Monday, May 25, 2026 10:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

“୫ ଲକ୍ଷ ନିଅ, ୱାନ୍ ସାଇଡ୍ ଭୋଟ କର’’

by Our Correspondent
28 Apr, 2017- 09:02 PM
in Latest News
0

ଭୁବନେଶ୍ୱର: ନୋଟ୍ ଫର ଭୋଟ୍ । ଭୋଟରଙ୍କୁ ଟଙ୍କା ଦେଇ ଭୋଟ୍ କିଣିବା ଆମ ନେତାଙ୍କ ପାଇଁ ଏବେ ମାମୁଲି ଘଟଣା । ନିଜ ପାଇଁ ଭୋଟ ଜିଣିବା ଜନପ୍ରିୟତାର ମାପକାଠି ନୁହେଁ ବରଂ ଅର୍ଥବଳର ମାପକାଠି ବୋଲି ଅଧିକାଂଶ ଜାଗାରେ ପ୍ରମାଣିତ ହୋଇଛି । ଯା ପାଖରେ ଅର୍ଥବଳ ଅଛି ସେ ନିରୀହ ଭୋଟରଙ୍କୁ ଅର୍ଥ ପ୍ରଲୋଭନ ଦେଇ ଭୋଟ କିଣିପାରୁଛି । ଆମ ଗଣତନ୍ତ୍ରକୁ ଏହା ଯେ ସାଂଘାତିକ ବିପନ୍ନ କରିଛି ତାହା କହିବା ଅନାବଶ୍ୟକ । ଆମ ହାତରେ ପଡ଼ିଥିବା ଏହି ଏକ୍ସକ୍ଲୁସିଭ୍ ଭିଡ଼ିଓ କ୍ଲିପିଂଟି “ନୋଟ୍ ଫର ଭୋଟ’’ର ଜ୍ୱଳନ୍ତ ପ୍ରମାଣ ଛାଡ଼ିବା ସହ ଆମ ନେତାଙ୍କ କୁତ୍ସିତ ଚରିତ୍ରକୁ ପଦାରେ ପକାଇଛି ।

ଏହି ଭିଡ଼ିଓ ଦୃଶ୍ୟରେ ଟଙ୍କା ଲୋଭ ଦେଖାଇ ନିରୀହ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ରାଜ୍ୟର ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ(ବବି) ଦାସ । ନିଜ ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଚିତ୍ରପୁର ଗାଁରେ ଗତ ପଞ୍ଚାୟତ ନିର୍ବାଚନ ବେଳେ ଶକ୍ତିମନ୍ତ୍ରୀ ଭୋଟ ପାଇଁ ଟଙ୍କା ମୂଲଚାଲ କରୁଛନ୍ତି । ଗାଁ ମନ୍ଦିର ପାଇଁ ଦୁଇଟି କିସ୍ତିରେ ୫ ଲକ୍ଷ ଟଙ୍କାର ପ୍ରତିଶ୍ରୁତି ଦେଇ ବିଜେଡ଼ି ପାଇଁ ୱାନ୍ ସାଇଡ୍ ଭୋଟ ଦାବି କରୁଛନ୍ତି । ଏହା ତାଙ୍କ ଇଜ୍ଜତର କଥା ବୋଲି ମନ୍ତ୍ରୀ କହୁଛନ୍ତି । ଖାଲି ସେତିକି ନୁହେଁ, ତମର ଯାହା ଦରକାର ଦିଆଯିବ ବୋଲି ଶକ୍ତିମନ୍ତ୍ରୀ ଲୋଭ ଦେଖାଉଛନ୍ତି ।

ଏହି ଭିଡ଼ିଓ କ୍ଲିପିଂରୁ ବିଜେଡ଼ିର ଅସଲ ଚେହେରା ଧରାପଡ଼ିଯାଇଛି । ଏଠାରେ କହିବା ବାହୁଲ୍ୟ ଯେ ବିଜେଡ଼ିର ନିର୍ବାଚନ ଜିତାପଟ ନେଇ ବିରୋଧୀ ଦଳ ସବୁବେଳେ ଅର୍ଥବଳ ପ୍ରୟୋଗର ଅଭିଯୋଗ ଆଣୁଛନ୍ତି । କିନ୍ତୁ ବିଜେଡ଼ି ଏହି ଅଭିଯୋଗକୁ ବାଏଁ ବାଏଁ ଉଡାଇ ଚାଲିଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡ଼ି ସରକାରଙ୍କ ଜନହିତକର କାର୍ଯ୍ୟ ପ୍ରତି ଲୋକମାନେ ଆକୃଷ୍ଟ ହୋଇ ଭୋଟ ଦେଉଛନ୍ତି ବୋଲି ନେତାମାନେ ଛାତି ଟେକି ଗଳା ଫଟାଇ କହୁଛନ୍ତି । ହେଲେ ଏହି ଭିଡ଼ିଓ କ୍ଲିପିଂ ଦେଖିଲେ ବିଜେଡ଼ି ନେତାମାନେ କେତେ ସତ କହୁଛନ୍ତି ତାହା ବାରି ହୋଇଯାଉଛି । ବିଚ୍ ଗାଁ ରାସ୍ତାରେ ଛିଡ଼ା ହୋଇ ଲୋକଙ୍କୁ ଟଙ୍କା ବଦଳରେ ଭୋଟ ମାଗୁଥିବା ବିଜେଡ଼ି ସରକାରର ପାୱାରଫୁଲ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ତାହାର ନିଚ୍ଛକ ପ୍ରମାଣ ଛାଡ଼ିଛନ୍ତି ଏହି ଭିଡ଼ିଓରେ । ଏଇଠି କହି ରଖିବାକୁ ଚାହୁଁ କି ସବୁ ରାଜନୈତିକ ଦଳ ନିଜ ସପକ୍ଷରେ ଭୋଟ ପାଇଁ ଟଙ୍କା ଖଟେଇବା ନିହାତି ସାଧାରଣ ହୋଇଗଲାଣି । ଚଳିତ ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେଡ଼ି ଓ ବିଜେପି ବିରୋଧରେ କଂଗ୍ରେସ ବ୍ୟାପକ ଭୋଟକିଣା ଅଭିଯୋଗ ଆଣିଥିଲା ।

Previous Post

୩୦ ଲକ୍ଷ ଖର୍ଚ୍ଚରେ ନବୀନଙ୍କ ଦିଲ୍ଲୀ ଉଡ଼ାଣ

Next Post

ନବୀନ ଡରୁଛନ୍ତି !

Next Post
ନବୀନ ଡରୁଛନ୍ତି !

ନବୀନ ଡରୁଛନ୍ତି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA