Wednesday, April 29, 2026 03:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୈତିକତା ରଖିଲେ, ନେତୃତ୍ୱ ଛାଡ଼ିଲେ

by Our Correspondent
03 Jul, 2019- 07:38 PM
in Latest News, National, News
1 min read
0
ନୈତିକତା ରଖିଲେ, ନେତୃତ୍ୱ ଛାଡ଼ିଲେ
ନୂଆଦିଲ୍ଲୀ: ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ପ୍ରଥମରୁ ନିଜକୁ ଦାୟୀ କରି ଆସିଥିବା ରାହୁଲ ଗାନ୍ଧୀ ତାଙ୍କ ଜିଦ୍ ରୁ ହଟିଲେ ନାହିଁ । ସାରା ଦେଶର କଂଗ୍ରେସ ନେତା ଓ କର୍ମୀମାନଙ୍କ ଆଗ୍ରହକୁ ଅତ୍ୟନ୍ତ ବିନମ୍ରତାର ସହ ଅଗ୍ରାହ୍ୟ କରିଦେଲେ । କଂଗ୍ରେସ ଅଧ୍ୟକ୍ଷ ପଦରୁ ଶେଷରେ ଆଜି ବିଧିବଦ୍ଧ ଇସ୍ତଫା ଦେଲେ ରାହୁଲ ।
ଦଳର ଶୋଚନୀୟ ବିପର୍ଯ୍ୟୟର ଉତ୍ତର ଦାୟିତ୍ୱ ସେ ନେଉଛନ୍ତି । ଏହା ନ ହେଲେ କଂଗ୍ରେସ ଆଗକୁ ବଢ଼ିପାରିବ ନାହିଁ । କ୍ଷମତାର ଇଚ୍ଛାକୁ ବଳି ନଦେଲେ ଆଦର୍ଶଗତ ଲଢ଼େଇରେ ବିରୋଧୀଙ୍କୁ ପରାସ୍ତ କରିବା ସମ୍ଭବ ନୁହେଁ । ସେଥିପାଇଁ ତ୍ୟାଗ ଦରକାର । ମୁଁ କଂଗ୍ରେସରେ ଜନ୍ମ ନେଇଛି । ଏହି ଦଳ ମୋ ଶିରା ପ୍ରଶିରାରେ ରକ୍ତ ପରି ରହିଛି ଏବଂ ଜୀବନ ଥିବା ଯାଏଁ ରହିଥିବ । ଦଳ ଯେତେବେଳେ ମୋର ସହଯୋଗ ଦରକାର କରିବ ମୁଁ ସଦାବେଳେ ପ୍ରସ୍ତୁତ । ଟୁଇଟ୍ ଜରିଆରେ ଏକ ଚାରିପୃଷ୍ଠିଆ ଇସ୍ତଫାପତ୍ରରେ ଏମିତି ଅନେକ ଆବେଗପୂର୍ଣ୍ଣ କଥା କହିିଛନ୍ତି ରାହୁଲ ।
ରାହୁଲ ଲେଖିଛନ୍ତି, ଦଳର ଅଧ୍ୟକ୍ଷ ଭାବେ ନିର୍ବାଚନ ପରାଜୟର ଉତ୍ତର ଦାୟିତ୍ୱ ନେଉଛି । ଏହି ନିର୍ବାଚନ ପରାଜୟ ପାଇଁ ଅନେକ ନେତାଙ୍କୁ ଉତ୍ତରଦାୟିତ୍ୱ ନେବାକୁ ପଡ଼ିବ । କିନ୍ତୁ ସେମାନଙ୍କୁ ଦାୟୀ କରି ମୁଁ ଉତ୍ତରଦାୟିତ୍ୱରୁ ଦୂରେଇ ରହିବା ଭୁଲ୍ ହୋଇଥାଆନ୍ତା । କଂଗ୍ରେସକୁ ସଶକ୍ତ କରିବାକୁ ହେଲେ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ । ଦଳର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ସାମିଲ ହେବାକୁ ମନା କରିଛନ୍ତି ରାହୁଲ । ସେ କାହାରି ନାଁ ପ୍ରସ୍ତାବ ଦେବେ ନାହିଁ । ଦଳର ୱାର୍କିଂ କମିଟି ଖୁବ୍ ଶୀଘ୍ର ବୈଠକ ଡାକି ଏ ବାବଦରେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି ।
ବିଜେପି ପ୍ରତି ତାଙ୍କର କୌଣସି ଘୃଣା କି କ୍ରୋଧ ନାହିଁ ବୋଲି ରାହୁଲ କହିଛନ୍ତି । କିନ୍ତୁ ସେମାନଙ୍କ ପରିକଳ୍ପନାର ଭାରତକୁ ଗ୍ରହଣ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ରାଜନୈତିକ କ୍ଷମତା ପାଇଁ ଚଳିତ ନିର୍ବାଚନ ଯୁଦ୍ଧ ମୋ ପାଇଁ ସହଜ ନ ଥିଲା । ମୁଁ ଏକାକୀ ପ୍ରଧାନମନ୍ତ୍ରୀ ଓ ଆରଏସଏସ ସହ ଲଢ଼େଇ କରୁଥିଲି । ତେବେ ଯେଉଁ ଆଦର୍ଶରେ ଭାରତ ଗଢ଼ା ହୋଇଥିଲା ସେ ଆଦର୍ଶର ଭାରତ ଆଉ ନାହିଁ । ଭାରତୀୟମାନଙ୍କ ସ୍ୱରକୁ ବିଜେପି ଦବାଇ ରଖିଛି । ମାତ୍ର କଂଗ୍ରେସ ଏହି ସ୍ୱର ରଖିବାକୁ ଦେବ । ଭାରତ ଓ ଭାରତୀୟମାନଙ୍କ ପ୍ରତି କଂଗ୍ରେସର ପ୍ରତିବଦ୍ଧତା ରହିଛି ଏବଂ ରହିଥିବ ବୋଲି ରାହୁଲ କହିଛନ୍ତି । ମୁଁ ଭାରତକୁ ବହୁତ ଭଲ ପାଏ । କଂଗ୍ରେସ ଅଧ୍ୟକ୍ଷ ଭାବେ ଲୋକଙ୍କ ଭଲ ପାଇବା ଓ ସମ୍ମାନ ପାଇଁ ଋଣୀ ହୋଇ ରହିବେ ବୋଲି ରାହୁଲ କହିଛନ୍ତି ।
ସୂଚନାଯୋଗ୍ୟ, ଗତଥର ଭଳି ଏଥର ନିର୍ବାଚନରେ ମଧ୍ୟ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି । ୫୪୩ ଲୋକସଭା ଆସନରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସକୁ ମିଳିଛି ମାତ୍ର ୫୨ଟି ଆସନ । ଦଳର ଏଭଳି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ରାହୁଲ ତତକ୍ଷଣାତ ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ଘୋଷଣା କରିଥିଲେ । ମାତ୍ର ଅଧ୍ୟକ୍ଷ ପଦ ନ ଛାଡ଼ିବାକୁ ତାଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା । ହେଲେ ନିଜ ଜିଦ୍ ରୁ ହଟି ନ ଥିଲେ ରାହୁଲ ।

ମୋତିଲାଲା ଭୋରା ଅନ୍ତରୀଣ ଅଧ୍ୟକ୍ଷ

ପରବର୍ତ୍ତୀ ସଭାପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଦଳର ପୁରୁଖା ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ମୋତିଲାଲ ଭୋରାଙ୍କୁ ଅନ୍ତରୀଣ ସଭାପତି କରାଯାଇଛି ।

ବଦଳିବ ଓଡ଼ିଶା ସଂଗଠନ

ଓଡ଼ିଶାରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନ ହେବ । କେନ୍ଦ୍ରୀୟ ପ୍ରଭାରୀ ଜିତେନ୍ଦ୍ର ସିଂ ଆଜି ଏହି ସୂଚନା ଦେଇଛନ୍ତି । ବ୍ଲକ୍ ସ୍ତରଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଏହି ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି ।
Previous Post

ବିଧାୟକମାନଙ୍କୁ ବ୍ରେକଫାଷ୍ଟ ଖୁଆଇ ଟିଉସନ୍ କଲେ ନବୀନ

Next Post

ଜୁଲାଇ ୨୦ରେ ପାଟକୁରା ନିର୍ବାଚନ

Next Post
ଜୁଲାଇ ୨୦ରେ ପାଟକୁରା ନିର୍ବାଚନ

ଜୁଲାଇ ୨୦ରେ ପାଟକୁରା ନିର୍ବାଚନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA