Wednesday, July 1, 2026 04:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଘନେଇଲା ସ୍ମିତାରାଣୀ ମୃତ୍ୟୁ ବିବାଦ

by Our Correspondent
20 Oct, 2019- 11:52 PM
in Latest News, News
1 min read
0
ଘନେଇଲା ସ୍ମିତାରାଣୀ ମୃତ୍ୟୁ ବିବାଦ

ଚର୍ଚ୍ଚାରେ ବିଜେପି ନେତା ଉଦୟନାଥଙ୍କ ଫେସବୁକ୍ ପୋଷ୍ଟିଂ

ଭୁବନେଶ୍ୱର: ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗଟି ବିବାଦ ଜାଲରେ ଫସିଯାଇଛି । ରାଜନୈତିକ ବୟାନବାଜି ଓ ତମ୍ବିତୋଫାନ ସହ ତାଳ ଦେଇଛି ପାରିବାରିକ ପେଂଚ । ସ୍ମିତାରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବିଜେପି ପ୍ରଥମ ଦିନରୁ ସିଦ୍ଧାନ୍ତରେ ଉପନୀତ ହୋଇସାରିଥିବା ବେଳେ ଗିରଫ ଅଭିଯୁକ୍ତ ନାଣ୍ଡୁ ଓରଫ୍ ରୂପେଶ ଭଦ୍ରଙ୍କ ସରପଞ୍ଚ ପତ୍ନୀ ମଧୁସ୍ମିତା ଆଜି ଉଭୟଙ୍କ ପାରିବାରିକ ସମ୍ପର୍କର ପେଡ଼ି ଖୋଲିଛନ୍ତି । ଅନ୍ୟର ଦୁଃଖକୁ ସହି ପାରୁ ନ ଥିବା ତାଙ୍କର ସ୍ୱାମୀଙ୍କ ସମ୍ପତ୍ତି ଉପରେ ଉପରେ ସ୍ମିତାରାଣୀ ଆଖି ପକାଇ ତାଙ୍କ ସିନ୍ଦୁର ଛଡ଼ାଇ ନେବାକୁ ବସିଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି । ସ୍ମିତାରାଣୀଙ୍କ ସ୍ୱାମୀ ଇଂଜିନିୟର ସୁଶୀଲ ବିଶ୍ୱାଳ ଏହାକୁ ଅସମ୍ପୂର୍ଣ୍ଣ ଅସ୍ୱୀକାର କରୁଛନ୍ତି । ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଛି ବୋଲି ସିଧା ସିଧା ଅଭିଯୋଗ ଆଣିଛନ୍ତି ।
ସ୍ମିତାରାଣୀଙ୍କ ମୃତ୍ୟୁ ଏମିତି ଢ଼ଙ୍ଗରେ ବିବାଦ ବଢ଼ାଇଛି । ପୁଲିସର ତଦନ୍ତ ତରିକା ଓ ସିଦ୍ଧାନ୍ତକୁ ବିରୋଧୀ ଦଳ ମାନିବାକୁ ରାଜି ନାହାନ୍ତି । ଉଭୟ ବିଜେପି ଓ କଂଗ୍ରେସର ଟାର୍ଗେଟ୍ ରେ ଏବେ ଯାଜପୁର ଏସପି ଚରଣ ସିଂ ମୀନା । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ତାଙ୍କୁ ଖାଲି ଭର୍ତ୍ସନା କରିନାହାନ୍ତି ବରଂ ବର୍ଦ୍ଦି ଖୋଲି ରାଜନୀତି କରିବାକୁ ଆହ୍ୱାନ ଦେଇଛନ୍ତି । ତତ୍କାଳୀନ ଗଂଜାମ ଏସପି ଆଶିଷ ସିଂଙ୍କୁ ବିଜେପି ଏମିତି ଟାର୍ଗେଟ୍ କରିଥିଲା ଏବଂ ବିଜେଡ଼ିର ଏଜେଣ୍ଟ ଆଖ୍ୟା ଦେଇଥିଲା ।
ଖାଲି ସେତିକି ନୁହେଁ, ଗତକାଲି ମ୍ୟାଡାମ୍ ଲେଖାଶ୍ରୀ ଓ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ରୂପେଶ ଭଦ୍ର ସହ ମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଏକ ଫଟୋ ଦେଖାଇ ବିଜେଡ଼ି ସହ ତାର ନିବିଡ଼ ସମ୍ପର୍କ ଯୋଡିଥିଲେ । ସେହି ମୁହୁର୍ତ୍ତରେ ରୂପେଶ ସହ ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ଏକାଧିକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଅଡୁଆ ହୋଇଯାଇଥିଲା । ଆଜି ଆଉ କିଛି ବିଜେପି ନେତାଙ୍କ ସହ ରୂପେଶର ଏକାନ୍ତ ଫଟୋ ସୋସିଆଲ୍ ମିଡ଼ିଆରେ ଆସିଛି । ଫଳରେ ଲେଖାଶ୍ରୀ ବାଧ୍ୟହୋଇ ଛେପ ଢ଼ୋକିଛନ୍ତି । ନେତାଙ୍କ ସହ କେହି ଫଟୋ ଉଠାଇଦେଲେ ତାହାକୁ ସମ୍ପର୍କ କୁହାଯିବନି ବୋଲି ଆଜି ସଫେଇ ଦେବାକୁ ବାଧ୍ୟ ହୋଇଛନ୍ତି ।

ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେପିର ରେପ୍ ଆଣ୍ଡ ମର୍ଡର ଥିଓରିରେ ଜିଲ୍ଲା ନେତା ଏକମତ ହୋଇନାହାନ୍ତି । ଜିଲ୍ଲାର ବରିଷ୍ଠ ନେତା ତଥା ବିଜେପି ରାଜ୍ୟ ପରିଷଦ ସଦସ୍ୟ ଆଡଭୋକେଟ୍ ଉଦୟନାଥ ସାହୁ ତାଙ୍କ ଫେସବୁକ୍ ଆକାଣ୍ଟ୍ ରେ ସ୍ମିତାରାଣୀ ଓ ରୂପେଶ ଷ୍ଟୋରି ଅବତାରଣା କରିଛନ୍ତି । ଉଭୟ ପରିବାର ଭିତରେ ସମ୍ପର୍କର ନିବିଡ଼ତା ବଖାଣିବା ସହ ଦୁଇ ପରିବାରର ଆଲବମ୍ ଫଟୋ ପୋଷ୍ଟିଂ କରିଛନ୍ତି । ତଦନ୍ତକୁ ନିରପେକ୍ଷ ଦର୍ଶାଇ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଉଠିଥିବା ଅସମାହିତ ପ୍ରଶ୍ନ ଉପରୁ ଅତି ଶୀଘ୍ର ପର୍ଦ୍ଦା ଉଠାଇବା ନିମନ୍ତେ ପୁଲିସ ଗ୍ରହଣ କରିଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ଲେଖିଛନ୍ତି ।
ସେ ପୁଣି ଲେଖିଛନ୍ତି, ପୁଲିସ କୌଣସି ପ୍ରକାର ଭାବପ୍ରବଣତାରେ ବା ଶୁଣାକଥାରେ ବଶବର୍ତ୍ତୀ ନହୋଇ ଏବଂ ସତର୍କତା ଅବଲମ୍ବନପୂର୍ବକ ଅଟକମାନଙ୍କ ମଧ୍ୟରୁ କୌଣସି ବି ଜଣେ ନିରପରାଧୀଙ୍କୁ ଆଇନର ଫାନ୍ଦରେ ପକାଇବାକୁ ଉତ୍ସାହିତ ହୋଇନାହିଁ । କେବଳ ସତ୍ୟତା ଓ ବାସ୍ତବ ଘଟଣା ଉପରେ ତଦନ୍ତ ପର୍ଯ୍ୟବେସିତ ହୋଇଥିବା ସ୍ପଷ୍ଟ ବୁଝାପଡୁଛି ।
ସୁତରାଂ ଭୁୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା/ନେତ୍ରୀଙ୍କ ସ୍ମିତାରାଣୀ ଡେଥ୍ ଥିଓରି ସହ ଯାଜପୁର ନେତାଙ୍କ ଥିଓରି ଖାପ ଖାଉନାହିଁ । ଯାହା ଏହି ଫେସବୁକ୍ ପୋଷ୍ଟିଂ ପ୍ରମାଣ କରୁଛି । ତେଣୁ କୋଉଟା ସତ କୋଉଟା ମିଛ ତାହା ଦଳରେ ଭିନ୍ନ ମତ ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ଦ୍ୱନ୍ଦରେ ପକାଇଛି । ମ୍ୟାଡାମ୍ ଲେଖାଶ୍ରୀ ସ୍ମିତାରାଣୀଙ୍କୁ ରେପ୍ ଆଣ୍ଡ ମର୍ଡର ହୋଇଥିବା କହି ଗଳା ଫଟଉଥିବା ବେଳେ ଉଦୟ ବାବୁ ପୁଲିସ ବୟାନକୁ ସମର୍ଥନ କରିଛନ୍ତି । ମ୍ୟାଡାମ୍ ଲେଖାଶ୍ରୀ ଯାଜପୁର ଏସପି ମୀନାଙ୍କୁ କାଢ଼ୁଆ ଅଫିସର କହି ଭର୍ସନା କରିଥିବା ବେଳେ ଉଦୟ ବାବୁ ତାଙ୍କ କାର୍ଯ୍ୟକୁ ତାରିଫ୍ କରିଛନ୍ତି ।
ସେ ଯାହା ବି ହେଉ, ରାଜନୈତିକ ତମ୍ବିତୋଫାନ ଭିତରେ ସ୍ପର୍ଶକାତର ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ମିଳେଇ ନ ଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ପୁଲିସ କୌଣସି ପ୍ରକାରର ରାଜନୈତିକ ଚାପର ବଶବର୍ତ୍ତୀ ନ ହେଉ । ମୃତ୍ୟୁ ପଛର ପ୍ରକୃତ ରହସ୍ୟକୁ ଭେଦ କରିବାରେ ପୁଲିସର ପକ୍ଷପାତିତା ନ ରହୁ ବୋଲି ଜନସାଧାରଣ ଆଶା ରଖିଛନ୍ତି ।
ଜନସାଧାରଣଙ୍କୁ ଆନ୍ଦୋଳିତ କରୁଥିବା ପ୍ରଶ୍ନ ହେଉଛି, ରୂପେଶର ଗେଷ୍ଟ ହାଉସ୍ କୁ କେଉଁ ପରିସ୍ଥିତିରେ ସ୍ମିତାରାଣୀ ଆସିଥିଲେ? ସେଠାରେ ଭୋଜିଭାତର ଆୟୋଜନ କ’ଣ ପାଇଁ ହୋଇଥିଲା? ଜଣେ ଜିଲ୍ଲା ପରିଷଦ, ଦୁଇଜଣ ସମିତି ସଭ୍ୟ ଏବଂ ରାମକୋ ସିମେଣ୍ଟ କମ୍ପାନୀର ବରିଷ୍ଠ ଅଧିକାରୀ ସେଠି ଉପସ୍ଥିତ ଥିଲେ ନା ନାହିଁ? ଯଦି ଥିଲେ କେଉଁ ଉଦ୍ଦେଶ୍ୟରେ? ସେମାନଙ୍କଠାରୁ ପୁଲିସ ସତ୍ୟ ଓଗାଳିବାକୁ ଚେଷ୍ଟା କଲାଣି ତ? ଗେଷ୍ଟ ହାଉସ୍ ସିସିଟିଭି ଫୁଟେଜ୍ ପୁଲିସ ଜବତ କରିଛି ନା ନାହିଁ? ରୂୂପେଶ ଯେଉଁ ସ୍କର୍ପିଓରେ ସ୍ମିତାରାଣୀଙ୍କୁ ଡାକ୍ତରଖାନା ନେଇଥିଲେ ତାହା ଜବତ ହୋଇଛି ତ? ରୂପେଶର ବିଶାଳ ସାମ୍ରାଜ୍ୟ ଓ ପଲିଟିକାଲ୍ ଲିଙ୍କ୍ ପୁଲିସର ତଦନ୍ତ ପରିସରକୁ ଆସିବ ନା ନାହିଁ?
Previous Post

ନାଣ୍ଡୁ ବିଜେଡ଼ି ନା ବିଜେପିର ?

Next Post

ଜିଲ୍ଲା ଗସ୍ତ ବେଳେ ପିଲାଙ୍କ ସହ ଖାଇବେ ମନ୍ତ୍ରୀ, ଅଫିସର

Next Post
ଜିଲ୍ଲା ଗସ୍ତ ବେଳେ ପିଲାଙ୍କ ସହ ଖାଇବେ ମନ୍ତ୍ରୀ, ଅଫିସର

ଜିଲ୍ଲା ଗସ୍ତ ବେଳେ ପିଲାଙ୍କ ସହ ଖାଇବେ ମନ୍ତ୍ରୀ, ଅଫିସର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA