Monday, May 25, 2026 05:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନେତାଙ୍କୁ ନିରଞ୍ଜନଙ୍କ ଆହ୍ୱାନ: କାନକୁହା କଥା ଛାଡ଼, ଗୋଷ୍ଠୀ ବିବାଦ ଭୁଲ

by Our Correspondent
21 Apr, 2018- 11:51 PM
in Latest News, Politics
1 min read
0
ନେତାଙ୍କୁ ନିରଞ୍ଜନଙ୍କ ଆହ୍ୱାନ: କାନକୁହା କଥା ଛାଡ଼, ଗୋଷ୍ଠୀ ବିବାଦ ଭୁଲ
ଭୁବନେଶ୍ୱର: କାନକୁହା ଲୋକଙ୍କୁ କଂଗ୍ରେସରେ ଆଉ ସ୍ଥାନ ନାହିଁ । ଦୁର୍ନୀତିଗ୍ରସ୍ତ, ଅପରାଧୀଙ୍କୁ ଏ ଦଳରେ ଆଉ ସ୍ଥାନ ନାହିଁ । ପୁରୁଣା ନେତାଙ୍କ ବଦଳରେ ଯୁବକଙ୍କୁ ଅଧିକ ସୁଯୋଗ ମିଳିବ । ଯିଏ ନିଜ ଅଞ୍ଚଳ ଛାଡ଼ି ଭୁବନେଶ୍ୱରରେ ଲବି, କାନକୁହା କଥାରେ ମାତିବେ ତାଙ୍କୁ ଟିକେଟ ଦିଆଯିବ ନାହିଁ । ନବନିଯୁକ୍ତ ପିସିସି ସଭାପତି ଆଜି ତାଙ୍କ ସମ୍ବର୍ଦ୍ଧନା ସଭାରେ ଏମିତି ରୋକେଠୋକ କଥା ଶୁଣାଇ ଦେଇଛନ୍ତି । ନିରଞ୍ଜନ କହିଛନ୍ତି, ମୁଁ କାନକୁହା କଥାରେ ବିଶ୍ୱାସ କରେନି କି କୌଣସି ଗୋଷ୍ଠୀରେ ବିଶ୍ୱାସ କରେନି । କଂଗ୍ରେସରେ ଆଉ ଗୋଷ୍ଠୀ ଫୋଷ୍ଠି ଚଳିବନି । ଗୋଷ୍ଠୀ କନ୍ଦଳକୁ ସମସ୍ତେ ଭୁଲିଯାଆନ୍ତୁ । ଅତୀତରେ ଆମ ଭୁଲ ପାଇଁ ଆମକୁ ବହୁତ ହରାଇବାକୁ ପଡ଼ିଛି । ଆମର ଭାବମୂର୍ତ୍ତି ସଙ୍କଟରେ ପଡ଼ିଛି । ଆମେ ପ୍ରସାଦ ହରିଚନ୍ଦନଙ୍କୁ ଭୁଲ୍ ଦେବା ଠିକ୍ ନୁହେଁ । କାରଣ ଆମେ ତାଙ୍କୁ ସହଯୋଗ କରିନେ । ହେଲେ ଏବେ ସେସବୁ ଭୁଲି ଆଗକୁ ବଢ଼ିବାକୁ ପଡ଼ିବ । ଲୋକଙ୍କ ଭଲ ପାଇବା ଓ ବିଶ୍ୱାସଭାଜନ ହେବାକୁ ପଡ଼ିବ । ବିଜେଡ଼ି ଓ ବିଜେପିକୁ ଉଚିତ ଜବାବ ଦେବାକୁ ପଡ଼ିବ । ସମସ୍ତେ ଏକତ୍ରିତ ହୋଇ ଲଢ଼ିଲେ କଂଗ୍ରେସ ଉଠିବ । ଓଡ଼ିଶା ହସିବ । ଆସ ଆମ ଭୁଲ୍ କୁ ସୁଧାରି କଠିନ ପରିଶ୍ରମ କରିବା । ନେତା ଲିଷ୍ଟରେ ନାଁ ଚଢ଼େଇ ଖସିଯିବାନାହିଁ । ଲୋକଙ୍କୁ ଭଲ ପାଇ ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ । ଆସ ମିଳିମିଶି ଆଜି ଶପଥ ନେବା ଏବଂ ଓଡ଼ିଶାକୁ ହସାଇବା ବୋଲି ନିରଞ୍ଜନ ଆହ୍ୱାନ ଦେଇଛନ୍ତି ।
ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ କାର୍ଯ୍ୟକାରୀ ସଭାପତି ନବ ଦାସ, ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝୀ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଭାଷଣ ଦେଇ କଂଗ୍ରେସ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଛନ୍ତି । ସବୁ ଭେଦଭାବ ଭୁଲି ଏକାଠି ଲଢ଼େଇ କରିବାକୁ ଶପଥ ନେଇଛନ୍ତି ।
ଭୁବନେଶ୍ୱରରେ ପହଞ୍ଚିବା ପରେ ପିସିସିର ନୂଆ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ୍ କୁ ଆଜି ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଥିଲା । ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବରେ ଦିଲ୍ଲୀ ବିମାନ ପହଞ୍ଚିଥିଲେ ମଧ୍ୟ ଅପେକ୍ଷାରତ କଂଗ୍ରେସ କର୍ମୀମାନେ ଅତ୍ୟନ୍ତ ଉତ୍ସାହର ସହ ସେମାନଙ୍କର ନେତାଙ୍କୁ ପାଛୋଟି ଆଣିଥିଲେ । ଏୟାରପୋର୍ଟରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ଟିମ୍ ନିରଞ୍ଜନଙ୍କୁ ଏକ ବିଶାଳ ପଟୁଆରରେ ଅଣାଯାଇଥିଲା । ରାସ୍ତା ଜନସମୁଦ୍ର ପାଲଟିଥିଲା । ଏହି ରାସ୍ତା ଅତିକ୍ରମ କରିବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । କଂଗ୍ରେସ ଭବନରେ ପଟୁଆର ପହଞ୍ଚିଥିଲା ରାତି ୯ଟାରେ ।
ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ସଭାପତି ନିରଞ୍ଜନ ପଟ୍ଟନାୟକ ଖୋଲା କାରର ଆଗରେ ଛିଡ଼ା ହୋଇ ସମର୍ଥକଙ୍କଠାରୁ ଅଭିନନ୍ଦନ ଓ ଫୁଲତୋଡ଼ା ଗ୍ରହଣ କରୁଥିଲେ । ସେହି କାରରେ ବସିଥିଲେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ, କାର୍ଯ୍ୟକାରୀ ସଭାପତି ନବ ଦାସ, ଚିରଞ୍ଜିବୀ ବିଶ୍ୱାଳ ଏବଂ ପ୍ରଦୀପ ମାଝୀ । ଓଡ଼ିଶା ପାଇଁ ନିଯୁକ୍ତ ତିନି ସହପ୍ରଭାରୀଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏହି ପଟୁଆରରେ ସାମିଲ ହୋଇଥିଲେ । ରାସ୍ତାସାରା ଏତେ ଭିଡ଼ ହୋଇଥିଲା ଯେ ଟ୍ରାଫିକ୍ ନିୟମନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା । ରାହୁଲ ଗାନ୍ଧୀ, ନିରଞ୍ଜନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନିରେ ରାଜଧାନୀ ରାସ୍ତା କମ୍ପୁଥିଲା । ବାଜା, ବାଣରେ ଥରୁଥିଲା ରାଜରାସ୍ତା ।
କଂଗ୍ରେସ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ସଭାସ୍ଥଳ ବି ଜନସମୁଦ୍ର ପାଲିଟିଥିଲା । ମଞ୍ଚ ତଳେ ସମସ୍ତ ବିଧାୟକ, ବରିଷ୍ଠ ନେତା, ମହିଳା, ସେବାଦଳ, ଯୁବ ଓ ଛାତ୍ର କଂଗ୍ରେସର ନେତାମାନେ ଉପସ୍ଥିତ ଥିଲେ । ତେବେ ଜିତେନ୍ଦ୍ର ସିଂହ ଓ ଟିମ୍ ନିରଞ୍ଜନ ମଞ୍ଚରେ ଉପସ୍ଥିତ ହେବା କ୍ଷଣି ଆଗ ଖୋଜା ପଡ଼ିଥିଲେ ମଞ୍ଚ ତଳେ ବସିଥିବା ପ୍ରସାଦ ହରିଚନ୍ଦନ । ସେ ମଞ୍ଚକୁ ଆସିବାକୁ ନିରଞ୍ଜନ ଅନୁରୋଧ କରିଥିଲେ । ଜିତେନ୍ଦ୍ର ସିଂହ ନିଜେ ତାଙ୍କୁ ସଭାମଞ୍ଚକୁ ପାଛୋଟି ଆଣିଥିଲେ । ପ୍ରସାଦ ତାଙ୍କ ଭାଷଣରେ ଦଳ ପାଇଁ ସମସ୍ତେ ଏକଜୁଟ୍ ହୋଇ ଲଢ଼ିବାକୁ ଆହ୍ୱାନ ଦେଇଥିଲେ । ନିରଞ୍ଜନ ବାବୁଙ୍କ ନେତୃତ୍ୱରେ କଂଗ୍ରେସ ଆଗେଇବ ବୋଲି ପ୍ରସାଦ କହିଥିଲେ । ଆଜିର ସ୍ୱାଗତ ସମ୍ବର୍ଦ୍ଧନାରେ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
Previous Post

ୟାଙ୍କ ପାଇଁ ଟିକେଟ ପକ୍କା କଲେ ଧର୍ମେନ୍ଦ୍ର

Next Post

କଂଗ୍ରେସ ଜୋସ୍: ଏଥର କିନ୍ତୁ…‘ମୁଁ ନୁହେଁ, ଆମେ’

Next Post
କଂଗ୍ରେସ ଜୋସ୍: ଏଥର କିନ୍ତୁ…‘ମୁଁ ନୁହେଁ, ଆମେ’

କଂଗ୍ରେସ ଜୋସ୍: ଏଥର କିନ୍ତୁ...‘ମୁଁ ନୁହେଁ, ଆମେ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA