Saturday, April 18, 2026 12:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜୁ ଯୁବ ଜନତାରେ ଦ୍ୱନ୍ଦ

by Our Correspondent
02 May, 2017- 06:18 AM
in Latest News, Politics
0
ବିଜୁ ଯୁବ ଜନତାରେ ଦ୍ୱନ୍ଦ

ଭୁବନେଶ୍ୱର: ଗତ ୧୪ ତାରିଖରେ ବିଜୁ ଯୁବ ଜନତା ଦଳର ପୁର୍ନଗଠନ ହୋଇଥିଲା । ସେଥିରେ ରାଜ୍ୟ ସଭାପତି ଭାବେ ନିଯୁକ୍ତି ପାଇଥିଲେ ଅମରେଶ ପତ୍ରୀ । ସଂଜୀତ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିଲା ବେଳେ ଶଶିର ପରିଜାଙ୍କୁ ମହାସଚିବ ନିଯୁକ୍ତ କରାଯାଇଥିଲା । ୪ ବିଧାୟକ ସର୍ବଶ୍ରୀ ବ୍ୟୋମକେଶ(ବାପି) ରାୟ, ପ୍ରଣବ ବଳବନ୍ତରାୟ, ଅନୁଭବ ପଟ୍ଟନାୟକ ଏବଂ ମାନସ ମାଡ଼କାମୀଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା । ଦଳ ସଭାପତିଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଘୋଷଣାନାମା ଜାରି କରିଥିଲେ ବିଜେଡ଼ି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ।

ତେବେ ୧୫ ଦିନ ପରେ ମେ ୧ ତାରିଖରେ ପୁଣି ସେହି ସୂର୍ଯ୍ୟ ପାତ୍ରଙ୍କ ଦସ୍ତଖତରେ ବିଜୁ ଯୁବ ଜନତା ଦଳର ପୁର୍ନଗଠନ ସଂକ୍ରାନ୍ତୀୟ ଆଉ ଏକ ଘୋଷଣାନାମା ପ୍ରକାଶ ପାଇଛି । ତାହା ପୁଣି ସଭାପତିଙ୍କ ଅନୁମୋଦନକ୍ରମେ । ଆଶ୍ଚର୍ଯ୍ୟର କଥା, ୧୫ ଦିନ ତଳର ଏହି ଛାମୁଆ ସଂଗଠନ ପୁର୍ନଗଠନକୁ ବାତିଲ କରାଯାଇଥିବା ନେଇ ସେଥିରେ ସୂଚନା ନାହିଁ । ଏ ସମ୍ପର୍କରେ ପଚାରିଲେ ସୂର୍ଯ୍ୟ ପାତ୍ର ବି ଝୁୁଣ୍ଟୋଇଛନ୍ତି । ତାଙ୍କ ପାଟିରୁ ନିର୍ଦ୍ଦିଷ୍ଟ ଉତ୍ତର ମିଳିନାହିଁ । ଓଲଟି କଥା ବାଆଁରେଇଛନ୍ତି । ସାନି ପୁର୍ନଗଠନ ତାଲିକାରେ ପୂର୍ବଘୋଷିତ ସଭାପତି ଅମରେଶ ପତ୍ରୀଙ୍କୁ ଭୁବନେଶ୍ୱର ଜୋନ୍ ସଭାପତି ଘୋଷଣା କରାଯାଇଛି । ତାଙ୍କୁ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ସାଂଗଠନିକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେହିଭଳି କାର୍ଯ୍ୟକାରୀ ସଭାପତି ସଂଜୀତ ମହାନ୍ତିଙ୍କୁ ସମ୍ବଲପୁର ଏବଂ ମହାସଚିବ ଶିଶିର ପରିଜାଙ୍କୁ କଟକ ଜୋନ୍ ସଭାପତି ଘୋଷଣା କରାଯାଇଛି ।

ସାନି ତାଲିକାରେ ସ୍ଥାନ ପାଇଥିବା ୪ ଉପଦେଷ୍ଟା ହେଉଛନ୍ତି ରଂଜିତ ମହାପାତ୍ର, ସଞ୍ଜୟ ବାବୁ, ଅମରେଶ(ବାଇଁଆ) ଜେନା ଏବଂ କୁନବିହାରୀ ଦାସ । ଯୁବ ସାଂଗଠନିକ ଦକ୍ଷତା ଥିବା ଏହି ଅଭିଜ୍ଞ ନେତାଙ୍କୁ ଉପଦେଷ୍ଟା କରାଯିବା ଠିକ୍ ନିଷ୍ପତ୍ତି କୁହାଯାଉଥିଲେ ମଧ୍ୟ ୪ ବିଧାୟକଙ୍କୁ ତାହା କ୍ଷୁବ୍ଧ କରିଛି । ସେମାନଙ୍କୁ ଚିତା କଟାଯାଇଛି ବୋଲି ସେମାନଙ୍କ ଗୋଷ୍ଠୀ ରାଗ ତମ ତମ ହୋଇଛନ୍ତି । ଏ ସମ୍ପର୍କରେ ବିଧାୟକଙ୍କୁ ପଚାରିବାରୁ ପ୍ରିଣ୍ଟିଂ ମିଷ୍ଟେକ୍ କହି ନିଜ ଲଜ୍ଜା ଲୁଚାଇବାକୁ ଉଦ୍ୟମ କରିଛନ୍ତି । ସତ କଥାଟି ହେଉଛି, ସେମାନଙ୍କ ପଦ ଅଛି କି ନାହିଁ ବିଧାୟକମାନେ ଜାଣିନାହାନ୍ତି ।

ମୋଟୋମୋଟି ଭାବେ ପରିବର୍ତ୍ତିତ ପୁର୍ନଗଠନ ତାଲିକା ଯୁବ ଗୋଷ୍ଠୀ ବିବାଦକୁ ଆହୁରି ଦ୍ୱନ୍ଦ ଓ ରୋଚକ ମୋଡ଼ ଦେଇଛି । ୧୫ ଦିନରେ ଏଭଳି ବଦଳି ତାଲିକାକୁ ପୂର୍ବଘୋଷିତ ନେତାମାନେ ଗ୍ରହଣ କରିନାହାନ୍ତି । ସଭାପତି ଘୋଷିତ ଅମରେଶ ପତ୍ରୀ ଓ ତାଙ୍କ ଗୋଷ୍ଠୀ କ୍ଷୁବଧ ହୋଇ ବିଦ୍ରୋହ ଧମକ ଦେଇଥିବା ସୂଚନା ମିଳିଛି । ତାଙ୍କ ସାଙ୍ଗରେ ସଂଜୀତ ମହାନ୍ତି ଓ ଶିଶିର ପରିଜା ବି ରାଗରେ ଲାଲ ପଡ଼ିଯାଇଛନ୍ତି । ରାଜ୍ୟ କାର୍ଯ୍ୟକର୍ତ୍ତା ପଦରୁ ଜୋନ୍ ସଭାପତିର ଅବନ୍ନତିକୁ ସେମାନେ ଗ୍ରହଣ କରିନାହାନ୍ତି । ଉଲ୍ଲେଖଯୋଗ୍ୟ, ୩୨ଟି ସାଂଗଠନିକ ଜିଲ୍ଲାକୁ ୬ ଟି ଜୋନ୍ ରେ ବିଭକ୍ତ କରାଯାଇ ୬ ଜଣ ଜୋନ୍ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ପରିବର୍ତ୍ତିତ ତାଲିକାରେ ୯ ଜଣ ରାଜ୍ୟ ଉପସଭାପତି, ୨୪ ଜଣ ସାଧାରଣ ସମ୍ପାଦକ, ୧୬ ସମ୍ପାଦକ ଓ ୭ ଜଣଙ୍କୁ ସାଂଗଠନିକ ପଦବୀରେ ନିଯୁକ୍ତି କରାଯାଇଛି । ଏଥିସହ ୨୭ ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି ।

ତାଲିକାରେ କାର୍ଯ୍ୟକର୍ତ୍ତାଙ୍କ ବୟସ ମଧ୍ୟ ଅନ୍ୟ ଏକ ଅସନ୍ତୋଷର କାରଣ ହୋଇଛି । ନୂଆ ତାଲିକାରେ ସ୍ଥାନ ପାଇଥିବା ଅଧିକାଂଶ ଯୁବନେତାଙ୍କ ବୟସ ୨୫ ରୁ ୩୦ ବୟସ ଭିତରେ । ଅପରପକ୍ଷରେ ପୁର୍ନଗଠିତ ଛାତ୍ର ସଂଗଠନରେ ଅଧିକାଂଶ ନେତାଙ୍କ ବୟସ ୩୦ ରୁ ଅଧିକ ରହିଥିବାରୁ ସମୀକରଣରେ ଗୋଳମାଳିଆ ଧରିଛି । ଅର୍ଥାତ୍ ଯୁବ ସଂଗଠନରେ କମ୍ ବୟସର ନେତା ସ୍ଥାନ ପାଇଥିବା ବେଳେ ଛାତ୍ର ସଂଗଠନରେ ଅଧିକ ବୟସର ନେତା ହୋଇଛନ୍ତି କର୍ମକର୍ତ୍ତା । ଚିନ୍ମୟ ସାହୁ ଛାତ୍ର ସଂଗଠନର ଉପଦେଷ୍ଟା ଥିବା ବେଳେ ତାଙ୍କ ଶିଷ୍ୟ ତନ୍ମୟ ସ୍ୱାଇଁ ଯୁବ ସଂଗଠନରେ ସାଧାରଣ ସମ୍ପାଦକ ରହିବା ତାହାର ଗୋଟିଏ ଉଦାହରଣ ।

ଯୁବ ସଂଗଠନର ସାନି ପୁର୍ନଗଠନ ତାଲିକାରେ ବିଜେଡ଼ି ବସ୍ ମାନଙ୍କ ଭିତରେ ସନ୍ତୁଳନ ରଖିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଅମରେଶ ପତ୍ରୀ ଓ ତାଙ୍କ ଗୋଷ୍ଠୀର ବିଦ୍ରୋହ ଧମକର ସୂଚନା ନେତାଙ୍କ ପାଇଁ ମୁଣ୍ଡବ୍ୟଥା ବଢ଼ାଇଛି । ପରିସ୍ଥିତି ଆଗକୁ ଭଲ କି ଖରାପ ହେବ ତାହା ଏବେଠୁଁ କହିବା ମୁସ୍କିଲ । ତେବେ ଉପରମହଲର ଅସ୍ପଷ୍ଟ ନିଷ୍ପତ୍ତି ଯୁବ ସଂଗଠନରେ ବିଷ ମଂଜି ଛାଡ଼ିଛି । ୧୫ ଦିନରେ ଦୁଇ ଦୁଇଟି ପୁର୍ନଗଠନ ତାଲିକାରୁ ଅନ୍ତତଃ ଦ୍ୱନ୍ଦ ବୁଝାପଡ଼ିଯାଉଛି ।

Previous Post

ନବୀନ ଡରୁଛନ୍ତି !

Next Post

ହାକିମଙ୍କୁ ହାତ ମାରି ତଡ଼ା ଖାଇଲେ

Next Post
ହାକିମଙ୍କୁ ହାତ ମାରି ତଡ଼ା ଖାଇଲେ

ହାକିମଙ୍କୁ ହାତ ମାରି ତଡ଼ା ଖାଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA