Thursday, April 30, 2026 08:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପଟ୍ଟନାୟକ-ବାରିକଙ୍କ ଜିମାରେ ସ୍ୱାସ୍ଥ୍ୟ ବିଭାଗ !

by Our Correspondent
15 Sep, 2019- 01:41 PM
in Latest News, News
1 min read
0
ପଟ୍ଟନାୟକ-ବାରିକଙ୍କ  ଜିମାରେ ସ୍ୱାସ୍ଥ୍ୟ ବିଭାଗ !
ଭୁବନେଶ୍ୱର: ପଟ୍ଟନାୟକ ଏବଂ ବାରିକଙ୍କ ଜିମାରେ ଏବେ ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କର ଏମାନେ ଡାହାଣ ଓ ବାମ ହାତ । କେଉଁ ଡାକ୍ତରଙ୍କର କେଉଁଠି ପୋଷ୍ଟିଂ ହେବ, କେଉଁ ଫାଇଲ୍ ଉପରେ ମନ୍ତ୍ରୀ କ’ଣ ଲେଖିବେ, ମନ୍ତ୍ରୀ କାହାକୁ ଭେଟିବେ ନ ଭେଟିବେ ତାହା କୁଆଡ଼େ ନିର୍ଦ୍ଧାରଣ କରୁଛନ୍ତି ଏହି ପଟ୍ଟନାୟକ-ବାରିକ ଯୋଡି । ସେମାନେ କିଏ ଏବଂ ସେମାନଙ୍କ ପେଶା କ’ଣ ଅନ୍ୟ କେହି ଜାଣନ୍ତିନି । ମାତ୍ର ମନ୍ତ୍ରୀଙ୍କ ପାଖଲୋକ ହିସାବରେ ସେମାନଙ୍କ ଭାରି ଖାଦି । ମନ୍ତ୍ରୀଙ୍କ ଛାଇ ଭଳିଆ ରହିଛନ୍ତି । ସଚିବାଳୟକୁ ମନ୍ତ୍ରୀଙ୍କ ଆଗମନ ପୂର୍ବରୁ ଦୁହେଁ ପହଞ୍ଚି ଯାଉଛନ୍ତି । ମନ୍ତ୍ରୀଙ୍କ ଦପ୍ତରରେ ଦୁହେଁ ସର୍ବେସର୍ବା । ସତେ ଯେମିତି ୫ ବର୍ଷ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦପ୍ତରକୁ ସେମାନେ ପାୱାର ଅଫ ଆଟର୍ଣ୍ଣି ସୂତ୍ରରେ ନେଇଯାଇଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦପ୍ତର ସହ ସମ୍ପର୍କରେ ଥିବା ଅଫିସର ଓ କର୍ମଚାରୀମାନଙ୍କ ମଧ୍ୟରେ ଏବେ ଏହା ଭାଳେଣି ପକାଇଛି । ସମସ୍ତେ ଏହା ଦେଖୁଥିଲେ ମଧ୍ୟ ପାଟି ଖୋଲିବାକୁ ସାହାସ କରୁନାହାନ୍ତି । ସେମାନଙ୍କ ଧାରଣା, କଂଗ୍ରେସରୁ ବିଜେଡ଼ିକୁ ଡେଇଁ କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଥିବା ନବ ବାବୁ ବହୁତ ପାୱାରଫୁଲ୍ । ମୁଖ୍ୟମନ୍ତ୍ରୀଙ୍କର ପାଖ ଲୋକ । ତୃତୀୟ ମହଲାରେ ତାଙ୍କର ଭାରି କାଟତି । ତେଣୁ ମନ୍ତ୍ରୀଙ୍କ କାରସାଦି ଉପରେ ମୁହଁ ଖୋଲିଲେ ଅସୁବିଧାରେ ପଡ଼ିବା ଥୟ ।
ସଚିବାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ମନ୍ତ୍ରୀ ମହୋଦୟ ଏହି ପଟ୍ଟନାୟକ ଓ ବାରିକ ବାବୁଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଯାଇଛନ୍ତି । ନିର୍ଭର ତ ନୁହେଁ, ବିଭାଗଟିକୁ ସମ୍ପୂର୍ଣ୍ଣ ଭାବେ ଦୁହଁଙ୍କ ହାତରେ ଛାଡ଼ି ଦେଇଛନ୍ତି । ମନ୍ତ୍ରୀଙ୍କ ପଟୁ ବିଭାଗର ଯାବତୀୟ ନିଷ୍ପତ୍ତି ଓ ନୋଟସିଟ୍ ସେମାନେ ଡାକୁଛନ୍ତି । କେବଳ ଯାହା ଫାଇଲ୍ ଦସ୍ତଖତରେ ସୀମିତ ରହିଛି ମନ୍ତ୍ରୀଙ୍କ ଦାୟିତ୍ୱ । କରିତକର୍ମା ଯୋଡି ପଟ୍ଟନାୟକ-ବାରିକ ବି ଏହି ମୌକାରେ ନିଜକୁ ଜ୍ଞାନୀ, ଗୁଣୀ ବୋଲି ଭାବିନେଇଛନ୍ତି । ଆଇଏଏସ୍, ଓଏଏସ୍ ଙ୍କୁ ପାଣି ପିଆଇ ଦେବେ ବୋଲି ନିଜେ ନିଜେ ଧାରଣା ସୃଷ୍ଟି କରିଛନ୍ତି । ମନ୍ତ୍ରୀଙ୍କ ବିନା ସାହାସରେ ଏହା ଯେ ହେଉଛି ତାହା ସମ୍ଭବ ନୁହେଁ । ତେବେ ଏସବୁ କାରବାର ପଛରେ ଲୁଚିଥିବା ଗୁମରଟି କ’ଣ ତାହା କହିବା ଅନାବଶ୍ୟକ ବୋଲି ସେ କହିଛନ୍ତି ।
ନିକଟରେ ଘଟିଥିବା ଏକ ଘଟଣାକୁ ନେଇ ବିଭାଗରେ ଏବେ ଜୋରଦାର ଆଲୋଚନା । ପଞ୍ଚମ ପାଳି ବିଜେଡ଼ି ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସବୁ ବିଭାଗର ହିସାବ ନିକାଶ ମାଗିଥିଲେ । ସରକାରୀ ପ୍ରକ୍ରିୟାରେ, ବିଭାଗର ଉପଲବ୍ଧି ଓ ସଫଳତାର ତଥ୍ୟ ସଂଗ୍ରହ କରି ତାହାକୁ ପ୍ରସ୍ତୁତ କରିବା ଦାୟିତ୍ୱ ଅଫିସରମାନଙ୍କର । ମାତ୍ର ସ୍ୱାସ୍ଥ୍ୟ ବିଭାଗରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଅଫିସରଙ୍କ ବଦଳରେ ପ୍ରସ୍ତୁତି କାର୍ଯ୍ୟକୁ ପଟ୍ଟନାୟକ-ବାରିକଙ୍କ ହାତରେ ସମର୍ପି ଦେଇଥିଲେ ମନ୍ତ୍ରୀ । ତେବେ ବିଭାଗୀୟ ସଚିବ ଏହା ଜାଣିବା ପରେ ମନ୍ତ୍ରୀଙ୍କ କାର୍ଯ୍ୟକୁ ଖାଲି ନାପସନ୍ଦ କରି ନ ଥିଲେ ବରଂ ତାହାକୁ ସେ ପ୍ରତ୍ୟାଖାନ କରିଦେଇଥିଲେ । ମନ୍ତ୍ରୀ ଜିଦ୍ ଧରିଥିଲେ ମଧ୍ୟ ସଚିବ ଶୁଣି ନ ଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
କୁହାଯାଉଛି, ପଟ୍ଟନାୟକ-ବାରିକଙ୍କ ସୌଜନ୍ୟରୁ ପ୍ରସ୍ତୁତ ରିପୋର୍ଟରେ ଗୁଡ଼ାଏ ଅବାସ୍ତବ କଥା ଦିଆଯାଇଥିଲା । ଯାହା ଥିଲା ସରକାରୀ ତଥ୍ୟ ଓ ଯୋଜନା ବାହାରେ । କେବଳ ସଚିବ ନୁହଁନ୍ତି, ମନ୍ତ୍ରୀଙ୍କ ଦପ୍ତରର ଅଧିକାରୀମାନେ ମଧ୍ୟ ଏହା ଗ୍ରହଣ କରିବାକୁ ସାହାସ କରି ନ ଥିବା ଜଣାପଡ଼ିଛି ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଏହି ଦୁଇ ସେନାପତିଙ୍କୁ ନେଇ ସଚିବାଳୟ ମନ୍ତ୍ରୀ କରିଡ଼ରରେ ଜୋରଦାର ଚର୍ଚ୍ଚା । ମନ୍ତ୍ରୀ ସେମାନଙ୍କ ପାଇଁ ଏମିତି ଅନ୍ଧ ହେବା ସମସ୍ତଙ୍କୁ ଚକିତ କରିଛି । ପୂର୍ବରୁ କୋଉ ମନ୍ତ୍ରୀଙ୍କ ଅମଳରେ ଏଭଳି ଦେଖିବାକୁ ମିଳି ନ ଥିଲା । ମନ୍ତ୍ରୀଙ୍କ ସହ ସମ୍ପର୍କରେ ରହୁଥିବା ନେତା, ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏଭଳି କାରବାରକୁ ସହ୍ୟ ନ କରି ତ୍ରାହି ତ୍ରାହି ଡାକୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାନକୁ କେମିତି କଥା ନେବେ ତାହା ସେମାନଙ୍କ ପାଇଁ ଏବେ ବଡ଼ ଚିନ୍ତା ।
ସୂଚନାଥାଉକି, ଦୁଇ ଦିନ ତଳେ କିଛି ପ୍ରମୁଖ ଖବରକାଗଜରେ ଏକ ବିଜ୍ଞାପନ ବାହାରିଥିଲା । ଏକ ଘରୋଇ କ୍ଲିନିକ୍ ଆଣୁଥିବା ଅତ୍ୟାଧୁନିକ ଏଣ୍ଡୋସାଇଟୋସ୍କୋପ୍ ମେସିନ୍ ର ବିଜ୍ଞାପନ ଦିଆଯାଇଥିଲା । ଏହାର ଉଦ୍ୟୋକ୍ତା ଜନୈକ ଘରୋଇ ଡାକ୍ତରଙ୍କ କାନ୍ଧରେ କାନ୍ଧ ମିଶାଇ ଫଟୋ ଉଠାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଘରୋଇ ସ୍ୱାସ୍ଥ୍ୟସେବାର ବ୍ରାଣ୍ଡ ଆମ୍ବାସଡ଼ର ଭଳି ବିଜ୍ଞାପନରେ ବାହାରିଥିଲେ ମାନ୍ୟବର ମନ୍ତ୍ରୀ ।
Previous Post

ଅମାନିଆ ପୁଲିସ ଉପରେ କଠୋର ହେଲେ ମୁଖ୍ୟମନ୍ତ୍ରୀ

Next Post

ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ୍: ସରକାରୀ କ୍ୱାର୍ଟର ନ ଛାଡ଼ିଲେ ପାଣି, ବିଜୁଳି ବନ୍ଦ

Next Post
ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ୍: ସରକାରୀ କ୍ୱାର୍ଟର ନ ଛାଡ଼ିଲେ ପାଣି, ବିଜୁଳି ବନ୍ଦ

ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ୍: ସରକାରୀ କ୍ୱାର୍ଟର ନ ଛାଡ଼ିଲେ ପାଣି, ବିଜୁଳି ବନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA