ଥିବା ରାଗ ଓ ଅସନ୍ତୋଷକୁ ସେ ଖୋଲି ଚାଲିଛନ୍ତି । ସୁପ୍ରିମୋଙ୍କ ଆଗରେ ସିଧାସଳଖ ନକହି ଖବରକାଗଜ ସ୍ତମ୍ଭ ମାଧ୍ୟମରେ ଗୋଡ଼େଇ ଗୋଡ଼େଇ ମାରୁଛନ୍ତି । ଖାଲି ଭତ୍ତହରି ନୁହଁନ୍ତି ବୈଜୟନ୍ତ ପଣ୍ଡା ମଧ୍ୟ ବିଜେଡ଼ିକୁ ଘାଇଲା କରିସାରିଲେଣି । ମିଡ଼ିଆ ଓ ସୋସିଆଲ୍ ମିଡ଼ିଆରେ ନବୀନଙ୍କୁ ଅସ୍ତବ୍ୟସ୍ତ କରୁଛନ୍ତି । ତଥାଗତ ବି ଦଳର ଅଜାଗା ଘାକୁ ଏମିତି ଚିମୁଟୁଛନ୍ତି ଯେ ଦଳକୁ କୁରୁଳୁଇ ଦଉଛି ।

ଖୋଦ୍ ନିଜ ଦଳର ତିନି ତିନି ହେଭିୱେଟ୍ ସାଂସଦଙ୍କର ଏଭଳି ଆଚରଣ ଓ ଉଚ୍ଚାରଣକୁ ନବୀନ ହଜମ କରି ଚାଲିଛନ୍ତି । ଆକଟ କରିବାକୁ ସାହାସ ଜୁଟେଇ ପାରୁନାହାନ୍ତି । ନବୀନ ଯେ ଆଉ ସବଳ ନାହାନ୍ତିି, ନିହାତି ଦୁର୍ବଳ ହୋଇଯାଇଛନ୍ତି ତାହା ଏଥିରୁ ସ୍ପଷ୍ଟ । ବୋଧହୁଏ ବିଜେପିର ଶକ୍ତିବୃଦ୍ଧିରେ ନିଜକୁ ଅସୁରକ୍ଷିତ ମନେ କରୁଥିବାରୁ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ଡରୁଛନ୍ତିି । ଆଉ ନବୀନଙ୍କର ଏହି ଦୁର୍ବଳତାର ସୁଯୋଗରେ ଦଳର ରୋହି ଭାକୁର ସମସ୍ତେ ଖୁଲମ୍ ଖୁଲା ବାଡିଆ ପିଟା ହେଲେଣି । କ୍ୟାମେରା ପଡ଼ିଲେ ଯିଏ ଯାହା ପାଉଛନ୍ତି ଗପୁଛନ୍ତି । ନେଗେଟିଭ୍ ଯାହାର ଯାହା କହିବାର ଅଛି ସିଧାସଳଖ ତାଙ୍କୁ କୁହନ୍ତୁ ବୋଲି ନବୀନଙ୍କ ଅପିଲ୍ କାଟୁ କରିନାହିଁ ।

ଭର୍ତ୍ତୃହରି ଠିକ୍ କହିଛନ୍ତି କି ଭୁଲ୍ ତାହା ଭିନ୍ନ ପ୍ରସଙ୍ଗ । କିନ୍ତୁ ଯେଉଁ ତରିକାରେ ସେ ଏହାକୁ ଉପସ୍ଥାପନ କରିଛନ୍ତି ତାହା ନିଶ୍ଚିତ ଭାବେ ଦଳୀୟ ଶୃଙ୍ଖଳାକୁ ଭଙ୍ଗ କରୁଛି । ସେହିଭଳି ଭର୍ତ୍ତୃହରିଙ୍କୁ ଦେବାଶିଷ ସାମନ୍ତରାୟ ଯେଭଳି କଡ଼ା ଭାଷା ଶୁଣାଇଛନ୍ତି ତାହା ବି ଅନୁରୂପ ଭାବେ ଦଳୀୟ ଶୃଙ୍ଖଳା ବିରୋଧୀ । ସୁପ୍ରିମୋଙ୍କ ବାରଣ ସତ୍ତ୍ୱେ ବୟାନବାଜିରୁ ନେତାମାନେ ଓହରିନାହାନ୍ତି । ଭର୍ତ୍ତୃହରିଙ୍କ ଭାଷାରେ ଦଳର କୁହାଳିଆ ନେତା ଦାମୋଦର ରାଉତ ବି ଏଇ ମଉକାରେ ଭର୍ତ୍ତୃହରିଙ୍କ ଆଡୁ ନଜର ହଟାଇ ନିଜର କଟର୍ ବିରୋଧୀ ଦେବାଶିଷଙ୍କୁ ଆଟାକ୍ କରିବା ଆରମ୍ଭ କରିଛନ୍ତି । ଏହା ବି ନିଶ୍ଚିତ ଭାବେ ଦଳୀୟ ଶୃଙ୍ଖଳା ବିରୋଧୀ । ଅତଏବ ବିଜେଡ଼ିରେ ଶୃଙ୍ଖଳାର ଲଗାମ ଆଉ ନାହିଁ । ନବୀନଙ୍କ ହାତରୁ ଲଗାମ ଖସିଯାଇଛି ।

ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟ ପରେ ଦଳୀୟ ଅର୍ନ୍ତଦ୍ୱନ୍ଦ ତାର ଶାଖା ପ୍ରଶାଖା ଖୋଲି ରାସ୍ତାଘାଟରେ ଗଡ଼ିବା ବିଜେଡ଼ିକୁ ଆହୁରି ବିପଦକୁ ଟାଣିଆଣିଛି । ତାକୁ ଚେକ୍ ଦେବା ପାଇଁ ସୁପ୍ରିମୋଙ୍କର ଚୈତନ୍ୟ ଉଦୟ ନହେବା ରାଜନୈତିକ ସମୀକ୍ଷକମାନଙ୍କୁ
ଚକିତ କରିଛି । ବିପର୍ଯ୍ୟୟର ସମୀକ୍ଷା ଆଳରେ ସମୟ ଗଡ଼େଇ ଚାଲୁଛନ୍ତି । କାର୍ଯ୍ୟାନୁଷ୍ଠାନର ନାଁ ଗନ୍ଧ ଶୁଭୁନି । ଦଳର କାର୍ଯ୍ୟକଳାପ ବିରୋଧରେ ମୁହଁ ଖୋଲୁଥିବା ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୂରର କଥା ନିଜ ମନ୍ତ୍ରୀମଣ୍ଡଳକୁ ବି ବଦଳେଇ ପାରୁନାହାନ୍ତି । କାହାକୁ ବାହାର କରିବେ କାହାକୁ ନେବେ ସେଇ ଡର ବୋଧହୁଏ ତାଙ୍କୁ ଘାରିଛି । ସ୍ଥିତି ଏଭଳି ହୋଇଛି ଯେ ଯୌନ କେଳେଙ୍କାରୀ ଅଭିଯୁକ୍ତ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଦେହରେ ହାତ ମାରିବାକୁ ବି ଡରୁଛନ୍ତି ପ୍ରବଳ ପ୍ରତାପୀ ନବୀନ । ଏହା ସତ ଯେ, ଯିଏ ବି ହୁଅନ୍ତୁ ନା କାହିଁକି ଦଳର ହିତ ପାଇଁ କାର୍ଯ୍ୟାନୁଷ୍ଠାନ ଅପରିହାର୍ଯ୍ୟ । ନବୀନ ଯଦି ଅପେକ୍ଷାରେ ସମୟ ଗଡ଼ୋଉଥାନ୍ତି ତେବେ ତାହା ତାଙ୍କ ପାଇଁ ଘାତକ ହୋଇଯିବ । ନେଡ଼ି ଗୁଡ଼ କହୁଣିକୁ ବୋହି ଗଲା ପରେ ଆଉ କିଛି ନ ଥିବ ।

Previous Post

“୫ ଲକ୍ଷ ନିଅ, ୱାନ୍ ସାଇଡ୍ ଭୋଟ କର’’

Next Post

ବିଜୁ ଯୁବ ଜନତାରେ ଦ୍ୱନ୍ଦ

Next Post
ବିଜୁ ଯୁବ ଜନତାରେ ଦ୍ୱନ୍ଦ

ବିଜୁ ଯୁବ ଜନତାରେ ଦ୍ୱନ୍ଦ

Comments 1

  1. PURNACHANDRA RATH says:
    9 years ago

    For what reason Bhartruhari Mahatab will be suspended or punished by Naveen Pattnaik? His article in Prajatantra ‘Tini tundare chheli kukura’ attacks the third persons in the Party who speak to media whatever they like. He has rather defended BJD’s performance in Panchayat elections, and called for a neutral analysis. As there is no gate way to approach Naveen, he has to publish his article in his paper. After all he is the editor of the paper. This post is greater than any post the BJD offers.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA