Tuesday, June 30, 2026 11:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅମାନିଆ ନେତାଙ୍କୁ ଛାଟ! ୩ ଦିନ ଭିତରେ କ୍ୱାର୍ଟର୍ସ ନ ଛାଡ଼ିଲେ ଏଫଆଇଆର

by Our Correspondent
19 Oct, 2019- 04:45 PM
in Latest News, News
1 min read
0
ଅମାନିଆ ନେତାଙ୍କୁ ଛାଟ! ୩ ଦିନ ଭିତରେ କ୍ୱାର୍ଟର୍ସ ନ ଛାଡ଼ିଲେ ଏଫଆଇଆର
ଭୁୁବନେଶ୍ୱର: ସରକାରୀ କ୍ୱାର୍ଟର୍ସ ମାଡ଼ି ରହିଥିବା ପୂର୍ବତନ ବିଧାୟକମାନଙ୍କ ପାଇଁ ଚରମବାଣୀ । ୩ ଦିନ ଭିତରେ ସେମାନେ ଘର ନ ଛାଡ଼ିଲେ ପୁଲିସରେ ଏତଲା ଦିଆଯିବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି । ବାରମ୍ବାର ନୋଟିସ୍ ସତ୍ତ୍ୱେ ପୂର୍ବତନ ବିଧାୟକମାନେ ଘର ଛାଡୁ ନାହାନ୍ତି । କ୍ୱାର୍ଟର୍ସ ନ ଛାଡ଼ିଲେ ବିଜୁଳି, ପାଣି ବନ୍ଦ କରି ଦିଆଯିବ ବୋଲି ଗତ ମାସ ୧୬ ତାରିଖରେ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତାହାକୁ କେହି ଖାତିର କରିନାହାନ୍ତି । ଫଳସ୍ୱରୂପ ବାଚସ୍ପତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ।
ସରକାରୀ କ୍ୱାର୍ଟର୍ସ ମାଡ଼ି ବସିଥିବା ନେତାଙ୍କ ତାଲିକାରେ ଥିଲେ ୨୬ ଜଣ ପୂର୍ବତନ ବିଧାୟକ । ସେମାନେ ହେଲେ ଡାକ୍ତର ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ଯୁଗଳ କିଶୋର ପଟ୍ଟନାୟକ, ପ୍ରଭାତ କୁମାର ତ୍ରିପାଠୀ, ପୁଷ୍ପେନ୍ଦ୍ର ସିଂହଦେଓ, ଦେବାଶିଷ ନାୟକ, ପ୍ରବୀଣ ଭଞ୍ଜଦେଓ, ରମେଶ ମାଝୀ, ସଞ୍ଜୀବ ସାହୁ, ସାନନ୍ଦ ମାର୍ଣ୍ଡି, ମହେଶ ସାହୁ, ସରୋଜିନୀ ହେମ୍ବ୍ରମ୍, ଝିନ ହିକକା, ବସନ୍ତ କୁମାର ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ।
ମାସେ ତଳେ ତାଗିଦା ନୋଟିସ୍ ପରେ କିଛି ପୂର୍ବତନ ବିଧାୟକ କ୍ୱାର୍ଟର୍ସ ଛାଡ଼ିଥିବା ବାଚସ୍ପତି ଆଜି ସୂଚନା ଦେଇଥିଲେ ମଧ୍ୟ କେତେଜଣ ଛାଡ଼ିଛନ୍ତି ନିର୍ଦ୍ଦିଷ୍ଟ ଭାବେ କହିନାହାନ୍ତି । ତେବେ ସେମାନଙ୍କ ସଂଖ୍ୟା ନଗନ୍ୟ ବୋଲି ଜଣାଇଛନ୍ତି । ତେଣୁ ଶେଷଥର ପାଇଁ ତିନିଦିନିଆ ଡେଡଲାଇନ୍ ରଖିଛନ୍ତି ବାଚସ୍ପତି । ମଙ୍ଗଳବାର ସୁଦ୍ଧା କ୍ୱାର୍ଟର୍ସ ନ ଫେରାଇଲେ ପୁଲିସରେ ଏତଲା ଦିଆଯିବ ।
ଅନ୍ୟପକ୍ଷରେ ବିଧାନସଭା ଓ ବିଧାୟକଙ୍କ କ୍ୱାର୍ଟର୍ସ ନବକଳେବର ସମ୍ପର୍କରେ ସୂଚନା ଦେଇଛନ୍ତି ବାଚସ୍ପତି ଶ୍ରୀ ପାତ୍ର । ବିଧାନସଭା କର୍ମଚାରୀଙ୍କ ଉପସ୍ଥାପନ ଓ ଅଫିସ୍ କାର୍ଯ୍ୟ ସୁନିଶ୍ଚିତ କରାଇବା ପାଇଁ ବାଇଓମେଟ୍ରିକସ୍ ବ୍ୟବସ୍ଥା ଗ୍ରହଣ କରାଯିବ । ବିଧାନସଭା କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଡ୍ରେସ୍ କୋଡ୍ ଖୁବ୍ ଶୀଘ୍ର ଲାଗୁ ହେବ । ବିଧାୟକମାନଙ୍କ ପାଇଁ ପ୍ରସ୍ତାବିତ ବହୁତଳ ବିଶିଷ୍ଟ ବିଲଡିଂ କାର୍ଯ୍ୟ ଆସନ୍ତାମାସରୁ ନିର୍ମାଣ ହେବ । ପୂର୍ତ୍ତ ବିଭାଗ ଏହାର ଟେଣ୍ଡର କାମ ସାରିଲାଣି । ବିଧାନସଭା ସାମନା ଗେଷ୍ଟ ହାଉସ୍ କୁ ଛାଡ଼ିଦେଲେ ଏମଏଲଏ କଲୋନୀ କ୍ୱାର୍ଟର୍ସଗୁଡ଼ିକୁ ଭଙ୍ଗାଯାଇ ସେହିଠାରେ ବହୁତଳ ପ୍ରସାଦ ବିଲଡିଂ ନିର୍ମାଣ କରାଯିବ ବୋଲି ବାଚସ୍ପତି କହିଛନ୍ତି ।
Previous Post

୫-ଟି ଆଧାରରେ ସରକାରୀ ବାବୁଙ୍କ ଆପ୍ରେଜାଲ୍

Next Post

ସ୍ମିତାରାଣୀ ମୃତ୍ୟୁକୁ ନେଇ ରାଜନୈତିକ ଝଡ଼

Next Post
ସ୍ମିତାରାଣୀ ମୃତ୍ୟୁକୁ ନେଇ ରାଜନୈତିକ ଝଡ଼

ସ୍ମିତାରାଣୀ ମୃତ୍ୟୁକୁ ନେଇ ରାଜନୈତିକ ଝଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA