Saturday, May 9, 2026 12:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିଜ ଛେପ ନିଜେ ଢ଼ୋକିଲେ ଧର୍ମେନ୍ଦ୍ର

by Our Correspondent
08 Feb, 2018- 04:30 PM
in Latest News, Politics
1 min read
0
ନିଜ ଛେପ ନିଜେ ଢ଼ୋକିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ପ୍ରେସ୍ ମିଟ୍ କରିଥିଲେ । କୁନ୍ଦୁଲି ମାମଲାର ସିବିଆଇ ତଦନ୍ତ ନହେଲେ କୋର୍ଟ ମନିଟରଡ୍ ଏସଆଇଟି ତଦନ୍ତ ଦାବି କରିଥିଲେ । ତାଙ୍କ ଚାପରେ ହୁଅନ୍ତୁ ବା ଅନ୍ୟ କେଉଁ କାରଣରୁ ହେଉ ରାଜ୍ୟ ସରକାର ଏହି ଦାବିକୁ ମାନି ନେଇଛନ୍ତି । କୋର୍ଟ ମନିଟରଡ୍ ଏସଆଇଟି ଦ୍ୱାରା କୁନ୍ଦୁଲି ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କରିଛନ୍ତି । ବିଜେପି ଏହାକୁ ଉପରେ ସ୍ୱାଗତ ନ କରୁ ପଛେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରୁ ବାହାଦୁରି ନେବା କଥା । ମାତ୍ର ତାହା ହୋଇନାହିଁ । ନିଜ ଛେପ ନିଜେ ଢ଼ୋକି ଦେଇଛନ୍ତି ଖୋଦ୍ କେନ୍ଦ୍ରମନ୍ତ୍ରୀ ।
ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ‘ଆମେ ସିବିଆଇ କିମ୍ବା କୋର୍ଟ ମନିଟରଡ୍ ଏସଆଇଟି ତଦନ୍ତ ଦାବି କରୁଥିଲୁ । ହେଲେ ମୁଖ୍ୟମନ୍ତ୍ରୀ ଚତୁରତାର ସହ ଏସଆଇଟି ତଦନ୍ତରେ ସୀମିତ ରଖିଛନ୍ତି । ଏଭଳି ଏକତରଫା ଏସଆଇଟି ଗ୍ରହଣୀୟ ନୁହେଁ । ଏହାର ସିବିଆଇ ତଦନ୍ତ ହେଉ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।’
କେନ୍ଦ୍ରମନ୍ତ୍ରୀଙ୍କ ଆଜିର ଏହି ମନ୍ତବ୍ୟ ଟିଭିରୁ ଶୁଣି ଲୋକେ ଚକିତ ହୋଇଛନ୍ତି । ହସି ହସି ବେଦମ୍ ହୋଇଛନ୍ତି । ଧର୍ମେନ୍ଦ୍ର ସେଦିନ କ’ଣ କହୁଥିଲେ ଏବଂ ଏବେ ଏମିତି କ’ଣ କହୁଛନ୍ତି ବୋଲି ପଚରାଉଚୁରା ହେଉଛନ୍ତି । ୪ ଦିନ ତଳେ ସେ ଯାହା ଦାବି କରିଥିଲେ ସେୟା ତ ହୋଇଛି । କୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଘୋଷଣା କରିଛନ୍ତି । ହେଲେ ପୁଣି କ’ଣ ହେଲା ? ମୁଖ୍ୟମନ୍ତ୍ରୀଙ୍କ ବିବୃତି କେନ୍ଦ୍ରମନ୍ତ୍ରୀ ଶୁଣିନାହାନ୍ତି ନା ଖବରକାଗଜରୁ ପଢ଼ିନାହାନ୍ତିି ? ଯଦି ଜାଣିଛନ୍ତି ଏଭଳି କେମିତି କହୁଛନ୍ତି ? କୁନ୍ଦୁଲି ମାମଲାରେ ରାଜନୀତି ବଞ୍ଚାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଲୋକଙ୍କ ସ୍ମରଣଶକ୍ତିକୁ ଦୁର୍ବଳ ଭାବୁଛନ୍ତି ନା ଲୋକଙ୍କୁ ମୁର୍ଖ ବନେଇବାକୁ ଚେଷ୍ଟା କରୁଛନ୍ତି ?
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ତାଙ୍କ ଇଣ୍ଟିଗ୍ରିଟି ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି । କୁନ୍ଦୁଲି ମାମଲାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଥିବା ବିଜେଡ଼ିର ଅଭିଯୋଗକୁ ସେ ସତ୍ୟ ପ୍ରମାଣିତ କରିଛନ୍ତି । କୋର୍ଟ ମନିଟରଡ୍ ଏସଆଇଟି ତଦନ୍ତ ଘୋଷଣା ହୋଇସାରିଥିବା ବେଳେ ଧର୍ମେନ୍ଦ୍ର ବୋଧହୁଏ ଏହା ବୁଝିନାହାନ୍ତି । ଆଉ ଯଦି ବୁଝିଛନ୍ତି ତେବେ ରାଜନୀତି କରିବା ପାଇଁ ଜାଣି ଅଜଣା ଭଳି ଅଭିନୟ କରୁଥାଇପାରନ୍ତି । ଏଠିକା ଛୋଟକାଟିଆ ନେତା ଏଭଳି କହିଥିଲେ ଚଳିଥାଆନ୍ତା ହେଲେ ଧର୍ମେନ୍ଦ୍ରଙ୍କ ଭଳି ଜଣେ ଦକ୍ଷ, ପ୍ରତିଭାବାନ କେନ୍ଦ୍ରମନ୍ତ୍ରୀଙ୍କଠାରେ ଏଭଳି ଆଚରଣ ସ୍ଫୃହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି ।
ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ସେଦିନ ଏସଆଇଟି ତଦନ୍ତ ଦାବି କରୁଥିଲେ । ତାହା ହେଲା ପରେ ଏବେ ଅଲଗା କଥା କହିଲେଣି । ପୀଡ଼ିତା ନ୍ୟାୟ ପାଉ ଏକଥା ବିଜେପି ଛାଡ଼ି ରାଜନୀତିରେ ବ୍ୟସ୍ତ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ବିଜେପି ଶିବିରରୁ କାହାରି ପ୍ରତିକ୍ରିୟା ମିଳିନାହିଁ ।
Previous Post

କୁନ୍ଦୁଲି ରାଜନୀତି, ଟାର୍ଗେଟ୍ ବିଜେପୁର

Next Post

ବିଜେପୁରରେ ବିଜେଡ଼ି ପ୍ୟାକେଜ୍ ! ଭୋଟ ଦିଅ, ପୁରସ୍କାର ନିଅ

Next Post
ବିଜେପୁରରେ ବିଜେଡ଼ି ପ୍ୟାକେଜ୍ ! ଭୋଟ ଦିଅ, ପୁରସ୍କାର ନିଅ

ବିଜେପୁରରେ ବିଜେଡ଼ି ପ୍ୟାକେଜ୍ ! ଭୋଟ ଦିଅ, ପୁରସ୍କାର ନିଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA