Thursday, April 30, 2026 02:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୂଆ କ୍ୟାପଟେନ୍ ଙ୍କ ସଂକଳ୍ପ: ରକେଟ୍ ଗତିରେ ଫାଇଲ୍, କାମ ଅଟକିବନି

by Our Correspondent
19 Aug, 2019- 05:45 PM
in Latest News, News
1 min read
0
ନୂଆ କ୍ୟାପଟେନ୍ ଙ୍କ ସଂକଳ୍ପ: ରକେଟ୍ ଗତିରେ ଫାଇଲ୍, କାମ ଅଟକିବନି
ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ର ହେବ ରାଜ୍ୟ ପ୍ରଶାସନର ପ୍ରାଣବିନ୍ଦୁ । କୌଣସି ଫାଇଲ୍ ସରକାରଙ୍କ ଦପ୍ତରରେ ପଡ଼ିବ ନାହିଁ । ରକେଟ ଗତିରେ ଫାଇଲ ମୁଭମେଣ୍ଟ(ଗତି) କରିବ । ଯାହାଦ୍ୱାରା ସରକାରୀ କାର୍ଯ୍ୟ ଗତିଶୀଳ ହେବ । ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ । ଗମନାଗମନ, ରାସ୍ତା ଓ ଶିଳ୍ପ ପ୍ରକଳ୍ପ କାର୍ଯ୍ୟର ତ୍ୱରାନ୍ୱିତ କରାଯିବ । କିଭଳି ସାଧାରଣ ଲୋକଙ୍କ ପାଖେ ସମସ୍ତ ସରକାରୀ ଯୋଜନା ପହଞ୍ଚିବ ସେ ନେଇ କାର୍ଯ୍ୟ କରିବି ।
ରାଜ୍ୟ ପ୍ରଶାସନର ମଙ୍ଗ ଧରିବା ପରେ ରାଜ୍ୟବାସୀଙ୍କୁ ଏହି ବିଶ୍ୱାସ ଓ ପ୍ରତିଶ୍ରୁତି ଦେଇଛନ୍ତି ଅସିତ୍ କୁମାର ତ୍ରିପାଠୀ । ରାଜ୍ୟର ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ନେତୃତ୍ୱରେ ରାଜ୍ୟ ପ୍ରଶାସନର ଆଭିମୁଖ୍ୟକୁ ସେ ଏଭଳି ବାକ୍ୟରେ ସ୍ପଷ୍ଟ କରିଛନ୍ତି ।
ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରକୁ ଆଧାର କରି ସମସ୍ତ ବିଭାଗରେ ଏକ ଚାର୍ଟର ପ୍ରସ୍ତୁତ ହୋଇଛି । ଏହି ଚାର୍ଟରକୁ ଅନୁସରଣ କରି କାର୍ଯ୍ୟ କରାଯିବ । ଏଥିରେ କୌଣସି ସାଲିସ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।
ସେହିଭଳି ଉନ୍ନୟନ କମିଶନର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର । କହିଛନ୍ତି, ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ଯୋଜନାକୁ ଗୁରୁତ୍ୱ ଦିଆଯିବ । ସବୁ ଅଞ୍ଚଳରେ କିଭଳି ବିକାଶ ହୋଇପାରିବ ଗୁରୁତ୍ୱ ଦିଆଯିବ । କିଭଳି ନୂଆ ଯୋଜନା କରିହେବ ତାହା ମଧ୍ୟ ଦେଖାଯିବ ।
ଆଜି ଗୃହ ବିଭାଗର ଦାୟିତ୍ୱ ବି ସମ୍ଭାଳିଛନ୍ତି ସଞ୍ଜୀବ ଚୋପ୍ରା । ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ଏବଂ କମୁ୍ୟନିଟି ପୋଲିସିଂ ଉପରେ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ଥିବା ଶ୍ରୀ ଚୋପ୍ରା ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି । କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ପ୍ରଦୀପ୍ତ କୁମାର ମହାପାତ୍ର । ପୂର୍ବରୁ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ଏହି ନୂଆ ଦାୟିତ୍ୱ ପାଇଛନ୍ତି । ସେପଟେ ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।
Previous Post

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଚାଲିଗଲେ

Next Post

ବଦଳିଲେ ୩୬ ଆଇପିଏସ୍, ୩ ଓପିଏସ୍: ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିନସିଟି ପୁଲିସ କମିଶନର

Next Post
ବଦଳିଲେ ୩୬ ଆଇପିଏସ୍, ୩ ଓପିଏସ୍: ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିନସିଟି ପୁଲିସ କମିଶନର

ବଦଳିଲେ ୩୬ ଆଇପିଏସ୍, ୩ ଓପିଏସ୍: ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିନସିଟି ପୁଲିସ କମିଶନର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA