ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସରଙ୍କ ବଦଳି ପରେ ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏକାଥରକେ ୩୬ ଜଣ ଆଇପିଏସ୍ ଏବଂ ୩ ଜଣ ଓପିଏସ୍ ଅଫିସରଙ୍କ ବଦଳି ହୋଇଛି । କମିଶନରେଟ୍ ପୁଲିସରେ କମିଶନର ଭାବେ କାର୍ଯ୍ୟରତ ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ ମହାନ୍ତିଙ୍କୁ ଅତିରିକ୍ତ ଡିଜି, ପୁଲିସ ପ୍ରିଜନସ୍ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଡ. ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିନସିଟି ପୁଲିସ କମିଶନର ନିଯୁକ୍ତ ହୋଇଛନ୍ତି ।
୧୯୯୩ ବ୍ୟାଚ୍ ଆଇପିଏସ୍ ଆର.ପି.କୋଚେଙ୍କୁ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ୧୯୯୮ ବ୍ୟାଚ୍ ଆଇପିଏସ୍ ଅମିତାଭ ଠାକୁରଙ୍କୁ ଆଇଜି, ଅପରେସନ ଭାବେ ଅବସ୍ଥାପିତ କରାଯାଇଛି । ୧୯୯୫ ବ୍ୟାଚ୍ ଆଇପିଏସ୍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଆଇଜି, ପର୍ସୋନାଲ୍ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଗୁଇନ୍ଦା ବିଭାଗର ଡିଆଇଜି ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ବଦଳି ହୋଇଛନ୍ତି ।
ବଦଳି ତାଲିକାରେ ଅଛନ୍ତି ୧୩ ଟି ଜିଲ୍ଲାର ଏସପି । ମୟୁରଭଞ୍ଜ, କୋରାପୁଟ, ନୂଆପଡ଼ା, ସମ୍ବଲପୁର, ମାଲକାନଗିରି, ବରଗଡ଼, ଖୋର୍ଦ୍ଧା, ରାଉରକେଲା, ଜଗତସିଂହପୁର, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀର ଜିଲ୍ଲାରେ ନୂଆ ଏସପି/ ଭାରପ୍ରାପ୍ତ ଏସପି ନିଯୁକ୍ତ ହୋଇଛନ୍ତି ।
କିଏ କେଉଁ ଦାୟିତ୍ୱ ପାଇଲେ
୧. ସତ୍ୟଜିତ୍ ମହାନ୍ତି- ଅତିରିକ୍ତ ଡିଜି, ପୁଲିସ ପ୍ରିଜନସ୍ ଏବଂ ଡିସିଏସ୍
୨. ମହେନ୍ଦ୍ର ପ୍ରତାପ- ନିର୍ଦ୍ଦେଶକ, ପ୍ରିଣ୍ଟିଂ ପ୍ରେସ୍ ଆଣ୍ଡ ଷ୍ଟେସନାରୀ, ଓଡ଼ିଶା, କଟକ
୩. ଡ. ସୁଧାଂଶୁ ଷଡ଼ଙ୍ଗୀ- କମିଶନର, ଭୁବନେଶ୍ୱର-କଟକ
୪. ସଞ୍ଜୀବ ପଣ୍ଡା- ପରିବହନ କମିଶନର, ଓଡ଼ିଶା, କଟକ
୫. ଆର.ପି.କୋଚେ- ଅତିରିକ୍ତ ଡିଜିପି, ଆଇନ ଶୃଙ୍ଖଳା, ଓଡ଼ିଶା,କଟକ
୬. ରାଜେଶ କୁମାର- ନିର୍ଦ୍ଦେଶକ,ଏସସିଆରବି,ଓଡ଼ିଶା, ଭୁବନେଶ୍ୱର
୭. ଆଶିଷ କୁମାର ସିଂ- ଡିଆଇଜି, କେନ୍ଦ୍ରାଞ୍ଚଳ, କଟକ
୮. ଦୀପ୍ତେଶ କୁମାର ପଟ୍ଟନାୟକ- ଆଇଜି, ପୂର୍ବାଞ୍ଚଳ, ବାଲେଶ୍ୱର
୯. ସତ୍ୟବ୍ରତ ଭୋଇ- ଡିଆଇଜି, ଦକ୍ଷିଣାଞ୍ଚଳ, ବ୍ରହ୍ମପୁର
୧୦. ହିମାଶୁଂ କୁମାର ଲାଲ- ଡିଆଇଜି, ଉତ୍ତରାଞ୍ଚଳ, ସମ୍ବଲପୁର
୧୧. ସଫିନ୍ ଅହମ୍ମଦ କେ.- ଡିଆଇଜି, ଦକ୍ଷିଣ-ପଶ୍ଚିମାଞ୍ଚଳ, କୋରାପୁଟ
୧୨. ଅମିତେନ୍ଦ୍ର ନାଥ ସିହ୍ନା- ଡିଆଇଜି, ସିଆଇଡ଼ି, କ୍ରାଇମବ୍ରାଞ୍ଚ, ଓଡ଼ିଶା, କଟକ
୧୩. ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ- ଆଇଜି, ପର୍ସୋନାଲ୍
୧୪. ଘନଶ୍ୟାମ ଉପାଧ୍ୟାୟ- ଆଇଜି, ଇଓଡବ୍ଲୁ
୧୫. ଶ୍ରୀମତୀ ଏନ.ବି.ଭାରଥୀ- ଆଇଜି, ଏଚଆରପିସି
୧୬. ଅମିତାଭ ଠାକୁର- ଆଇଜି, ଅପରେସନ୍
୧୭. ପି.ଏସ୍.ରଣପିସେ- ଆଇଜି, ଭିଜିଲାନସ
୧୮. ଶ୍ରୀମତୀ ରେଖା ଲୋହାନୀ-ଆଇଜି, ଆଧୁନୀକିକରଣ, ପ୍ରୋଭିଜନିଂ(ଅତିରିକ୍ତ)
୧୯. ଅସିତ୍ କୁମାର ପାଣିଗ୍ରାହୀ- ଆଇଜି, ହୋମଗାର୍ଡ, ଅଗ୍ନିଶମ ଏବଂ ବେସାମରିକ
୨୦. ଯତୀନ୍ଦ୍ର କୋୟଲ୍- ଆଇଜି, ଏସଏପି
୨୧. ଅନିରୁଦ୍ଧ କୁମାର ସିଂ- ଭାରପ୍ରାପ୍ତ ଡିଆଇଜି, ଏସଆଇଡବ୍ଲୁ
୨୨. ପରମାର ସ୍ମିତ୍ ପରଷୋତ୍ତମଦାସ- ଏସପି, ମୟୁରଭଞ୍ଜ
୨୩. ମୁକେଶ କୁମାର ଭାମୁ- ଏସପି, କୋରାପୁଟ
୨୪. ବିନୀତ୍ ଅଗ୍ରୱାଲ୍- ଭାରପ୍ରାପ୍ତ ଏସପି, ନୂଆପଡ଼ା
୨୫. ସାଗରିକା ନାଥ- ଭାରପ୍ରାପ୍ତ ଡିସିପି, ଟ୍ରାଫିକ, ପୁଲିସ କମିଶନରେଟ୍
୨୬. କନୱର୍ ବିଶାଲ ସିଂ- ଏସପି, ସମ୍ବଲପୁର
୨୭. ଅବିନାଶ କୁମାର, ଏସପି, ଇଓଡବ୍ଲୁ, ଭୁବନେଶ୍ୱର
୨୮. ଖିଲାରି ରିଷିକେଶ ଦ୍ୟାନଦେଓ- ଭାରପ୍ରାପ୍ତ ଏସପି, ମାଲକାନଗିରି
୨୯. ପଦ୍ମିନୀ ସାହୁ- ଏସପି, ବରଗଡ଼
୩୦. ଅଜୟ ପ୍ରତାପ ସ୍ୱାଇଁ- ଭାରପ୍ରାପ୍ତ ଏସପି, ଖୋର୍ଦ୍ଧା
୩୧. ତ୍ରିନାଥ ପଟେଲ- ଭାରପ୍ରାପ୍ତ ଏସଆରପି, ରାଉରକେଲା
୩୨. ସୁଧାଂଶୁ ଶେଖର ମିଶ୍ର- ଏସପି, କ୍ରାଇମବ୍ରାଞ୍ଚ, କଟକ
୩୩. ଆର. ପ୍ରକାଶ- ଏସପି, ଜଗତସିଂହପୁର
୩୪. ୱାଇ. ରଘୁନାଥ ରାଓ- ଭାରପ୍ରାପ୍ତ ଏସପି, ବୌଦ୍ଧ
୩୫. ଜଗମୋହନ ମୀନା- ଏସପି, ଅନଗୁଳ
୩୬. କେ. ଶିବ ସୁବ୍ରମଣି- ଏସପି, ରାଉରକେଲା
୩୭. ମିତ୍ରଭାନୁ ମହାପାତ୍ର- ଏସପି, କେନ୍ଦୁଝର
୩୮. ଡ. ସାର୍ଥକ ଷଡ଼ଙ୍ଗୀ- ଏସପି, ଭିଜିଲାନସ୍, କଟକ
୩୯. ମଦକାର ସନ୍ଦୀପ ସମ୍ପତ- ଏସପି, ବଲାଙ୍ଗୀର