Tuesday, May 26, 2026 06:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ନ୍ୟୁଜ୍ ଫ୍ୟୁଜ୍’ ଛାଡ଼ିବେ କୁନା ତ୍ରିପାଠୀ !

by Our Correspondent
10 May, 2018- 11:13 PM
in Latest News, News
1 min read
0
‘ନ୍ୟୁଜ୍ ଫ୍ୟୁଜ୍’ ଛାଡ଼ିବେ କୁନା ତ୍ରିପାଠୀ !

ଭୁବନେଶ୍ୱର: ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ କୁନା ତ୍ରିପାଠୀ ନିଯୁକ୍ତି ପାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । କୁନା ତ୍ରିପାଠୀଙ୍କ ଏହି ନିଯୁକ୍ତି ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ‘ନ୍ୟୁଜ୍ ଫ୍ୟୁଜ୍’ ର ଭବିଷ୍ୟତକୁ ଘାଟାରେ ପକାଇ ଦେଇଛି । ଖୁବ୍ ଶୀଘ୍ର ‘ନ୍ୟୁଜ୍ ଫ୍ୟୁଜ୍’ କାର୍ଯ୍ୟକ୍ରମରୁ ସେ ବିଦାୟ ନେଇପାରନ୍ତି । ଶ୍ରୀ ତ୍ରିପାଠୀ ଏ ପର୍ଯ୍ୟନ୍ତ ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ତାଙ୍କ ଇସାରାରୁ ଏହାର ବାତ୍ସ୍ନା ମିଳିଛି ।

ଶ୍ରୀ ତ୍ରିପାଠୀଙ୍କ ନୂଆ ନିଯୁକ୍ତି ଘୋଷଣା ପରେ ପରେ ଆଜି କିଛି ଗଣମାଧ୍ୟମ ପ୍ରତିନିଧ ଏ ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ଚାହିଁଥିଲେ । ତେବେ ସିଧାସଳଖ କୌଣସି ଉତ୍ତର ଦେଇ ନ ଥିଲେ । ଅଧ୍ୟାପନା ଛାଡ଼ି କଳାକାର ହେଲି । ଏବେ ରାଜ୍ୟ ସରକାର ଚଳଚିତ୍ର ଉନ୍ନୟନ ନିଗମର ଗୁରୁ ଦାୟିତ୍ୱ ଦେଇଛନ୍ତି । ଏହାକୁ ସୂଚାରୂରୂପେ ପାଳନ କରିବି ବୋଲି ସେ କହିଛନ୍ତି । ‘ନ୍ୟୁଜ୍ ଫ୍ୟୁଜ୍’ ଛାଡ଼ିବା ନେଇ ସାମ୍ବାଦିକଙ୍କ ଉତ୍ତରକୁ ସେ ଏଡ଼ାଇ ଦେଇଥିଲେ ମଧ୍ୟ ତାଙ୍କର ପ୍ରାଥମିକତା ଓଡ଼ିଶା ଚଳଚିତ୍ର ନିଗମ ବୋଲି କହିଛନ୍ତି ।
କୁନାଙ୍କ ଏହି ମନ୍ତବ୍ୟରୁ ତାଙ୍କର ‘ନ୍ୟୁଜ୍ ଫ୍ୟୁଜ୍’ ଛାଡ଼ିବା ସଙ୍କେତ ମିଳିଛି । ସମୟ ପାଆନ୍ତୁ କି ନ ପାଆନ୍ତୁ ସେ ଓଟିଭିର ‘ନ୍ୟୁଜ୍ ଫ୍ୟୁଜ୍’ ଛାଡ଼ିବାର ଏକ ରାଜନୈତିକ ବାଧ୍ୟବାଧକତା ମଧ୍ୟ ସାମନାକୁ ଆସୁଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କର ବିରୋଧୀ ପାଲଟିଛି ଓଟିଭି । ବିଜେଡ଼ିରୁ ବୈଜୟନ୍ତ ପଣ୍ଡା ଆଉଟ୍ ହେଲା ପରେ ତାଙ୍କ ଟିଭି ବିଜେଡ଼ି ଓ ସରକାରଙ୍କୁ ଏକପାଖିଆ ଆକ୍ରମଣ ଚଳାଇଛି । ବିଜେଡ଼ି ଓ ବୈଜୟନ୍ତଙ୍କ ମଧ୍ୟରେ ଅବିକା ଅହି ନକୂଳ ସମ୍ପର୍କ । ରାଜ୍ୟ ସରକାରଙ୍କ ଏକ ନିଗମରେ ଅଧ୍ୟକ୍ଷ ପଦରେ ରହି ସରକାରଙ୍କ ପରମ ଶତ୍ରୁ ବନିଥିବା ବୈଜୟନ୍ତଙ୍କ ଟିଭିରେ ସେ ଯେ ଆଉ କାମ କରିବେ ତାହା କାହାରିକୁ ବିଶ୍ୱାସ ହେଉନାହିଁ । କୁହାଯାଉଛି, ବୈଜୟନ୍ତ ବିଜେଡ଼ିର ପରମ ଶତ୍ରୁ ପାଲଟିବା ପରେ କୁନା ତାଙ୍କ ଟିଭିର ଏହି ଲୋକପ୍ରିୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇବା ପାଇଁ ବାଟ ଖୋଜୁଥିଲେ । ଏବେ ଚଳଚିତ୍ର ନିଗମର ଅଧ୍ୟକ୍ଷ ପଦ ପାଇଲା ପରେ ତାଙ୍କ ପାଇଁ ଖସିବା ବାଟ ମିଳିଯାଇଛି ।
ସୂଚନାଯୋଗ୍ୟ, ବିଶିଷ୍ଟ କଳାକାର ତଥା ସିନେ ଅଭିନେତା କୁନା ତ୍ରିପାଠୀଙ୍କ ବିଚକ୍ଷଣ ଉପସ୍ଥାପନା(ଆଙ୍କରିଂ) ଯୋଗୁଁ ଓଟିଭିର ‘ନ୍ୟୁଜ୍ ଫ୍ୟୁଜ୍’ କାର୍ଯ୍ୟକ୍ରମ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି । ଟିଆରପି ଦୃଷ୍ଟିରୁ ଏହା ଶ୍ରେଷ୍ଠ କାର୍ଯ୍ୟକ୍ରମର ମାନ୍ୟତା ପାଇଛି । ୪ ବର୍ଷ ତଳେ କାର୍ଯ୍ୟକ୍ରମର ଲୋକପ୍ରିୟ ସଂଚାଳକ କୁନା ବିଜେଡ଼ିରେ ଯୋଗଦେଇ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରହିଆସିଛନ୍ତି । ନିର୍ବାଚନ ସମୟରେ ଦଳର ଷ୍ଟାର୍ ପ୍ରଚାରକ ଭାବେ ରହିଆସୁଛନ୍ତି । ‘ନ୍ୟୁଜ୍ ଫ୍ୟୁଜ୍’ ଫେମ୍ ଭାବେ କୁନା ସାରା ଓଡ଼ିଶାର କୋଣ ଅନୁକୋଣରେ ବେଶ୍ ଲୋକପ୍ରିୟ । ଏହି କାର୍ଯ୍ୟକ୍ରମରୁ ସେ ବିଦାୟ ନେଲେ ‘ନ୍ୟୁଜ୍ ଫ୍ୟୁଜ୍’ ର ପୂର୍ବ ଆକର୍ଷଣ ଆଉ ରହିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
Previous Post

ପଣ୍ଡା ଇନଫ୍ରା ନିର୍ଦ୍ଦେଶକ ଗିରଫ, ଏଥର ସରକାରୀ ବାବୁଙ୍କ ପାଳି !

Next Post

ଡିଜିପି ଶର୍ମାଙ୍କୁ ‘ପୁଲିସ ଏକ୍ସଲେନ୍ସ ଆୱାର୍ଡ’

Next Post
ଡିଜିପି ଶର୍ମାଙ୍କୁ ‘ପୁଲିସ ଏକ୍ସଲେନ୍ସ ଆୱାର୍ଡ’

ଡିଜିପି ଶର୍ମାଙ୍କୁ ‘ପୁଲିସ ଏକ୍ସଲେନ୍ସ ଆୱାର୍ଡ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA