ଭୁୁବନେଶ୍ୱର: ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଅଭିଯୁକ୍ତ ଭାବେ ପୁଲିସ ଦ୍ୱାରା ଗିରଫ ନାଣ୍ଡୁ ଓରଫ ରୂପେଶ ଭଦ୍ରର ରାଜନୈତିକ ଲିଙ୍କ୍ ନେଇ ଏବେ ଜୋରଦାର ଚର୍ଚ୍ଚା । ସ୍ମିତାରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ବିଜେପି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି ମାମଲାରେ ଶାସକ ଦଳର ନେତାଙ୍କୁ ଯୋଡିବାକୁ ଉଦ୍ୟମ କରିଛି ।
ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମନ୍ତ୍ରୀ ଅରୁଣ ସାହୁ ଏବଂ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ରୂପେଶର ଏକ ଫଟୋକୁ ଦେଖାଇଥିଲେ । ରୂପେଶ ସହ ଶାସକଦଳର ଏହି ପ୍ରଭାବଶାଳୀ ନେତାଙ୍କ ନିବିଡ଼ ସମ୍ପର୍କ ରହିଥିବା ଦର୍ଶାଇ ଜୋର୍ ବର୍ଷିଥିଲେ ।








