Thursday, April 30, 2026 09:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସ୍ମିତାରାଣୀ ମୃତ୍ୟୁକୁ ନେଇ ରାଜନୈତିକ ଝଡ଼

by Our Correspondent
19 Oct, 2019- 11:52 PM
in Latest News, News
1 min read
0
ସ୍ମିତାରାଣୀ ମୃତ୍ୟୁକୁ ନେଇ ରାଜନୈତିକ ଝଡ଼
ଭୁବନେଶ୍ୱର: ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବିରୋଧୀ ଦଳ ଅଭିଯୋଗ ଆଣି ତମ୍ବିତୋଫାନ ଆରମ୍ଭ କରିଥିବା ବେଳେ ଜିଲ୍ଲା ଏସପିଙ୍କ ବୟାନ ମାମଲାକୁ ଭିନ୍ନ ମୋଡ଼ ଦେଇଛି । ଯାଜପୁର ଏସପି ଚରଣ ସିଂ ମୀନା ତଦନ୍ତ ରିପୋର୍ଟ ଆଧାରରେ କହିଛନ୍ତି ଯେ ସ୍ମିତା ଆତ୍ମହତ୍ୟା କରିଛନ୍ତି । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ସେହିଦିନ ଉଭୟଙ୍କ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ସ୍ମିତା ଆତ୍ମହତ୍ୟା କରିଥିଲେ । ସୁତରାଂ ଗଣଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗକୁ ଏସପି ଅସ୍ୱୀକାର କରିଛନ୍ତି ।
ଅଭିଯୁକ୍ତ ରୂପେଶକୁ ପୁଲିସ ଗିରଫ କରିବା ସହ ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କର ଖୁଲାସାକୁ ଉଭୟ ବିଜେପି ଓ କଂଗ୍ରେସ ଗ୍ରହଣ କରିନାହାନ୍ତି । ଗତକାଲି ଉଭୟ ଦଳର ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ସ୍ମିତାରାଣୀଙ୍କ ମୃତ୍ୟୁର ରହସ୍ୟ ଖୋଜିଥିଲେ । ରାଜନୈତିକ ଚାପରେ ମାମଲାର ସତ୍ୟତାକୁ ଚାପି ଦେବାକୁ ପୁଲିସ ଉଦ୍ୟମ କରିଥିବା ସେମାନେ ଆଜି ଅଭିଯୋଗ ଆଣିଛନ୍ତି । ମାମଲାର ସିବିଆଇ ତଦନ୍ତ ଦାବିରେ ସେମାନେ ଆନ୍ଦୋଳନର ଧମକ ଦେଇଛନ୍ତି । ଆସନ୍ତା ୨୧ ତାରିଖରେ ଯାଜପୁର ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ସେପଟେ ମୃତ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ ମଧ୍ୟ ପୁଲିସ ଥିଓରିକୁ ଗ୍ରହଣ କରିନାହାନ୍ତି । ତାଙ୍କ ଝିଅ ବହୁତ ହେଡଷ୍ଟ୍ରଙ୍ଗ୍ ଏବଂ କେବେ ଆତ୍ମହତ୍ୟା କରି ନ ପାରେ ବୋଲି କହି ସିବିଆଇ ତଦନ୍ତ ଦାବି କରିଛନ୍ତି ।
ଏଭଳି ଅତ୍ୟନ୍ତ ସ୍ପର୍ଶକାତର ଓ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ନ କରିବାକୁ ବିଜେଡ଼ି ପରାମର୍ଶ ଦେଇଛି । ତଦନ୍ତରେ ପୁଲିସକୁ ସହଯୋଗ କରିବା ବଦଳରେ ବିରୋଧୀ ରାଜନୈତିକ ପକ୍ଷ ମାମଲା ସହ ଆଗୁଆ ଅନ୍ୟମାନଙ୍କୁ ଯୋଡିବା ଦ୍ୱାରା ତଦନ୍ତ ବାଟବଣା ହେବା ସହ ମୃତକଙ୍କ ପରିବାର ନ୍ୟାୟ ପାଇବାରେ ବିଳମ୍ବ ହେବାର ଆଶଙ୍କା ରହିଛି । ମାମଲାର ସିବିଆଇ ତଦନ୍ତ ଦାବିକୁ ଦଳ ପକ୍ଷରୁ ଅଗ୍ରାହ୍ୟ କରାଯିବା ସହ ଓଡ଼ିଶା ପୁଲିସର ପାରିବାରପଣିଆ ଉପରେ ଆସ୍ଥା ଜୁଟାଇଛନ୍ତି । ମାମଲାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି ଏବଂ ଦୋଷୀ ଯିଏ ହୋଇଥାଆନ୍ତୁ ନା କାହିଁକି ଦଣ୍ଡ ମିଳିବ ବୋଲି କୁହାଯାଇଛି ।
ଉକ୍ତ ସ୍ପର୍ଶକାତର ପ୍ରସଙ୍ଗରେ ପୁଲିସର ଅନୁସନ୍ଧାନ ଠିକ୍ ନା ବିରୋଧୀ ଦଳଙ୍କ ତଥ୍ୟ ଅନୁସନ୍ଧାନ ଓ ରାଜନୈତିକ ବୟାନବାଜି ଠିକ ତାହା ଦ୍ୱନ୍ଦ ସୃଷ୍ଟି କଲାଣି । ଏହି ଜଘନ୍ୟ ମାମଲାରେ ରାଜନୈତିକ ପୃଷ୍ଠଭୂମି ରହିଛି ନା ରାଜନୈତିକ ରଙ୍ଗ ବୋଳାଯାଉଛି ତାହା ବି ହଜାରେ ପ୍ରଶ୍ନ ଛିଡ଼ା କରିଛି । ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ରୂପେଶ ଭଦ୍ରର ଗେଷ୍ଟ ହାଉସ୍ ରେ ଲାଗିଥିବା ସିସିଟିଭି ଗାଏବ ହୋଇଯିବା ବି ସନ୍ଦେହର କୁହେଳିକା ସୃଷ୍ଟି କରିଛି ।
ମିଳୁଥିବା ସୂଚନା ଅନୁଯାୟୀ, ଚା ଦୋକାନରୁ କୋଟିପତି ହୋଇଥିବା ନାଣ୍ଡୁ ଓରଫ ରୂପେଶ ଭଦ୍ର ବେଶ ଚାଲାକ ଓ ଧ୍ରୁତ । କାହାକୁ ଧରି କେଉଁଠୁ କାମ କେମିତି ଆଦାୟ କରାଯାଇପାରେ ସେଥିରେ ପାରଙ୍ଗମ । ବିନା ରାଜନୈତିକ ଆଶିର୍ବାଦରେ ଏହା ଯେ ସମ୍ଭବ ତାହା ବିଶ୍ୱାସଯୋଗ୍ୟ ନୁହେଁ । ଉଭୟ ଶାସକ ଓ ବିରୋଧୀ ଦଳର ନେତାଙ୍କ ସହ ତାର ଉତ୍ତମ ସମ୍ପର୍କ ଥିବା କୁହାଯାଉଛି ।
ଏସବୁ ବାଦ୍ କୋଟିପତି ରୂପେଶ ଜଣେ ଖରାପ ଚରିତ୍ରର ବ୍ୟକ୍ତି ବୋଲି ସମସ୍ତେ ଜାଣନ୍ତି । ଏକାଧିକ ମହିଳାଙ୍କ ସହ ତାର ଖରାପ ସମ୍ପର୍କ ଥିବା କୁହାଯାଉଛି । ଧନ ଓ ନାରୀ ପାଇଁ ସେ ପାଗଳ । ତେବେ ସ୍ମିତାରାଣୀଙ୍କ ସହ ତାର ସମ୍ପର୍କକୁ ନେଇ ଏସପିଙ୍କ ବୟାନରେ କେତେ ସତ୍ୟତା ରହିଛି ତାହା ଭବିଷ୍ୟତ କହିବ ।
Previous Post

ଅମାନିଆ ନେତାଙ୍କୁ ଛାଟ! ୩ ଦିନ ଭିତରେ କ୍ୱାର୍ଟର୍ସ ନ ଛାଡ଼ିଲେ ଏଫଆଇଆର

Next Post

ନାଣ୍ଡୁ ବିଜେଡ଼ି ନା ବିଜେପିର ?

Next Post
ନାଣ୍ଡୁ ବିଜେଡ଼ି ନା ବିଜେପିର ?

ନାଣ୍ଡୁ ବିଜେଡ଼ି ନା ବିଜେପିର ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA