Saturday, April 18, 2026 12:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହାକିମଙ୍କୁ ହାତ ମାରି ତଡ଼ା ଖାଇଲେ

by Our Correspondent
03 May, 2017- 09:50 PM
in Latest News
1 min read
0
ହାକିମଙ୍କୁ ହାତ ମାରି ତଡ଼ା ଖାଇଲେ
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଟାକ୍ସଫୋର୍ସ ଓଏସଡ଼ି ସୁକାନ୍ତ କୁମାର ପ୍ରଧାନଙ୍କର ବଦଳି ହୋଇଛି । ବିଡ଼ିଏକୁ ଆସିବାର ବର୍ଷେ ନ ପୂରୁଣୁ ସରକାର ତାଙ୍କୁ ବଦଳି କରିଛନ୍ତି । ମଙ୍ଗଳବାର ଦିନ ତାଙ୍କୁ ମିଶାଇ ୫୦ ଓଏଏସ୍ ଅଫିସରଙ୍କର ବଦଳି ତାଲିକା ବାହାରିଛି । ତେବେ ଅନ୍ୟମାନଙ୍କ ଭଳି ସୁକାନ୍ତଙ୍କ ବଦଳି ଯେ ସ୍ୱାଭାବିକ ତାହା ଜମାରୁ ନୁହେଁ । କାରଣ ବିଡିଏରେ ବେଶ୍ ନିଷ୍ଠାର ସହ କାମ କରୁଥିଲେ ସୁକାନ୍ତ । ଆଉ ଏହି ନିଷ୍ଠାପରତା ତାଙ୍କ ପାଇଁ କାଳ ହୋଇଛି । ହାକିମଙ୍କ ଦେହରେ ହାତ ମାରିଥିବାରୁ ବିଡ଼ିଏରୁ ଚାକିରି ହରାଇଛନ୍ତି ସେ । ସେଇ ବିଡିଏରେ ୧୫ ଜଣ ଓଏଏସ୍ ଅଫିସର ୫ ବର୍ଷରୁ ଅଧିକ ସମୟ ଧରି ଚେୟାର ମାଡ଼ି ବସିଥିବା ବେଳେ ବର୍ଷେ କାର୍ଯ୍ୟକାଳ ନ ପୂରୁଣୁ ସୁକାନ୍ତ ବଳି ପଡ଼ିଛନ୍ତି ।
ବିଛା ମନ୍ତ୍ର ନ ଜାଣି ସାପ ଲାଙ୍ଗୁଳରେ ହାତ ମାରିଥିଲେ ସୁକାନ୍ତ । ନିକଟରେ ସେ ରାଜ୍ୟର ୬ ଜଣ ବରିଷ୍ଠ ଆଇଏଏସ୍ ସର୍ବଶ୍ରୀ ସୁରେଶ ମହାପାତ୍ର, ପ୍ରଦୀପ ଜେନା, ବିଶାଲ ଦେବ, ଆର.କେ.ଶର୍ମା, ସତ୍ୟବ୍ରତ ସାହୁ ଏବଂ ପ୍ରଶାନ୍ତ କୁମାର ନାୟକଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍ ଦେଇଥିଲେ । ଅନ୍ୟମାନଙ୍କ ସହ ଏହି ୬ ଜଣ ଆଇଏଏସ୍ ବେଆଇନ ଭାବେ ଇଚ୍ଛାଧୀନ କୋଟାରେ ବିଡ଼ିଏରୁ ପ୍ଲଟ୍ କିମ୍ବା ଘର ନେଇଥିବା ତାରା ଦତ୍ତ ଟାକ୍ସଫୋର୍ସ କମିଟି ଚିହ୍ନଟ କରିଛନ୍ତି । ୨୦୧୫ ରେ ଏହି ବଡ଼ ହାକିମମାନଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍ ହୋଇଥିଲେ ମଧ୍ୟ ସେମାନେ ତାହାକୁ ଖାତିର କରିନଥିଲେ । ତେବେ ପୁନର୍ବାର ଗତ ଏପ୍ରିଲ୍ ୧୦ ତାରିଖରେ ତାଙ୍କୁ ସାନି ନୋଟିସ୍ କରିଥିଲେ ବିଡ଼ିଏ ଟାକ୍ସଫୋର୍ସର ଓଏସଡି ସୁକାନ୍ତ କୁମାର ପ୍ରଧାନ । ଆଉ ଏହି ନୋଟିସ୍ ହିଁ ତାଙ୍କ ପାଇଁ ବିପଦ ଆଣିଥିବା ଓଏଏସ୍ ମହଲରେ ଚର୍ଚ୍ଚା ହେଉଛି । ଯାହାର ଫଳ ବିଡିଏରୁ ସେ ତଡ଼ା ଖାଇଛନ୍ତି ।
ସୂଚନାଯୋଗ୍ୟ, ଇଚ୍ଛାଧୀନ କୋଟା କେଳେଙ୍କାରୀରେ ବହୁ କ୍ଷମତାଶାଳୀ ନେତା, ଅଫିସର ସଂପୃକ୍ତ ଅଛନ୍ତି । ବିଡ଼ିଏ, ସିଡ଼ିଏ ଏବଂ ହାଉସିଂ ବୋର୍ଡରୁ ମନ୍ତ୍ରୀ ଇଚ୍ଛାଧୀନ କୋଟାରେ ସେମାନେ ପ୍ଲଟ୍ କିମ୍ବା ଘର ହାତେଇଛନ୍ତି । କୋଟାରେ ପ୍ଲଟ୍ ପାଇବାର ଯୋଗ୍ୟତା ନ ଥିଲେ ବି ଏକାଧିକ ଜାଗା ହାତେଇ ନେଇଛନ୍ତି । ଏହି ବ୍ୟାପକ ଅନିୟମିତତାର ତଦନ୍ତ ପାଇଁ ରାଜ୍ୟ ସରକାର ତାରା ଦତ୍ତ ଙ୍କ ଅଧ୍ୟକ୍ଷତାରେ ଏକ ଟାକ୍ସଫୋର୍ସ ଗଠନ କରି ତଦନ୍ତ ଦାୟିତ୍ୱ ଦେଇଥିଲେ । ତାରା ଦତ୍ତ କମିଟି ରିପୋର୍ଟ ଦେଲା ପରେ ତାଙ୍କ ସୁପାରିଶକୁ ରାଜ୍ୟ ସରକାର ଅବିଳମ୍ବେ ଗ୍ରହଣ କରିଥିଲେ । ୨୦୧୪ ଡିସେମ୍ବର ୧୯ ତାରିଖରେ କ୍ୟାବିନେଟ୍ ବୈଠକ ବସି ଇଚ୍ଛାଧୀନ କୋଟାରେ ସବୁ ପ୍ଲଟ୍ ଓ ଘର ଆବଣ୍ଟନ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ତାରା ଦତ୍ତ ତାଙ୍କ ରିପୋର୍ଟରେ ୧୭୫୧ ଜଣଙ୍କୁ ଇଚ୍ଛାଧୀନ କୋଟାରେ ଜାଗା ହାତେଇଥିବା ଚିହ୍ନଟ କରିଥିଲେ । ସେଥିରେ ୫୪ ଜଣ(ବିଡ଼ିଏରୁ ୧୮, ସିଡ଼ିଏରୁ ୩୨ ଏବଂ ହାଉସିଂ ବୋର୍ଡରୁ ୪) ଏକରୁ ଅଧିକ ପ୍ଲଟ୍ ଓ ଘର ନେଇଛନ୍ତି ।
ରାଜ୍ୟ ସରକାର ପ୍ଲଟ୍ ବାତିଲ ନିଷ୍ପତ୍ତି ନେବାର ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ବିଡ଼ିଏ,ସିଡ଼ିଏ ଓ ହାଉସିଂ ବୋର୍ଡ ଶୁଣାଣିରେ ସମୟ ଗଡ଼ି ଚାଲିଛି । ମଞ୍ଜି କଥାଟି ହେଉଛି, ବଡ଼ବଡ଼ିଆଙ୍କ ଘର ବାତିଲ୍ ପାଇଁ କାହାର ଜୁ ପାଉନାହିଁ । ଯିଏ ପ୍ରକ୍ରିୟାକୁ ଆଗୋଉଛନ୍ତି ନାମ ନବାଟା ଥୟ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସୁକାନ୍ତ କୁମାର ପ୍ରଧାନ ।
Previous Post

ବିଜୁ ଯୁବ ଜନତାରେ ଦ୍ୱନ୍ଦ

Next Post

ରବିବାର ନୂଆ ମନ୍ତ୍ରୀମଣ୍ଡଳ

Next Post
ରବିବାର ନୂଆ ମନ୍ତ୍ରୀମଣ୍ଡଳ

ରବିବାର ନୂଆ ମନ୍ତ୍ରୀମଣ୍ଡଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA