Saturday, April 18, 2026 10:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ମାରିନେଲେ, ବିଜେପି ଜଳକା !

by Our Correspondent
20 Aug, 2017- 08:10 AM
in Latest News
1 min read
1
ନବୀନ ମାରିନେଲେ, ବିଜେପି ଜଳକା !
ଭୁବନେଶ୍ୱର: ପରୋକ୍ଷରେ ହେଲେ ବି ଓଡ଼ିଶାର ଦାରିଦ୍ରତାକୁ ବିଜୁ ଜନତା ଦଳ ଭୋଟ ଭିକ୍ଷାର ବଡ଼ ଅସ୍ତ୍ର କରିଆସିଛି । କେନ୍ଦ୍ରର ଅବହେଳା ଯୋଗୁଁ ରାଜ୍ୟ ପଛରେ ପଡ଼ିଛି ବୋଲି ଦଳ ଫଟୋଉଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଧରି ଦିଲ୍ଲୀରୁ ପଲ୍ଲୀ ଯାଏଁ କମ୍ପୋଉଛି । ଠିକ୍ ସେତିକିବେଳେ, ରାଜ୍ୟ ସରକାର ଦିଲ୍ଲୀରେ ଓଡ଼ିଶାର ଆର୍ଥିକ ଓ ସାମାଜିକ ପ୍ରଗତିର ଚିତ୍ର ରଖିଛନ୍ତି । ଓଡ଼ିଶାକୁ ଦେଶରେ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିର ଉଦାହରଣ ବୋଲି ଦର୍ଶାଇଛନ୍ତି । ଓଡ଼ିଶା ଏକ ଆର୍ଥିକ ବଳକା ରାଜ୍ୟ ହେବା ସହ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବାରେ ସଫଳ ହୋଇପାରିଛି । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ୮୦ ଲକ୍ଷ ଲୋକ ଆଜି ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି । କୃଷିକ୍ଷେତ୍ରରେ ଉନ୍ନତି ଯୋଗୁଁ ଚାଷୀଙ୍କ ରୋଜଗାର ଦୁଇଗୁଣା ହୋଇଛି । ଶିଶୁ ମୃତ୍ୟୁହାର, ସାମାଜିକ ନିରାପତ୍ତା, ଯୁବ ଓ ମହିଳା ସଶକ୍ତିକରଣ ଇତ୍ୟାଦି ଇତ୍ୟାଦିରେ ଓଡ଼ିଶାର ପ୍ରଗତିକୁ ସରକାର ବଖାଣିଛନ୍ତି । ରାଜ୍ୟ ସରକାର ଖାଲି ଏହା ବଖାଣିନାହାନ୍ତି ବରଂ ଏହି ମାପକାଠିରେ ଆଉଟଲୁକ୍ ପତ୍ରିକା ସର୍ଭେରେ ନବୀନ ‘ଶ୍ରେଷ୍ଠ ପ୍ରଶାସକ’ ଉପାଧି ପାଇଛନ୍ତି ।
ବିରୋଧୀ ଦଳ ଏହାକୁ ପ୍ରାୟୋଜିତ ବୋଲି ଯେତେ ପାଟି କଲେ ମଧ୍ୟ ବିଜେଡ଼ି ପାଇଁ ଫରକ୍ ନାହିଁ । ଲୋକଙ୍କୁ ଭକୁଆ ବନେଇବାର କୌଶଳ ଜାଣିଥିବା ଏହି ଦଳ ଆଉଟଲୁକ୍ ପତ୍ରିକା ସାର୍ଟିଫିକେଟକୁ ଭୋଟଭିକ୍ଷାର ଆଉ ଏକ ଅସ୍ତ୍ର କରିଛି । ଓଡ଼ିଶା ପ୍ରଗତିର ଜଟିଳ ଗଣିତରେ ମଳିମୁଣ୍ଡିଆଙ୍କ ମୁଣ୍ଡ ପଶିବନି ବୋଲି ବିଜେଡ଼ି ନିଶ୍ଚିତ ରହିଛି । ରାଜ୍ୟରେ କ୍ଷମତା ଦଖଲ ପାଇଁ ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନ ଯେତେ କୁସ୍ତି କଲେ ମଧ୍ୟ ତାହାକୁ ଫସର ଫଟାଇ ଉଦ୍ୟମ ଚାଲିଛି । ବିଜେପିର ମାଷ୍ଟର ପ୍ରଚାରକୁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ ବଢ଼ିଆ କାମରେ ଲାଗିଛି ।
ସେପଟେ ଧର୍ମେନ୍ଦ୍ରଙ୍କ ଯୋଗୁଁ ଆଇଓସିଏଲ୍ ବିବାଦର ସମାଧାନ ହୋଇଥିବା ବିଜେପି ପ୍ରଚାର ଆରମ୍ଭ କରିଥିଲେ ମଧ୍ୟ ନବୀନ ଚୁପଚାପ ଏହାର ଫାଇଦା ହାସଲ କରିନେଇଛନ୍ତି । ଧର୍ମେନ୍ଦ୍ରଙ୍କ ସହ ଅଧଘଣ୍ଟା ଆଲୋଚନା କରି ସମାଧାନର ଫର୍ମୂଲା ବାହାର କରିଥିବା ନବୀନ ସେଥିରେ ପୁଣି ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି । ଚଳିତ ଆର୍ଥିକ ବର୍ଷଠାରୁୁ ପାରାଦ୍ୱୀପ ରିଫାଇନାରିକୁ ୧୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବର୍ଷକୁ ୭୦୦ କୋଟି ସୁଧମୁକ୍ତ ଋଣ ଦେବା ପାଇଁ ରାଜି ହେବା ପରେ ବିବାଦ ସମାଧାନ ହୋଇଛି । ତେବେ ଏହି ସର୍ତ୍ତରେ ନଗଦ ରାଜ୍ୟ ସରକାରଙ୍କୁ ୨୭୪୫ କୋଟି ନଗଦ ରାଜସ୍ୱ ମିଳିଯିବ । ଏହି ଟଙ୍କା ମିଳିଗଲେ ସରକାର କେମିତି ଖେଳ କରିବେ ତାହାର ବ୍ଲୁ ପ୍ରିଣ୍ଟ ବନାଇଛନ୍ତି । ଆଇଓସିଏଲ୍ ସହ ଚୁକ୍ତି ଜରିଆରେ ନବୀନ ଧର୍ମେନ୍ଦ୍ରଙ୍କୁ ବୋକା ବନେଇପାରିଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ସେପଟେ ଡିସେମ୍ବର ୩୧ ସୁଦ୍ଧା ଖଣି ମାଲିକଙ୍କଠାରୁ ପାଖାପାଖି ୨୦ ହଜାର କୋଟି ଟଙ୍କା ଜରିମାନା ଅର୍ଥ ରାଜ୍ୟ ସରକାରଙ୍କ ତହବିଲକୁ ଆସିବ । ଏହି ହିସାବରେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଭଣ୍ଡାରରେ ହଜାର ହଜାର କୋଟି ପଶିବ । ଏହି ଅଙ୍କକୁ ଧରି ନବୀନ ତାଙ୍କର ନିର୍ବାଚନ ଷ୍ଟ୍ରାଟେଜି ତୟାର୍ କରୁଛନ୍ତି । ଯାହା ଜଣାପଡ଼ିଛି, ସବୁ ବର୍ଗକୁ ଖୁସି କରେଇବାକୁ ନବୀନ ଯୋଜନା ପ୍ରସ୍ତୁତ କରିଦେଇଛନ୍ତି । ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଦାବିରେ ଆନ୍ଦୋଳନରତ ସ୍କୁଲ ଓ କଲେଜ ଶିକ୍ଷକମାନଙ୍କୁ ଖୁସି କରି ନବୀନ ତାଙ୍କର ନିର୍ବାଚନୀ ମାଷ୍ଟରଷ୍ଟ୍ରୋକ୍ ଖେଳିବେ । ତେଲ ପଇସାରେ ଉବୁଟୁବୁ ଧର୍ମେନ୍ଦ୍ର ପରିଚାଳିତ ବିଜେପି ଏହାକୁ କିଭଳି ମୁକାବିଲା କରିବ ତାହା ଏବେ ଦେଖିବାର କଥା ।
Previous Post

ବିଜେଡ଼ି ଯାତ୍ରା ବାତିଲ, ନବୀନଙ୍କ ପାଇଁ ନିରାଡମ୍ବର ଶୁଭେଚ୍ଛା

Next Post

ସୁବଳ ସାହୁ ଚାଲିଗଲେ

Next Post
ସୁବଳ ସାହୁ ଚାଲିଗଲେ

ସୁବଳ ସାହୁ ଚାଲିଗଲେ

Comments 1

  1. ନିରଞ୍ଜନ says:
    9 years ago

    BJP ଏତେ ଦୁର୍ବଳ ଖେଳାଳି ନୁହେଁ, ଏହା ଏକ ସୁପରିକଳ୍ପିତ ଗୋଟି ଚାଳନା, ଏହା ଆଗକୁ ଦେଖିବାର ଅଛି

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA