Thursday, April 30, 2026 07:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

by Our Correspondent
04 Apr, 2020- 11:03 AM
in Latest News, News
1 min read
0
ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ଭୁୁବନେଶ୍ୱର: କରୋନାରେ ଆକ୍ରାନ୍ତ ଏପର୍ଯ୍ୟନ୍ତ ୨୦ ଜଣଙ୍କ ମଧ୍ୟରୁ ନିଜାମୁଦ୍ଦିନ ଲିଙ୍କ୍ ରେ ୩ ଜଣ ଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ନିଜାମୁଦ୍ଦିନ୍ ଲିଙ୍କ୍ ରେ ଓଡ଼ିଶାର ଏ ପର୍ଯ୍ୟନ୍ତ ୨୮ ଜଣଙ୍କୁ ଚିହ୍ନଟ କରାଯାଇଛି । ଗତକାଲି ସେମାନଙ୍କର କୋଭିଡ୍ ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୩ ଟି ପଜିଟିଭ୍ ଆସିଥିବା ବେଳେ ୨୫ ଟି ନେଗେଟିଭ୍ ଆସିଛି । ସଂପୃକ୍ତ ୩ ଆକ୍ରାନ୍ତ କଟକ, ପୁରୀ ଏବଂ ଯାଜପୁରର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି ।
ସେପଟେ ଗତକାଲି ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ୧୫ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ସୂର୍ଯ୍ୟନଗର ପ୍ରଦୀପ୍ତ ଦଳବେହେରାଙ୍କ ଘରୁ ୭ ଜଣ ଥିଲା ବେଳେ ଭୁବନେଶ୍ୱର ବମିଖାଲର ୩ ଜଣ, କଟକର ୧, ପୁରୀର ୧, ଭଦ୍ରକର ୨ ଏବଂ ଯାଜପୁରର ୧ ଅଛନ୍ତି । ଦଳବେହେରା ଘରର ସଦସ୍ୟ ଓ ଭଡ଼ାଟିଆଙ୍କୁ ସ୍ୱତନ୍ତ୍ର କେସ୍ ଭାବେ ବିଚାର କରାଯାଉଛି । ଅବଶିଷ୍ଟ ୮ ଜଣଙ୍କ ମଧ୍ୟରୁ ଯଦି ନିଜାମୁଦ୍ଦିନ୍ ଲିଙ୍କ୍ ରେ ୩ ଜଣ, ତେବେ ଅନ୍ୟ ୫ ଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଓ ଅନ୍ୟ ତଥ୍ୟ କ’ଣ ତାହା ସ୍ପଷ୍ଟ କରାଯାଇନାହିଁ ।
ପ୍ରତିଷେଧକ ବ୍ୟବସ୍ଥା ଭାବେ ଗତକାଲି ସଂଧ୍ୟାରୁ ସମଗ୍ର ଭୁବନେଶ୍ୱର, କଟକ ଏବଂ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରାଯାଇଛି । ଆଜି ଚରମ୍ପା ଏରେଇଁ ପଞ୍ଚାୟତ ଅଞ୍ଚଳକୁ ବି ଏଥିରେ ସାମିଲ୍ କରାହୋଇଛି । ସେହିଭଳି ଯାଜପୁରରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବ୍ରହ୍ମବରଦା ଅଞ୍ଚଳର ୩ କିଲୋମିଟର ପରିଧି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ଆକ୍ରାନ୍ତଙ୍କୁ ଅଶ୍ୱିନୀ ହସ୍ପିଟାଲ୍ ପଠାଯାଇଥିବା ବେଳେ ତାଙ୍କ ପରିବାରକୁ ସରକାରୀ କ୍ୱାରେଣ୍ଟାଇନ୍ ରେ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ସତ ଯେ କରୋନାରେ ଭୟଭୀତ ରାଜ୍ୟବାସୀଙ୍କ ପାଇଁ ଏବେ ବଡ଼ ଚିନ୍ତା ପାଲଟିଛନ୍ତି ଦିଲ୍ଲୀ ନିଜାମୁଦ୍ଦିନ୍ ଫେରନ୍ତା । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପରିଚୟ ଜାଣିବା ଜରୁରୀ ହୋଇଥିବା ବେଳେ ସେମାନଙ୍କ ସଂଖ୍ୟା ଜଣାପଡୁନାହିଁ । ଓଡ଼ିଶାର ୧୪ଟି ଜିଲ୍ଲାରୁ ଲୋକେ ସେହି ଧାର୍ମିକ ସଭାରେ ଯୋଗ ଦେଇଥିବା
ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ସମସ୍ତେ ସରକାରଙ୍କୁ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି ।
“ଆପଣମାନେ ଟୋଲ୍ ଫ୍ରି ନଂ ୧୦୪ କୁ ତୁରନ୍ତ ଯୋଗାଯୋଗ କରନ୍ତୁ । ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ । ଡରନ୍ତୁ ନାହିଁ । ମୁଁ ଓ ମୋ ସରକାର ଆପଣଙ୍କ ସାଥୀରେ ଅଛି । ମା ମାନଙ୍କୁ ମୋର ଅନୁରୋଧ, ନିଜ ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ ।”
“କରୋନା ମାନବ ଜାତିର ସବୁଠାରୁ ବଡ଼ ଶତ୍ରୁ । ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ମୁଁ ପୁଣିଥିରେ ଦିଲ୍ଲୀ ମୁଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ଓଡ଼ିଶାର ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ୨୪ ଘଣ୍ଟାରେ ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ । ବିଳମ୍ବ କରନ୍ତୁ ନାହିଁ । ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ । ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବଜାତିର ବହୁତ ବଡ଼ ଉପକାର କରିପାରିବ ।”
Previous Post

ବ୍ୟାପିଲା କରୋନା; ଆଉ ୧୧ଙ୍କୁ ମିଶାଇ ଗୋଟିଏ ଦିନରେ ୧୫ ଚିହ୍ନଟ

Next Post

ଏମାନଙ୍କୁ କହିବା ଡିହ ଗାଲୁଆ!

Next Post
ଏମାନଙ୍କୁ କହିବା ଡିହ ଗାଲୁଆ!

ଏମାନଙ୍କୁ କହିବା ଡିହ ଗାଲୁଆ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA